Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୂର ନିର୍ଵାଚନ ମଣ୍ଡଳସ୍ତରୀୟ କଂଗ୍ରେସ ର କାର୍ଯ୍ୟକାରିଣୀ ବୈଠକ…..ପବିତ୍ରଙ୍କୁ ପ୍ରାଥୀତ୍ୱ ପାଈଁ ସଜବାଜ..

ଲକ୍ଷ୍ମୀପୂର 10.08 ….ଲକ୍ଷ୍ମୀପୂର ମିନି ଷ୍ଟାଡିୟମ ପଡିଆ ଠାରେ  କଂଗ୍ରେସ ର ନିର୍ଵାଚନ ମଣ୍ଡଳସ୍ତରୀୟ  କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି,,ଲକ୍ଷ୍ମୀପୂର ବ୍ଲକ କଂଗ୍ରେସ ସଭାପତି କୈଳାସ ଖୋସଲା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟ କ୍ରମ ରେ ଆଶାୟୀ ଯୁବ ବିଧାୟକ ପ୍ରାର୍ଥୀ ତଥା  ଇଞ୍ଜିନିଅର ପବିତ୍ର ସାଉଁତା,ନିର୍ବାଚନ ମଣ୍ଡଳି ଯୁବ କଂଗ୍ରେସ ସଭାପତି ମଣ୍ଟି ଖରା, ଦଶମନ୍ତପୁର ବ୍ଲକ ସଭାପତି ବେଣୁ ପାତ୍ର, ବନ୍ଧୁଗାଁ ବ୍ଲକ ସଭାପତି ଡି. ଏଙ୍କେଟି, ନାରାୟଣପାଟଣା ବ୍ଲକ ସଭାପତି ବିଭୀଷଣ ମହାନନ୍ଦିଆ, ଛାତ୍ର କଂଗ୍ରେସ ସଭାପତି ମହେନ୍ଦ୍ର ମାଣ୍ଡିଙ୍ଗା, ନାରାୟଣପାଟଣା ବ୍ଲକ କଂଗ୍ରେସ ମହିଳା ନେତ୍ରୀ ରୋଜି ତୁରୁକ ଙ୍କ ସମେତ ପାଞ୍ଚ ଜଣ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ଯୋଗଦେଇଥିଲେ,,2024 ନିର୍ବାଚନ କୁ ଦୃଷ୍ଟି ରେ ରଖି ଏହି କାର୍ଯ୍ୟକାରିଣୀ ବୈଠକ ତଥା ସଂକଳ୍ପ ସମାବେଶ କରାଯାଇଥିବା ବେଳେ ଲକ୍ଷ୍ମୀପୂର ନିର୍ବାଚନ ମଣ୍ଡଳି ରେ କଂଗ୍ରେସ ମଜବୁତ ସ୍ଥିତି ରେ ରହିଛି, ଏପରିକି ଗତ ପଂଚାୟତ ନିର୍ବାଚନ ରେ କଂଗ୍ରେସ 12 ହଜ଼ାର ଭୋଟ ରେ ଆଗରେ ରହିଥିଲା ତେଣୁ ବର୍ତ୍ତମାନ ଠାରୁ କଂଗ୍ରେସ କର୍ମୀ ସ୍ୱତଃ ପ୍ରଭୁତ ଭାବରେ କାର୍ଯ୍ୟ କଲେ 30ହଜ଼ାର ଭୋଟ ରେ ବିଜୟୀ ହେବା ବୋଲି ଶ୍ରୀ ଖୋସଲା ପ୍ରକାଶ କରିଥିଲେ,,, ଗତ ପଂଚାୟତ ନିର୍ବାଚନ ରେ ଲକ୍ଷ୍ମୀପୂର ନିର୍ବାଚନ ମଣ୍ଡଳି ର ସାତଟି ଜ଼ିଲ୍ଲା ପରିଷଦ ଆସନ ରୁ  ପାଞ୍ଚଟି ଆସନ ବିଜୟୀ ହୋଇଥିଲେ ଯାହାକି ଓଡିଶା ର କେଉଁ ନିର୍ବାଚନ ମଣ୍ଡଳି ରେ ମଧ୍ୟ ଏମିତି ଶାସକ ଦଳ ର ପ୍ରାଥୀ କୁ ପରାଜିତ କରି କେହି ବିଜୟୀ ହୋଇନାହାନ୍ତି ବୋଲି କୁହାଯାଇଥିଲା,,,ଯୁବ ଇଂଜିନିୟର ପବିତ୍ର ସାଉଁତା ଙ୍କୁ ସମସ୍ତେ ସହଯୋଗ କଲେ ନିଶ୍ଚୟ ଏ ଆସନ କଂଗ୍ରେସ ଅଧୀନକୁ ପୁଣି ଫେରିବ ବୋଲି ଅନେକ ଆଗ ଧାଡି ର କଂଗ୍ରେସ କର୍ମୀ ମାନେ ପ୍ରକାଶ କରିଥିଲେ,, ଏପରିକି ଗତ ପଂଚାୟତ ନିର୍ବାଚନ ରେ ଶ୍ରୀ ସାଉଁତା ଙ୍କ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରହିଥିଲା,, ଆଗାମୀ ନିର୍ବାଚନ ରେ ଟିକେଟ ପ୍ରଦାନ ରେ ଯଦି ତାଙ୍କୁ ବଞ୍ଚିତ କରାଯାଏ ତାହେଲେ ଅନେକ ପଂଚାୟତ ସଭାପତି ଙ୍କ ସହ କର୍ମୀ ମାନେ ସମୂହ ଇସ୍ତଫା ପ୍ରଦାନ କରିବେ ବୋଲି ପ୍ରକାଶ କରିଥିଲେ,,, ଏହି କାର୍ଯ୍ୟକ୍ରମ କୁ ଶ୍ରୀ ସାଉଁତା ପରିଚାଳନା କରିଥିବା ବେଳେ ଚାରି ଗୋଟି ବ୍ଲକ ର 51ଟି ଗ୍ରାମପଂଚାୟତ କଂଗ୍ରେସ ସଭାପତି,, କଂଗ୍ରେସ ସମର୍ଥିତ ସରପଞ୍ଚ ସମିତିସଭ୍ୟ ଙ୍କ ସହ ସମସ୍ତ ବ୍ଲକ ର କର୍ମୀ ମାନେ ଯୋଗ ଦେଇଥିଲେ,,,

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories