Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଙ୍ଗାଲି ସରକାରୀ ପୋଲିଟେକ୍ନିକ ରେ କେରିୟର ମାର୍ଗଦର୍ଶନ ସେମିନାର ଅନୁଷ୍ଠିତ।

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ସ୍ଥିତ ସରକାରୀ ପୋଲିଟେକ୍ନିକ ରେ କେରିୟର ମାର୍ଗଦର୍ଶନ ସେମିନାର ଅନୁଷ୍ଠିତ ହୋଇଥିଲା। ଶୁକ୍ରବାର ଦିନ ପୋଲିଟେକ୍ନିକ ର ଅଧ୍ୟକ୍ଷ ଇଂ. ସୁଧାଂଶୁ ରାୟ ଙ୍କ ସଭାପତିତ୍ୱ ଓ ଅଧ୍ୟାପକ ଇଂ. ସରୋଜକାନ୍ତ ରାୟ ଙ୍କ ପରହିତ୍ୟ ରେ ଏହି ସେମିନାର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ପୂର୍ବତଟ ରେଳବାଇ ସମ୍ବଲପୁର ସିନିୟର ସେକ୍ସନ ଇଂଜିନିୟର ( ୱାଗନ) ବିଭାଗ ଇଂ. ସୀତାକାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବରେ ଓ ସମ୍ବଲପୁର ଇଲେକ୍ଟ୍ରିକାଲ ଡିଭିଜନ ଉପକଣ୍ଠ ଅଧିକାରୀ ପ୍ରଭାତ କୁମାର ସାହୁ ସମ୍ମାନିତ ଅତିଥି ଭବରେ ଯୋଗ ଦେଇଥିଲେ। ଅଧ୍ୟାପିକା ସ୍ୱାଗତିକା ବାବୁ, ସୁଶ୍ରୀ ସଂଗୀତା ପଟେଲ, ଲିପ୍ସରାଣୀ ବାଗ ସେମିନାର ଆୟୋଜନ ରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଶେଷରେ ଅଧ୍ୟାପିକା ସୁସ୍ମିତା ବାଗ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ