Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ବ୍ଲକ ଅଧ୍ୟକ୍ଷା ଙ୍କ ଚିଠି ପରେ ମରାମତି ହେଲା ଲଡୁଗାଁ ସହର ରାସ୍ତା।

କୋକସରା:୧୦/୦୮ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ର ଏକ ବ୍ୟସ୍ତବହୁଳ ଓ ବ୍ୟବସାୟିକ ପେଣ୍ଠସ୍ଥଳି ହେଉଛି ଲଡୁଗାଁ ସହର, ପ୍ରତିଦିନ ଏହି ସହର ଉପରେ ହଜାର ହଜାର ଲୋକ ବିଭିନ୍ନ କାର୍ଯ୍ୟ ନେଇ ନିର୍ଭରଶୀଳ ରହୁଥିବା ବେଳେ ମରାମତି ଅଭାବ ରୁ ଲଡୁଗାଁ ହନୁମାନ ମନ୍ଦିର ଛକ ରୁ ଆମ୍ବେଦକର ପଡା ପର୍ଯ୍ୟନ୍ତ ରାସ୍ତା ଅତି ଶୋଚନୀୟ ଅବସ୍ଥାରେ ରହିଥିଲା, ରାସ୍ତାରେ ଖାଳଖମା ସହ ବର୍ଷା ଦିନରେ କାଦୁଅ ହୋଇ ପଡିଥିବା ବେଳେ ଗ୍ରାମବାସୀ ମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଥିଲେ। ଗ୍ରାମବାସୀ ମାନେ ଏ ନେଇ କୋକସରା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ ଓ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଙ୍କ ନିକଟରେ ଅଭିଯୋଗ ପରେ ଅଧ୍ୟକ୍ଷା ଏନେଇ ପୂର୍ତ୍ତ ବିଭାଗ କୁ ମରାମତି ପାଇଁ ଚିଠି ଲେଖିଥିଲେ।ଯାହାକୁ ଗୁରୁତ୍ୱ ଦେଇ ପୂର୍ତ୍ତ ବିଭାଗ ପକ୍ଷରୁ ଲଡୁଗାଁ ସହର ର ରାସ୍ତା ମରାମତି କରାଯାଇଛି,ଫଳରେ ସାମୟିକ ଭାବେ ରାସ୍ତା ର ଦୁରାବସ୍ଥା ଦୁର ହୋଇଛି। ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ଙ୍କ ପ୍ରୟାସ ରେ ରାସ୍ତା ଶୀଘ୍ର ମରାମତି ହୋଇଥିବା ବେଳେ।ଲଡୁଗାଁ ସହରବାସୀ ବ୍ଲକ ଅଧ୍ୟକ୍ଷା ଓ।ଉପାଧ୍ୟକ୍ଷ ଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ