ଲିପିଣ୍ଡାରେ ଓଡିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର


ସମ୍ବଲପୁର(ଯୁଯୋମୁରା): ଯୁଯୋମୁରା ବ୍ଲକ୍ ର ଲିପିଣ୍ଡା ଠାରେ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଲିପିଣ୍ଡା ସରପଞ୍ଚ୍ ତଥା ସମ୍ବଲପୁର ଜିଲ୍ଲା ସରପଞ୍ଚ୍ ସଂଘର ସଭାପତି ପ୍ରଫୁଲ୍ଲ କୁମାର ମିର୍ଦ୍ଧାଙ୍କ ନେତୃତ୍ୱରେ ଆୟୋଜିତ ଶିବିରରେ ୩୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ବିଜୁ ଜନତା ଦଳର କର୍ମକର୍ତ୍ତା ମାନଙ୍କ ସହିତ ଅଞ୍ଚଲର ସାମାଜିକ କର୍ମୀ ମାନେ ଏଥିରେ ସହଯୋଗ କରିଥିଲେ । ବୁର୍ଲା ଭିମସାର ରକ୍ତ ଭଣ୍ଡାରର ବୈଷୟିକ କର୍ମଚାରୀ ମାନେ ଏହି ଶିବିରକୁ ପରିଚାଳନା କରିଥିଲେ।ସମସ୍ତ ରକ୍ତଦାତାଙ୍କୁ ପ୍ରମାଣ ପତ୍ର ଦିଆଯାଇଥାଲା।ରକ୍ତଦାନ ଶିବିରରେ ଓଡିଶା ମୋ ପରିବାରର ସମ୍ବଲପୁର ଜିଲ୍ଲା ସଂଯୋଜିକା କବିତା ପୁରୋହୀତ ଓ ବିଜୁ ଯୁବ ଜନତା ଦଳ ଜିଲ୍ଲା ସଭାପତି ଲକ୍ଷ୍ମୀନାରାୟଣ ମହାପାତ୍ର ଶିବିରରେ ପହଞ୍ଚି ରକ୍ତଦାତାଙ୍କୁ ଉତ୍ସାହିତ କରିଥିବା ବେଳେ ଆୟୋଜକ ପ୍ରଫୁଲ୍ଲ ମିର୍ଦ୍ଧାଙ୍କୁ ଫୁଲ ତୋଡା ଦେଇ ସମ୍ମାନୀତ କରିଥିଲେ।