Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡୋକାରିଚଞ୍ଚରା ପର୍ଯ୍ୟଟନ ସ୍ଥଳୀ ପାଇଁ ରାଜ୍ୟ ସରକାର ୧ କୋଟି ଅନୁଦାନ ଦେଇଥିବାରୁ କୃତଜ୍ଞତା ଜଣାଇଲେ ଜନ ପ୍ରତିନିଧି ଓ ଉନ୍ନୟନ କମିଟି।

କୋକସରା:୧୪/୦୮ କଳାହାଣ୍ଡି ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ମାନଙ୍କ ମଧ୍ୟରେ ଅନନ୍ୟ ଓ ପର୍ଯ୍ୟଟକ ଙ୍କ ଆକର୍ଷଣ ର କେନ୍ଦ୍ରବିନ୍ଦୁ ପାଳଟିଥିବା ପର୍ଯ୍ୟଟନ ସ୍ଥଳୀ ହେଉଛି କୋକସରା ବ୍ଲକର ଗୁଡହାଣ୍ଡି ଡୋକରୀଚଞ୍ଚରା । ଏକ ପୁରାତନ ତଥା ଐତିହ ସମ୍ପନ୍ନ ଗୁଡହାଣ୍ଡି ଆମ ଉନ୍ନତ ସଭ୍ୟତା, ସଂସ୍କୃତି ଓ କଳାର ମୂକସାକ୍ଷୀ । ପ୍ରାକ ଐତିହାସିକ ଯୁଗର ଗୁଡହାଣ୍ଡି ଗୁମ୍ଫା ଏହି ପର୍ଯ୍ୟଟନ ସ୍ଥଳୀକୁ ଏକ ସ୍ଵତନ୍ତ୍ର ପରିଚୟ ପ୍ରଦାନ କରିଛି । ପର୍ଯ୍ୟାୟ କ୍ରମେ ରାଜ୍ୟ ସରକାର ଏହି ପର୍ଯ୍ୟଟନ ସ୍ଥଳୀ ର ସୌନ୍ଦର୍ଯ୍ୟକରଣ ପାଇଁ ମିଳିଥିବା ଅନୁଦାନ ରେ ଜାରି ରହିଛି ଭିତ୍ତିଭୂମି ର ବିକାଶ ସହ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ। ସ୍ଥାନୀୟ ଜନ ପ୍ରତିନିଧି ଉନ୍ନୟନ କମିଟି ର ମିଳିତ ଉଦ୍ୟମ ରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ବିଭିନ୍ନ ସମୟରେ ପର୍ଯ୍ୟଟନ ସ୍ଥଳୀ ର ଉନ୍ନୟନ ପାଇଁ ଅନୁଦାନ ପାଇଁ ଦାବି କରା ଯାଇଥିଲା, ଏହାକୁ ଦୃଷ୍ଟିରେ ରଖି ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ ୧ କୋଟି ୨ ଲକ୍ଷ ଅନୁଦାନ ପୁଣି ଘୋଷଣା କରାଯାଇଛି। ସୋମବାର ରାଜ୍ୟ ସରକାର ଙ୍କୁ କୃତଜ୍ଞତା ଜଣାଇବା ପାଇଁ ଗୁଡାହାଣ୍ଡି ଡୋକାରିଚଞ୍ଚରା ଉନ୍ନୟନ କମିଟି ପକ୍ଷରୁ ସଭାପତି ଭଦ୍ରଶ୍ବର ପାତ୍ର ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ, ମୁଖ୍ୟ ବକ୍ତା ଭାବେ ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ସମ୍ମାନିତ ଅତିଥି ଭାବେ ଧର୍ମଗଡ଼ ବିଧାନସଭା ସଭାପତି ମାନସ ରଞ୍ଜନ ବାଗ, ଡୁଡୁକାଠେଙ୍ଗା ସରପଞ୍ଚ ହରିପ୍ରିୟା ନାଗ,ଜିଲ୍ଲା ପରିଷଦ ସଭ୍ୟ ଶଙ୍କର ଜୁଏଡ଼, ବିରଞ୍ଚି ନାରାୟଣ ପଣ୍ଡା, ଯୋଗଦେଇ ପର୍ଯ୍ୟଟନ ସ୍ଥଳୀ ର ବିକାଶ ପାଇଁ ରାଜ୍ୟ ସରକାର ଆନ୍ତରିକତା ରହିଥିବା ଓ ଆଗାମୀ ସମୟରେ କେମିତି ଡୋକାରିଚଞ୍ଚରା ରାଜ୍ୟ ଓ ଦେଶ ବାହାର ପର୍ଯ୍ୟଟକ ଙ୍କୁ ଆକର୍ଷିତ କରିବ ସେ ନେଇ ଇକୋ ଟୁରିଜମ ରେ ସାମିଲ କରି ପର୍ଯ୍ୟଟକ ଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ସେନେଇ ମତ ରଖିବା ସହ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।ଏହି ଅବସର ରେ ଉନ୍ନୟନ କମିଟି ର ଉପ ସଭାପତି ଐରି ନାସନ ଚିନ୍ଦା, ସୁରେଶ ଅଗ୍ରୱାଲ, ଜିତେନ୍ଦ୍ର ପ୍ରଧାନୀ, ନିଳାମ୍ବର ନାଏକ,ଅଜିତ ପଟ୍ଟନାୟକ,ଘନଶ୍ୟାମ ନାଏକ, ବିଜେଡି ବ୍ଲକ ସଭାପତି ସୁଶାନ୍ତ ବେହେରା, ମହେଶ ଗୁପ୍ତା, ଋତୁରାଜ ମାଝୀ ସମେତ ଉନ୍ନୟନ କମିଟିର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ।