Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ବିଜେପି ପକ୍ଷରୁ ହର ଘର ତ୍ରିରଙ୍ଗା ଘର ଘର ତ୍ରିରଙ୍ଗା ସଚେତନତା ବାଇକ ରେଲି ଅନୁଷ୍ଠିତ।

କୋକସରା:୧୩/୦୮ ହର ଘର ତ୍ରିରଙ୍ଗା ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ କୁ ନେଇ କୋକସରା ବ୍ଲକ ଭାରତୀୟ ଜନତା ପାର୍ଟି ପକ୍ଷରୁ ସଚେତନତା ବାଇକ ରେଲି ଅନୁଷ୍ଠିତ ହୋଇଯାଇଛି।ଆସନ୍ତା ୭୭ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଭାରତ ର ଏକତା ଅଖଣ୍ଡାତା ଦେଶପ୍ରେମ ଓ ଭାରତୀୟ ନାଗରିକ ହେବାର ଗୌରବ ର ପ୍ରତୀକ ତ୍ରିରଙ୍ଗା କୁ ଘରେ ଘରେ ଉଡାଇବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ହର ଘର ତ୍ରିରଙ୍ଗା ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ହାତ କୁ ନିଆଯାଇଛି।।।ଆଜି କୋକସରା ଠାରେ କଳାହାଣ୍ଡି ବିଜେପି ଉପ ସଭାପତି ଲକ୍ଷ୍ମୀ କାନ୍ତ ବାଗ ଙ୍କ ନେତୃତ୍ୱରେ କୋକସରା ହନୁମାନ ମନ୍ଦିର ନିକଟରୁ ଦଲୀୟ କର୍ମକର୍ତ୍ତା ମାନେ ତ୍ରିରଙ୍ଗା ପତାକା କୁ ନେଇ ବାଇକ ରେଲି ରେ ବାହାରି ଜନସାଧାରଣ ଙ୍କୁ ସ୍ୱାଧୀନତା ଦିବସ ଅବସରରେ ଘରେ ଘରେ ତ୍ରିରଙ୍ଗା ଉଡାଇବାକୁ ସଚେତନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସମ୍ପାଦକ ଗୋଦାବରୀଶ ପାତ୍ର,କୋକସରା ମଣ୍ଡଳ ସଭାପତି ଦୁର୍ଗା ପ୍ରଧାନୀ, ମଣ୍ଡଳ ପ୍ରଭାରୀ ଗରୁଡ଼ ଧ୍ଵଜ ମାଝୀ, ମୁକୁନ୍ଦ ପଟ୍ଟନାୟକ, ଜିଲ୍ଲା କୃଷକ ମୋର୍ଚ୍ଚା ସମ୍ପାଦକ ଗଣେଶ ନନ୍ଦ,ନୀଳକଣ୍ଠ ମାଝୀ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ନରେନ୍ଦ୍ର ପ୍ରଧାନୀ,ଭଜମନ ନାଏକ,ସୁଜିତ ରାଜପୁତ, ଯଜ୍ଞାଦତ୍ତ ପ୍ରଧାନୀ ଓ ଦଲୀୟ କର୍ମୀମାନେ ଉପସ୍ଥିତ ରହିଥିଲେ।