ମହିଳା ଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର,ପୋଲିସ, ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ।

କୋକସରା/୧୦/୦୮ କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅଧିନସ୍ଥ କାଶିବାହାଲ କେନାଲ ପାର୍ଶ୍ୱ ଚାଷ ଜମି ରୁ ମହିଳା ଙ୍କ ମୃତ ଦେହ ଉଦ୍ଧାର କରିଛି କୋକସରା ପୋଲିସ |ମୃତକ ଜଣକ କନ୍ଦା ବୁଟୁରା ପଞ୍ଚାୟତ ତୁନ ଗାଁ ର ସୋମନାଥ ଶବର ଙ୍କ ସ୍ତ୍ରୀ ସୁରେଖା ଶବର ବୟସ (୫୭) ବୋଲି ଜଣା ପଡିଛି |ସୂଚନା ଅନୁଯାଇ ଆଜି ସକାଳୁ କୈବଲ୍ୟ ମାଝୀ ନିଜ ଚାଷ ଜମି କୁ କାମ କରିବା ପାଇଁ ଆସିବାରୁ ନିଜ ଜମି ହୁଡ଼ା ରେ ମୃତ ଦେହ ଝୁଲୁ ଥିବା ର ଦେଖି କାଶିବାହାଲ ସରପଞ୍ଚ ଙ୍କୁ ଜଣାଇ ଥିଲେ |ସରପଞ୍ଚ କୋକସରା ଥାନା କୁ ଖବର ଦେବା ପରେ ଘଟଣା ସ୍ଥଳରେ କୋକସରା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି |ତେବେ ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଛି |ଏନେଇ କୋକସରା ଥାନା ରେ ଏକ ଅପମୃତ୍ୟୁ 18 /23 ମାମଲା ରୁଜୁ କରି ବ୍ଯବଛେଦ ପାଇଁ ମୃତ ଦେହ କୁ କୋକସରା ମେଡିକାଲ୍ କୁ ପଠା ଯାଇଛି |ବ୍ଯବଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣା ପଡିବ ବୋଲି ପୋଲିସ ସୂଚନା ଦେଇଛି |