Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପି ବନାମ ବିଜେଡି ଫୁଟାଣି:ଓଡିଶା ଦେଖିବ ନୂଆଁ ଠାଣି

ଓଡ଼ିଶାରେ ଏକାକି ଲଢ଼ିବ ବିଜେପି ଓ ୨୦୨୪ ରେ ସରକାର ଗଠନ କରିବ ବୋଲି ଦୃଢୋକ୍ତି ବାଢିଛନ୍ତି କେନ୍ଦ୍ର ଜଙ୍ଗଳ ଓ ପରିବେଶ ମନ୍ତ୍ରୀ ଭୁପେନ୍ଦର ସିଂ।ଓଡ଼ିଶାରେ ମେଣ୍ଟ ହେବନି, ଏକା ଲଢ଼ିବ ବିଜେପି ବୋଲି ସେ ସ୍ୱଷ୍ଟ କରି ଦେଇଛନ୍ତି। ତେବେ ମନ୍ତ୍ରୀଙ୍କ କଥା ଏହା ନୁଆଁ କଥା ନୁହେଁ,ଉଭୟ ଦଳ ନିଜ ବ୍ୟାନରରେ ।ଗୃହମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ଓ ନବୀନ ନିବାସରେ ନବୀନଙ୍କୁ ଭେଟିବା ପରେ ବିଜେପି ଓ ବିଜେଡି ମଧ୍ୟରେ ସମ୍ପର୍କ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏହି ଚର୍ଚ୍ଚା ଭିତରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୁପେନ୍ଦର ସିଂ ଯାଦବଙ୍କ ଏଭଳି ସ୍ପଷ୍ଟୋକ୍ତି କୁ ନେଇ ଆରମ୍ଭ ହେଲାଣି ସରଗରମ ଆଲୋଚନା।ଓଡିଶାରେ ଗଣତନ୍ତ୍ର ବନାମ୍ ଅମଳାତନ୍ତ୍ରର କରିତକର୍ମା ପ୍ରଚାର ପ୍ରସାର ସାମାଜିକ ଗଣ ମାଧ୍ୟମ ଗୁଡିକରେ ଯେମିତି ଘୁରି ବୁଲୁଛି ତାହା ବର୍ତ୍ତମାନ ବଡ ଚର୍ଚାର ବିଷୟ ସାଜିଥିବା ବେଳେ ୨୦୨୪ରେ ରାଜ୍ୟରେ ବିଜେପି ଏକା ଗଢ଼ିବ ସରକାର ଗଢବ ବୋଲି ମନ୍ତ୍ରୀ ସିଂ ଯାଦବଙ୍କ ଏଭଳି ଦୃଢୋକ୍ତି ରାଜନୈତିକ ମାହୋଲକୁ ଏକ ନୂଆଁ ସୂଚନା ଦେଉଛି। ବିଜେପି ଓ ବିଜେଡିର ଭାଇ ପଣିଆଁ ବଡ ନିକଟତର ଭଳି ଅନେକ ଉଦାହରଣ ଥିଲେବି ଏ ୨ ଦଳର ଆତ୍ମିୟତା ଶେଷରେ ଦ୍ୱୁୟେ ବିବାଦେ ତ୍ରତୀୟସ୍ୟ ଲାଭ ନହେବ କିଏ କହିବ? ଏଭଳି ଚର୍ଚା ଏବେ ହାଟ ବଜାର ଓ ବାଟେଘାଟେ ଧରିଛି।ବିଜେପି ଆଶିର୍ବାଦରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହୋଇ ୨୫ ବର୍ଷ ଅତିକ୍ରମ କରିବାକୁ ଯାଉଥିବା ବେଳେ ଜଙ୍ଗଳ ଓ ପରିବେଶ ମନ୍ତ୍ରୀ ଭୁପେନ୍ଦର ସିଂ ଯାଦବଙ୍କ ଏଭଳି ଦୃଢୋକ୍ତି ନେଇ ରାଜନିତି ପାଣିପାଗରେ ନୂଆଁ ଆଭାସର ମଞ୍ଜି ବୁଣିଛି। ବିଜେପି ଓ ବିଜେଡି ଦଳ ଭିତରେ ଘମାଘୋଟ ଆରୋପ ପ୍ରତି ଆରୋପ ଚାଲି ଥିଲେବି ଶୀର୍ଷ ନେତାଙ୍କ ମଧ୍ୟରେ ଭାଇ ଭାଗ ରାଜନୀତିକୁ ସାଧାରଣ ଭୋଟର କେମିତି ଗ୍ରହଣ କରିବେ ତାହାହିଁ ଚଳିତ ସାଧାରଣ ନିର୍ବାଚନ କୁ ନେଇ ଓଡିଶା ଭାଗ୍ୟ ଓ ଭବିଷ୍ୟତର ନିର୍ଦ୍ଧାରଣ କରିବ,ଏଥିରେ କୌଣସି ଦ୍ୱିମତ ନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories