ସୁନ୍ଦରଗଡ ଜିଲ୍ଲା ସରପଞ୍ଚ ସଂଘ ଆନ୍ଦୋଳନକୁ ସମ୍ବଲପୁର ସଂଘର ସମର୍ଥନ


ସମ୍ବଲପୁର: ସୁନ୍ଦରଗଡ ଜିଲ୍ଲା ସରପଞ୍ଚ୍ ସଂଘ ଆନ୍ଦୋଳନକୁ ସମ୍ବଲପୁର ଜିଲ୍ଲା ସରପଞ୍ଚ୍ ସଂଘ ସମର୍ଥନ ଜଣାଇଛି। ଜମି ଅଧିଗ୍ରହଣ ସମୟରେ ପଞ୍ଚାୟତ ଗ୍ରାମ ସଭାକୁ ସର୍ବୋଚ୍ଚ ମାନ୍ୟତା,ପ୍ରତି ପଞ୍ଚାୟତ ପାଇଁ ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ଅଧିକାରୀ ଓ କନିଷ୍ଟ ଯନ୍ତ୍ରୀ ନିଯୁକ୍ତି,ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଅନ୍ତତଃ ୫ ଘର ଦେବାକୁ ସରପଞ୍ଚ୍ ମାନଙ୍କୁ କ୍ଷମତା ପ୍ରଦାନ,ସରପଞ୍ଚ୍ ମାସିକ ଭତ୍ତାକୁ ୨୩୫୦ ଟଙ୍କାରୁ ୧୫ ହଜାରକୁ ବୃଦ୍ଧିକରିବା ଭଳି ୧୦ ଦଫା ଦାବି ନେଇ ଅଗଷ୍ଟ ୦୧ ତାରିଖରୁ ସରପଞ୍ଚ ସଂଘ ଅନଶନରେ ବସିଛନ୍ତି । ଆଜି ଜିଲ୍ଲା ସଂଘର ସଭାପତି ପ୍ରଫୁଲ୍ଲ ମିର୍ଦ୍ଧାଙ୍କ ନେତୃତ୍ୱରେ ସାଧାରଣ ସଂପାଦକ ରାମପ୍ରସାଦ ସାହୁ,ଦିବାକର ପ୍ରଧାନ,ସଞ୍ଜିବ ପୁରୋହୀତ,ସରସ୍ବତୀ ଭୋସାଗର,ମମତା ପୁରୋହୀତ,ବିମଲ ଲାକ୍ରା,ଜିତୁ ପ୍ରଧାନ,ଲଲିତା ପ୍ରଧାନ ପ୍ରମୁଖ କାର୍ଯ୍ୟକର୍ତ୍ତା ଯାଇ ସେମାନଙ୍କୁ ଜିଲ୍ଲା ସଂଘର ନୈତିକ ସମର୍ଥନ ଦେଇଥିଲେ । ସୁନ୍ଦରଗଡ ସରପଞ୍ଚ ସଂଘ ସମ୍ବଲପୁର ସଂଘର ସମସ୍ତ ନୂତନ କର୍ମକର୍ତ୍ତା ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ମଧ୍ୟ ଜଣାଇଥିଲେ ।