Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡିଗ୍ରୀ ମହାବିଦ୍ୟାଳୟ ଠାରେ ଏନଏସଏସ ପକ୍ଷରୁ ମେରି ମାଟି ମେରା ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ।

କୋକସରା:୧୦/୦୮ କୋକସରା ବ୍ଲକ କୋକସରା ସଦର ଡିଗ୍ରୀ ମହାବିଦ୍ୟାଳୟ ଠାରେ ଏନଏସଏସ ପକ୍ଷରୁ ଜାତୀୟ ସେବା ଯୋଜନା ରେ ମେରା ମାଟି ମେରା ଦେଶ କାର୍ଯ୍ୟକ୍ରମ ର ଆରମ୍ଭ ହୋଇଛି । ଉଦଘାଟନୀ କାର୍ଯ୍ୟକ୍ରମ ଅବସର ରେ ଏନଏସଏସ ପ୍ରୋଗ୍ରାମ ଅଧିକାରୀ ତଥା ଅଧ୍ୟାପକ ଅଇରୀ ନାସନ ଚିନ୍ଦା ସ୍ୱାଗତ ଅଭିଭାଷଣ ମାଧ୍ୟମରେ ମେରା ମାଟି ମେରା ଦେଶ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ଉପରେ ଟିପ୍ପଣୀ ଦେଇଥିଲେ।କାର୍ଯ୍ୟକ୍ରମ କୁ ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପୁଷ୍ପରାଜ ମେହେର ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ କର୍ନେଲ ଜଗନ୍ନାଥ ନିଷଙ୍କ କମାଣ୍ଡିଙ୍ଗ ଅଫିସର ୧୩ ବାଟାଳିଏନ ନବରଙ୍ଗପୁର ଯୋଗଦେଇ ଏନଏସଏସ ଓ ଏନସିସି ଜାତୀୟ ଦେଶପ୍ରେମ କୁ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଜାଗୃତି କରିବାର ଏକ ମାଧ୍ୟମ ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଦେଶ ପ୍ରତି ନିଜର କର୍ତ୍ତବ୍ୟ କୁ ଏକାଗ୍ରତା କରିବ ବୋଳି କହିଥିଲେ। ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ସୁବ୍ରତ କୁମାର ବେହେରା, ଏନ ସିସି କ୍ୟାପଟେନ ଅଶ୍ୱିନୀ କୁମାର ପଟ୍ଟନାୟକ, ଅଧ୍ୟାପିକା କନକ ମଞ୍ଜୁରୀ ବେହେରା, ଶୁଭଶ୍ରୀ ସାହୁ ଉପସ୍ଥିତ ରହି ଛାତ୍ରଛାତ୍ରୀ ଙ୍କୁ ଦେଶ ମାତୃକା ର ସେବା ମନୋଭାବ ନେଇ ଆଗକୁ ବଢ଼ିବାକୁ ପରାମର୍ଶ ଦେଇଥିଲେ।କାର୍ଯ୍ୟକ୍ରମ ରେ ଏନସିସି ,ଏନଏସଏସ ର କେଡ଼େଟ, ସ୍ୱେଚ୍ଛାସେବୀ ମାନେ ଉପସ୍ଥିତ ରହି ନିଜ ଦେଶ ର ସ୍ୱାଭିମାନ ଓ ସେବା କରିବା ପାଇଁ ଶପଥ ନେଇଥିଲେ।ଏଏନଓ କ୍ୟାପଟେନ ଅଶ୍ୱିନୀ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ଟି କେନ୍ଦ୍ର ସରକାର ଦ୍ୱାରା ଆରମ୍ଭ କରାଯାଇଥିବା ବେଳେ ଏହା ୯ ଅଗଷ୍ଟ ରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ଦେଶବ୍ୟାପୀ ଆୟୋଜିତ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ