Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କର୍ଲାମୁଣ୍ଡା ବ୍ଲକ ରେ “ସାମର୍ଥ୍ୟ” ଶିକ୍ଷକ ତାଲିମ୍ ଶିବିର ଉଦଯାପିତ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ସାମର୍ଥ୍ୟ ଶିକ୍ଷକ ତାଲିମ କାର୍ଯ୍ୟକ୍ରମ ସାପଲହରା ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ତିନି ଦିବସିୟ ତାଲିମ ଶିବିର ଟି ଗୁରୁବାର ଆରମ୍ଭ ହୋଇ ଶନିବାର ଉଦଯାପିତ ହୋଇଥିଲା ଏଥିରେ ରେଗେଡା, ଯୋରଡୋବ୍ରା, ରେଙ୍ଗାଲି ଓ କର୍ଲାମୁଣ୍ଡା କ୍ଲଷ୍ଟର୍ ର୫୧ ଜଣ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ତାଲିମ୍ ପ୍ରଦାନ କରାଯାଇଥିଲା ଏଥିରେ ସାଧନ କର୍ମୀ ରୂପେ ସଞ୍ଜୟ ଦାସ, ମନୋଜ ମିଶ୍ର ଓ ସୂର୍ଯ୍ୟମଣି ଭୋଇ ଯୋଗ ଦେଇ ଭିନ୍ନକ୍ଷମ ଛାତ୍ର ଛାତ୍ରୀ ମାନେ କେମିତି ସାଧାରଣ ଛାତ୍ର ଛାତ୍ରୀ ମାନଙ୍କ ସହିତ ସାଧାରଣ ବିଦ୍ୟାଳୟରେ ପାଠ ପଢିପାରିବେ ସେ ଉପରେ ତାଲିମ ପ୍ରଦାନ କରିଥିଲେ।ଉଦଯାପନୀ ଦିବସ ରେ କର୍ଲାମୁଣ୍ଡା ଗୋଷ୍ଟି ଶିକ୍ଷା ଅଧିକାରିଣୀ ସୁଶ୍ରୀ ବିଜୟ ଲଷ୍ମୀ ନାଗ ଯୋଗ ଦେଇ ଜାତୀୟ ଶିକ୍ଷା ନୀତି ୨୦୨୦ ରେ ଅନ୍ତର୍ଣିବେଶି ଶିକ୍ଷା ଏକ ମହତ୍ତ୍ଵପୂର୍ଣ୍ଣ ଅଙ୍ଗ ଅଟେ ଓ ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷେ ରେ ଭିନ୍ନକ୍ଷମ ଛାତ୍ର ଛାତ୍ରୀ ମାନେ ସାଧାରଣ ଛାତ୍ର ଛାତ୍ରୀ ମାନଙ୍କ ସହିତ ଏକ ଶ୍ରେଣୀ କୋଠରୀରେ ଶିକ୍ଷା ଗ୍ରହଣ କରିବା ଏହାର ମୁଖ୍ୟ ଉଦ୍ଦ୍ୟେଶ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାମଚନ୍ଦ୍ର ସା ଉଦଘାଟନ କରିଥିବା ବେଳେ ବିଆରଟି ପ୍ରଦୀପ କୁମାର ବେହେରା ଓ ପ୍ରକାଶ କୁମାର ବିଶ୍ବାଳ ସାମର୍ଥ୍ୟ ତାଲିମ୍ ଶିବିରକୁ ପରିଚାଳନା କରିଥିଲେ ।ଠିକ ସେହିପରି ବ୍ଳକ .୭/୮/୨୦୨୩ ରୁ ୦୯.୦୮.୨୦୨୩ ପର୍ଯ୍ୟନ୍ତ ସରକାରୀ ଉଚ୍ଚ ବିଦ୍ୟାଳୟ, ତେରେସିଙ୍ଗା ଠାରେ ପୌରକେଲା, ଗଜବହାଳ, ରିଶିଡା, ଓ ତେରେସିଙ୍ଗା କ୍ଲଷ୍ଟର ରୁ ୫୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନେଇ ସାମର୍ଥ୍ୟ ଶିକ୍ଷକ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଥିବା ବିଆରଟି ପ୍ରଦୀପ କୁମାର ବେହେରା ସୂଚନା ଦେଇଛନ୍ତି