Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିବାହିତା ମହିଳା ଙ୍କ ଶବ ମଶାଣି ରୁ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ବାପା,ପୋଲିସ ର ତଦନ୍ତ ଜାରି।

କୋକସରା:୧୧/୦୮ ବିବାହିତା ମହିଳା ଙ୍କ ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁ ଘଟଣା ପରେ ମହିଳା ଙ୍କ ବାପା ଘର କୁ ଜଣାଇ ଶବ କୁ ନେଇ ମଶାଣି ରେ ପୋଡି ଦେବାକୁ ଉଦ୍ୟମ କରୁଥିବା ବେଳେ କୌଣସି ମତେ ମୃତା ମହିଳା ଙ୍କ ବାପା ଘର ଲୋକ ଜାଣି ପାରି କୋକସରା ପୋଲିସ ନିକଟରେ ଅଭିଯୋଗ କରିବା ପରେ ପୋଲିସ ତୁରନ୍ତ ମଶାଣି ରେ ପହଞ୍ଚି ମହିଳା ଙ୍କ ମୃତଶବ କୁ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନା କୁ ପଠାଇଥିବା ବେଳେ ଶୁକ୍ରବାର ଶବ ବ୍ୟବଚ୍ଛେଦ ହେବାପରେ ମହିଳା ଙ୍କ ଶବ ଗ୍ରହଣ କରିବାକୁ ସ୍ୱାମୀ ଘର ଅରାଜି ହେଉଥିବା ବେଳେ ଘଟଣାସ୍ଥଳରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ପହଞ୍ଚି ହସ୍ତକ୍ଷେପ କରିବା ପରେ ଶବ ନେବାକୁ ରାଜି ହୋଇଥିଲେ ମୃତକ ମହିଳା ଙ୍କ ସ୍ୱାମୀ ଘର ଲୋକେ।ସୂଚନା ମତେ କୋକସରା ଥାନା ଅନ୍ତର୍ଗତ ବେହେରା ଗ୍ରାମର ଗୌତମ ଗୋପାଳ ଙ୍କ ପୁଅ ଭାସ୍କର ଗୋପାଳ ଗତ ୫ ବର୍ଷ ତଳେ କୋକସରା ବ୍ଲକ ବଡ଼ କେନ୍ଦୁଗୁଡା ଗ୍ରାମର ଘନ ନାଗ ଙ୍କ ଝିଅ ପ୍ରେମଳତା ସହିତ ବୈଦିକ ରୀତିରେ ବିବାହ କରିଥିଲେ। ତେବେ ତାଙ୍କ ପରିବାର ହସଖୁସିରେ ଅତିବାହିତ ହେଉଥିବା ବେଳେ ମୃତ ମହିଳା ଙ୍କ ବାପା ଘନ ନାଗ ଙ୍କ।ଅଭିଯୋଗ ମତେ ଗତ ବୁଧବାର ଦିନ କୌଣସି ପାରିବାରିକ କଳହ କୁ ନେଇ ସ୍ୱାମୀ ଭାସ୍କର ଶାଶୁ ଶ୍ବଶୁର ମିଶି ପ୍ରେମଳତା କୁ ଗାଳିଗୁଲଜ ଗଣ୍ଡଗୋଳ ହୋଇଥିଲା। ତାପର ଦିନ ପ୍ରେମଳତା ବେକରେ ରଶି ଲଗାଇ ଘର ମଧ୍ୟରେ ମରି ପଡିଥିବା ଦେଖିବାକୁ ମିଳିଥିଲା। ମହିଳା ଙ୍କ ମୃତ୍ୟୁ ପରେ ପରିବାର ମହିଳା ଙ୍କ ବାପ ଘର ଲୋକଙ୍କୁ ସୂଚନା ନଦେଇ ଶବ କୁ ଦାହ କରିବାକୁ ମଶାଣି କୁ
ନେଇଥିବା ବେଳେ ବେହେରା ଗ୍ରାମର ଲୋକଙ୍କ ଠାରୁ ଖବର ପାଇ ମୃତ ମହିଳା ଙ୍କ ବାପା ଘର ଲୋକେ କୋକସରା ପୋଲିସ କୁ ଅଭିଯୋଗ କରିଥିଲେ। ଅଭିଯୋଗ ମିଳିବା ପରେ ପୋଲିସ ତ୍ୱରିତ ପଦକ୍ଷେପ ନେଇ ମଶାଣି ନିକଟରୁ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନା କୁ ପଠାଇଥିଲେ। ତେବେ ଏନେଇ ମୃତ ମହିଳା ଙ୍କ ବାପା ଘନ ନାଗ ଓ ସମ୍ପର୍କୀୟ ମାନେ ପ୍ରେମଳତା କୁ ତାର ସ୍ୱାମୀ ଭାସ୍କର , ଶଶୁର,ଶାଶୁ ମିଶି ତଣ୍ଟି ରେ ରଶି ଦେଇ ହତ୍ୟା କରି ଆତ୍ମହତ୍ୟା ର ରୂପ ଦେବାକୁ ଘର ଭିତରେ ବେକ ରେ ରାଶି ଲଗାଇ ଟାଙ୍ଗି ଦେଇଥିଲେ ବୋଳି ଅଭିଯୋଗ କରିଛନ୍ତି। ଝିଅ ର ହତ୍ୟା ରେ ଦୋଷୀ ଥିବା ସମସ୍ତ ଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ କୋକସରା ଥାନା ରେ ଅଭିଯୋଗ କରିଛନ୍ତି। ଏନେଇ କୋକସରା ପୋଲିସ ମୃତ ମହିଳା ଙ୍କ ସ୍ୱାମୀ ଭାସ୍କର କୁ ଥାନା ରେ ଅଟକ ରଖିଥିବା ଜଣାପଡିଛି।କୋକସରା ପୋଲିସ ଏନେଇ ହତ୍ୟା ମାମଲା ରୁଜୁ କରିବା ସହ ଥାନା କେଶ ନମ୍ବର ୨୧୦/୨୩ ରେ ଘଟଣା ର ତଦନ୍ତ ଜାରି ରଖିଥିବା ନେଇ ଥାନା ଅଧିକାରିଣୀ ରନିତା ପ୍ରଧାନ ସୂଚନା ଦେଇଛନ୍ତି।