Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋଟେରରେ ସାଇ ବାବାଙ୍କ “ଦିବ୍ୟ ଚରଣ ପାଦୁକା ଯାତ୍ରା” ରଥ

କୋକସରା,୧୧/୦୮:.କୋକସରା ବ୍ଲକର ମୋଟେର ଠାରେ ଶ୍ରୀ ସାଇ ବାବାଙ୍କ “ଦିବ୍ୟ ଚରଣ ପାଦୁକା ଯାତ୍ରା” ପହଞ୍ଚିଛି। ମୋଟେର ଗ୍ରାମରେ ସାଇ ଭକ୍ତ ଓ ଶ୍ରଦ୍ଧାଳୁ ଯାତ୍ରା ରଥକୁ ସ୍ୱାଗତ କରିଥିଲେ। ଏହା ପରେ ସ୍ଥାନୀୟ ଦୁର୍ଗା ମଣ୍ତପ ଠାରୁ ସାଇ ବାବାଙ୍କ ‘ଦିବ୍ୟ ଚରଣ ପାଦୁକା ଯାତ୍ରା-ରଥ ବାହାରି ବହୁ ଶ୍ରଦ୍ଧାଳୁ ଓ ଭକ୍ତ ଖୋଲା କୀର୍ତ୍ତନ କରି ନଗର ପରିକ୍ରମା କରାଇଥିଲେ । ଜଗଦୀଶ ସରାପ, ମହେଶ୍ବର ସରାପ, ଦୁଷ୍ମନ୍ତ ପାଟ୍ଟଯୋଷୀ, ବିଧୁଭୂଷଣ ପାଟ୍ଟଯୋଷୀ, ରାମ ନାରାୟଣ ପୂଝାରୀ, ଗୋକୁଲାନନ୍ଦ ସରାପ, ଯାମିନି କାନ୍ତ ସରାପ, ମାଧବ ଝାଙ୍କର ପ୍ରମୁଖ ନଗର ପରିକ୍ରମାରେ ସାମିଲ ଥାଇ ଉକ୍ତ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ଗାଁ ଦାଣ୍ଡରେ ମା ଭଉଣୀ ମାନେ ଦିବ୍ୟ ଚରଣ ପାଦୁକାକୁ ବନ୍ଦାପନା କରିଥିଲେ । ରଥ ଗ୍ରାମ ପରିକ୍ରମା ସାରିବା ପରେ ଦୂର୍ଗା ମଣ୍ଡପ ଠାରେ ପୁନର୍ବାର ପୂଜାର୍ଚ୍ଚନା କରାଯାଇଥିବା ବେଳେ ପରିଶେଷରେ ଶ୍ରଦ୍ଧାଳୁ ଓ ଭକ୍ତ ଅନ୍ନ ଭୋଗ ପ୍ରସାଦ ସେବନ କରିଥିଲେ। ଆଜି ସନ୍ଧ୍ୟାରେ ନିକଟସ୍ଥ କର୍ଲାକୋଟ ଗ୍ରାମ ଅଭିମୁଖେ ଯାତ୍ରା କରିଛି। ଶ୍ରୀ ସାଇ ବାବାଙ୍କ “ଦିବ୍ୟ ଚରଣ ପାଦୁକା ଯାତ୍ରା” ଅଢେ଼ଇ ବର୍ଷ ହେବ ବିଭିନ୍ନ ସ୍ଥାନ ପରିକ୍ରମା ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ