Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଡୁଗାଁଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ଙ୍କ ବୈଠକ।

କୋକସରା:୧୨/୮ କୋକସରା ବ୍ଲକ ଲଡୁଗାଁ ଉଚ୍ଚ ବିଦ୍ୟାଳୟ ରେ ଶନିବାର ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ଓ ବିଦ୍ୟାଳୟ ଉନ୍ନୟନ କମିଟିର କର୍ମକର୍ତ୍ତା ଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଯାଇଅଛି। ବୈଠକ ରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ ଦାସ ଙ୍କ ସଭାପତି ତ୍ୱରେ ଅନୁଷ୍ଠିତ ବୈଠକ ରେ ମୁଖ୍ୟ ଅତିଥି ଭାବେ ପଙ୍କଜ ମୁଖ ଚୌଧୁରୀ ଏସ ଏମ ଡିସି ସଭାପତି ଦଶରଥ ଦୂର୍ଗା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ ଗଣିତ ଶିକ୍ଷୟତ୍ରୀ ରେଣୁ କା ସାହୁ ଏନଆର ଟି ଏସ , ଏନ ଏମ ଏନ୍ ଏସ ପଠାଣି ସାମନ୍ତ ବୃତ୍ତି , ସ୍କୋଲାର ଶିପ ,ଛାତ୍ର ଛାତ୍ରୀ ବୃତ୍ତି, ଇନସ୍ପେର ଆୱାର୍ଡ଼, ବିଷୟରେ ଧାରଣା ଦେଇ ଥିଲେ।ବିଜ୍ଞାନ ଶିକ୍ଷୟତ୍ରୀ ସ୍ମୃତି ମୟ ଦୂର୍ଗା ସାଇନ୍ସ କ୍ଲବ ଓ ଇକେ। କ୍ଲବ ସମନ୍ଧ ରେ ଧାରଣା ଦେଇଥିବା ବେଳେ ୫ ଜଣ ଅଭିଭାବକ ଗୁଣାତ୍ମକ ଶିକ୍ଷା ଓ ଛାତ୍ର ଛାତ୍ରୀ ଙ୍କ କର୍ତ୍ୟବ ଉପରେ କହିଥିଲେ। ବରିଷ୍ଠ ଶିକ୍ଷକ ବୁଦ୍ଧି ରାମ ନାଏକ ବୈଠକ ର ପରିଚାଳନା କରୁଥିବା ବେଳେ,ଆଶିଷ ରଂଜନ ପଟେଲ, ଡମ୍ବରୁ ନାଏକ, କରୁଣ କର କଆର, ମାନସ ରଂଜନ ମେହେର,ଶିବ ଶବର,ସିଉ ଲାଲ ଗଣ୍ଡ,ଲଳିତା ଦୁରିଆ, ସୁଶିଲ ସାହୁ,ସୁଭାଷିନୀ ଦାସ,ସୀତାରାମ ରାଉତ, ନିରଞ୍ଜନ ନିଆଲ, ବିରଞ୍ଚି ସାହୁ ପ୍ରମୁଖ ସହଯୋଗ କରିଥିଲେ।