Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୂର୍ଣ୍ଣାଙ୍ଗ ଶିକ୍ଷା ସମୟ ର ଆହ୍ୱାନ,ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ରେ ଜାତୀୟ ସମ୍ପାନ

ସମ୍ବଲପୁର: ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ଓ ରାମାନୁଜନ କଲେଜ ନୂଆଦିଲ୍ଲୀ ର ମିଳିତ ସହଯୋଗ ରେ ଆଜି ତପସ୍ୱିନୀ ପ୍ରେକ୍ଷାଳୟ ଠାରେ ଏକ ଜା ତୀୟ ସମ୍ପାନ ହୋଲିଷ୍ଟିକ ଏଦୁକେସନ (ପୂର୍ଣ୍ଣାଙ୍ଗ ଶିକ୍ଷା ନୂତନ ଜାତୀୟ ଶିକ୍ଷାନୀତି ୨୦୨୦ ବିଷୟ ଵସ୍ତୁ କୁ ନେଇ ଅନୁଷ୍ଠିତ ହୋଇଯାଇଛି,ସର୍ବପ୍ରଥମେ ଦୁଇ ଦିନିଆ ଜାତୀୟ ସମ୍ପାନ ର ଉଦଘାଟନୀ ଉତ୍ସବ ରେ ମା ସମଲେଶ୍ବରୀ ଓ ବାଗଦେବୀ ଙ୍କ ଫୋଟୋ ଚିତ୍ର ଉପରେ ମାଲ୍ୟାର୍ପଣ ଓ ସନ୍ଥ ଯୁଗଳ ଶରଣ ଜୀଙ୍କ ଆଶିଷ ବଚନ ପରେ ପ୍ରୋ ଆଦିତ୍ୟ ପ୍ରସାଦ ପାଢ଼ୀ ଙ୍କ ଅଧ୍ୟକ୍ଷତାରେ ସମାହିତ ହୋଇଥିଲା।ମୁଖ୍ୟ ଅତିଥି ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଶିକ୍ଷା ଉପଦେଷ୍ଟା ଶ୍ରୀ ଉପେନ୍ଦ୍ର ତ୍ରିପାଠୀ
ଅଭାଷୀ ମାଧ୍ୟମ ରେ ଉଦ୍ଘାଟନ କରି ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥାରେ ନୈତିକ ଶିକ୍ଷାର ଆବଶ୍ୟକତା ଉପରେ ଆଲୋଚନା କରିଥିଲେଏ।ବିଶେଷ ଅତିଥି ଭାବେ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଡ଼ ସୁରେଶ ଚନ୍ଦ୍ର ଦଳାଇ ଯୋଗ ଦେଇ ଶିକ୍ଷକ ମାନେ ବର୍ତ୍ତମାନ ପିଲାମାନଙ୍କଠାରୁ ଅଧିକ ମାତ୍ରାରେ ତତ୍ପରତା ପ୍ରକାଶ କରି ନିଜକୁ ପ୍ରସ୍ତୁତ କରିବାକୁ ଆହ୍ୱାନ ଦେଇଥିଲେ।ଅନ୍ୟତମ ସମ୍ମାନିତ ଅତିଥି ପ୍ରୋ,ହୃଷୀକେଶ ସେନାପତି ସମ୍ପାନ ର ବିଷୟ ବସ୍ତୁ କୁ ଗଭୀର ଭାବେ ତର୍ଜମା କରି ଏହା ସମ୍ପ୍ରତି ପରିସ୍ଥିତି ର ଆହ୍ୱାନ ବୋଲି କହଥିଲେ।ପ୍ରୋ,ଭି.ଏନ. ମାଗରେ କୁଳପତି ପ୍ରଭାରା ମେଡ଼ିକାଲ ବିଶ୍ୱବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ପରିବର୍ତନ ନିହାତି ଜରୁରୀ ଥିବା ଦର୍ଶାଇ ଆଗାମୀ ଦିନ ରେ ପିଲାଙ୍କୁ ପରସ୍ଥିତି ସହ ମୁକାବିଲା କରିବା ଶିଖାଇବାକୁ ଲହିଥିଲେ।ଆନ୍ଧ୍ରପ୍ରଦେଶ ବିଶ୍ୱବିଦ୍ୟାଳୟ ର ପ୍ରୋ. କ୍ରିଷ୍ଣ ପ୍ରସାଦ ଶିକ୍ଷା ପଦ୍ଧତି ରେ ମାନବିକ ମୂଲ୍ୟବୋଧ ଉପରେ ଗୁରୁତ୍ୱ ଆରୋପ କରିଥିଲେ।ସମ୍ପାନ ର ଅନ୍ୟତମ ଆୟୋଜକ ରାମନୁଜନ କଲେଜ ଦିଲ୍ଲୀ ର ଅଧ୍ୟକ୍ଷ ତଥା ନିର୍ଦେଶକ ପ୍ରୋ, ସୁମତ ଅଗ୍ରୱାଲ ସମ୍ପ୍ରତି ପରିସ୍ଥିତି ରେ ଏପ୍ରକାର ଆଲୋଚନା ଚକ୍ର ର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରି ଶିକ୍ଷକ ମାନଙ୍କ ତାଲିମ ଓ ପ୍ରଶିକ୍ଷଣ ଉପରେ ନିଜର ମତ ପୋଷଣ କରିଥିଲେ,ପ୍ରୋ ଆଦିତ୍ୟ ପ୍ରସାଦ ପାଢ଼ୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରୋ.ଶଙ୍କର ପ୍ରସାଦ ପତି ଅତିଥି ପରିଚୟ ଓ ସଭ୍ୟ ସମ୍ପାଦକ ଶ୍ରୀ ରଘୁନାଥ ମିଶ୍ର ଲାଇବ୍ରେରି ବିଷୟରେ ଏକ ବିବରଣୀ ପାଠ କରିଥିଲେ ।ଏହିଅବସରେ ଜୀବନ ବ୍ୟାପି ଶିକ୍ଷା କ୍ଷେତ୍ରରେ ସାଧନା ପାଇଁ ପ୍ରଫେସର ହୃଷିକେଶ ସେନାପତି ଓ ପ୍ରୋ.ପ୍ରଦୀପ୍ତ କୁମାର ମିଶ୍ର ଙ୍କୁ ଲାଇବ୍ରାରୀ ସମ୍ପାନ ତରଫରୁ ଉପଢୌକନ ସହ ସମ୍ବର୍ଦ୍ଧିତ କରାଯାଇଥିଲା।ପ୍ରୋ,ରବିନାରାୟଣ ମିଶ୍ର ସଂଯୋଜନା କରିଥିବାବେଳେ ବରିଷ୍ଠ ସଭ୍ୟ ଅରବିନ୍ଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ,ଏହି ସମାବେଶ ରେ ବହୁ ବିଶିଷ୍ଟ ବ୍ୟକ୍ତି ଯଥା ଡାକ୍ତର ନାରାୟଣୀ ପଣ୍ଡା,ଡାକ୍ତର ବିନୋଦ ଚନ୍ଦ୍ର ନାୟକ,ଆଇନ କଲେଜ ର ଅଧ୍ୟକ୍ଷ ଶ୍ରୀ ବିଜୟନନ୍ଦ ବେହେରା,ଶ୍ରୀ ଗୋପରଂଜନ ଦୁବେ ଶ୍ରୀ ଅର୍ଜୁନରଞ୍ଜନ,ପ୍ରୋ ମୀନକେତନ ପାଠୀ,ଶିବଶଙ୍କର ଷଡ଼ଙ୍ଗୀ,ଅଶୋକ ହୋତା,ଅକ୍ଷୟ ବାରିକ, ପଣ୍ଡା,ପ୍ରଫୁଲ୍ଲ ହୋତା,ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ର ଉପକୂଳସଚି ଉମାଚରଣ ପତି,ପ୍ରୋ.କାମଦେବ ସାହୁ,ଗୋଳକ ବିହାରୀ ମିଶ୍ର,ପୃଥ୍ଵୀବୀରାଜ ମିଶ୍ର,ଅଜିତ କୁମାର ଦାଶ ,ସାମ୍ବାଦିକ ହେମନ୍ତ ମହାପାତ୍ର,ଶ୍ୟାମ ସୁନ୍ଦର ଧର,ତଥା ସହର ଓ ସହର ବାହାରୁ ଅନେକ ଶିକ୍ଷାବିଦ, ପ୍ରଧାନଶିକ୍ଷକ,ଶିକ୍ଷୟିତ୍ରୀ, ସମାଜସେବୀ ,ସାମ୍ବାଦିକ ତଥା ଅବିଭାବକ ଯୋଗ ଦେଇଥିଲେ
ପ୍ରଥମ ଦିବସ ରେ ଦୁଇଟି ଅଧିବେଶନ ରେ ଯଥାକ୍ରମେ ବିଜ୍ଞାନ ଶିକ୍ଷା ଓ ଶିକ୍ଷା ଡିଜିଟାଇଜେସନ ଓ ଗୁରୁ ଶିଶ୍ୟ ପରମ୍ପରା ଉପରେ ଆଧାରିତ ଆଲୋଚନା ପ୍ରୋ.ଶଙ୍କର ପ୍ରସାଦ ପତି, ପ୍ରୋ,ମୁରଲୀଧର ପ୍ରେମନାଥ ନାୟକ,ନିରୂପମା ବଡ଼ପଣ୍ଡା,ପ୍ରୋ ନିଖିଳ ରାଜପୁତ,ପ୍ରୋ.ସାହିଲ ପାଠକ,ପ୍ରୋ.ନିର୍ମଳ ଚନ୍ଦ୍ର ବିଶ୍ୱାଳ,ରୁପଶ୍ରୀ ଗୋସ୍ୱାମୀ,ଡ଼. ଜେ,ଏନ.ଚୌଧୁରୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ