Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୁବନେଶ୍ଵରର ଏକ ହାଉସିଂ ସୋସାଇଟିରେ ସ୍ଵାଧୀନତା ଦିବସ ପାଳନ: ଦେଖିବାକୁ ମିଳିଲା ଭାରତ ବନାମ ପାକିସ୍ତାନର ଛବି

ଭୁବନେଶ୍ଵର: ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ସେହି ମଧ୍ୟ ରାତ୍ରିର ସମୟ ଯେତେବେଳେ ଭାରତକୁ ସ୍ଵାଧୀନତା ମିଳିଲା। ଏହା ସେହି କ୍ଷଣ ଥିଲା ଯେବେ ଜବାହାରଲାଲ ନେହେରୁଙ୍କ ଅଜସ୍ଵୀ ଭାଷଣରୁ ଦେଶ ନୂତନ ମାର୍ଗରେ ଚାଲିବା ଆରମ୍ଭ କରିଥିଲା। ପାକିସ୍ତାନ ଅଗଷ୍ଟ ୧୪ ତାରିଖରେ ନିଜ ସ୍ଵାଧୀନତାର ଉତ୍ସବ ପାଳନ କରୁଥିବା ବେଳେ ଭାରତ ଅଗଷ୍ଟ ୧୫ରେ ନିଜର ସ୍ଵାଧୀନତା ଦିବସ ପାଳନ କରୁଛି। ଏହା ଏଥିପାଇଁ ହେଲା କାରଣ ମାଉଣ୍ଟବ୍ୟାଟେନ କ୍ଷମତା ହସ୍ତାନ୍ତରଣ ପାଇଁ କରାଚି ପରେ ଦିଲ୍ଲୀ ଆସିଲେ।

ଆଜି ସମଗ୍ର ଦେଶ ୭୭ତମ ସ୍ଵାଧୀନତା ଦିବସକୁ ବେଶ ହର୍ଷୋଉଲ୍ଲାସର ସହ ପାଳନ କରୁଛି। ଏମିତି ଗୌଗବମୟ ଦିନକୁ ଭୁବନେଶ୍ଵରରେ ୧୨୦୦ ଆପାର୍ଟମେଣ୍ଟ ବିଶିଷ୍ଟ ହାଉସିଂ ସୋସାଇଟି, ଟ୍ରାଇଡେଣ୍ଟ ଗାଲାକ୍ସିରେ ଦୁଇଟି ସମୂହ ସ୍ଵାଧୀନତା ଦିବସ ପାଳନ କରିଛନ୍ତି। ଦୁଇ ଭିନ୍ନ ଭିନ୍ନ ସ୍ଥାନରେ ଜାତୀୟ ପତାକା ଉତ୍ତୋଳନ କରାଯାଇଛି। ବିଲ୍ଡର ଟ୍ରାଇଡେଣ୍ଟ ପ୍ରପର୍ଟିଜ ପ୍ରାଇଭେଟ୍ ଲିମିଟେଡ ଦ୍ଵାରା ସକାଳ ୮ଟା ଏବଂ ରେସିଡେଣ୍ଟ ଓ୍ଵେଲଫେୟାର ଆସୋସିଏସନ ଗ୍ରୁପ ଦ୍ଵାରା ସକାଳ ୮ଟା ୩୦ରେ ଜାତୀୟ ପତାକା ଉତ୍ତୋଳନ କରାଯାଇଛି।

ବିଲ୍ଡରଙ୍କ ପକ୍ଷରୁ ଆୟୋଜିତ ସ୍ଵାଧୀନତା ଦିବସ ସମାରୋହରେ କିଛି ହାତଗଣତି ସୁରକ୍ଷା କର୍ମଚାରୀ ଏବଂ ଟ୍ରାଇଡେଣ୍ଟ ପ୍ରପର୍ଟିଜ ଦ୍ଵାରା ନିଯୁକ୍ତ କିଛି କର୍ମଚାରୀ ଉପସ୍ଥିତ ଥିଲେ। ଏହି ସମୂହ ଦ୍ଵାରା ପାଳିତ ସ୍ଵାଧୀନତା ଦିବସରେ ନିରଶ ଦେଖିବାକୁ ମିଳିଥିବା ବେଳେ ଟ୍ରାଇଡେଣ୍ଟ ଗାଲାକ୍ସିଙ୍କ ନିବାସୀଙ୍କ ପକ୍ଷରୁ ବେଶ ଧୂମଧାମର ସହ ସ୍ଵାଧୀନତା ଦିବସ ପାଳନ କରାଯାଇଛି। ଏହି ସମୟରେ ହଜାର ସଂଖ୍ୟାରେ ଲୋକ ଉପସ୍ଥିତ ଥିବେ ବେଳେ ପୁରୁଷ, ମହିଳା, ଛୋଟ ପିଲା ତ୍ରିରଙ୍ଗା ରଙ୍ଗର ପୋଷାକ ପିନ୍ଧି ଦେଶଭକ୍ତି ଗୀତରେ ପୂରା ପରିସରକୁ ପ୍ରକମ୍ପିତ କରିଛନ୍ତି। ଦୁଇ ଗ୍ରୁପ ଅଲଗା ଅଲଗା ସ୍ଵାଧୀନତା ଦିବସ ପାଳନ କରିବା ପଛରେ ବିଲ୍ଡର ଟ୍ରାଇଡେଣ୍ଟ ପ୍ରପର୍ଟିଜ ପ୍ରାଇଭେଟ୍ ଲିମିଟେଡ ଦାୟୀ।

୨୦୦୮ରେ ଟ୍ରାଇଡେଣ୍ଟ ଗାଲାକ୍ସି ପ୍ରକଳ୍ପ ଆରମ୍ଭ ହେବା ପରେ ସେଠାରେ ରହୁଥିବା ଘରମାଲିକ ତଥା ବାସିନ୍ଦାଙ୍କୁ ମୌଳିକ ଅଧିକାରରୁ ବଞ୍ଚିତ କରାଯିବାଠୁ ହିଁ ବିବାଦ ଆରମ୍ଭ ହୋଇଥିଲା। ଆରମ୍ଭରୁ ଯେଉଁ ସବୁ ପ୍ରତିଶ୍ରୁତି ବିଲଡରଙ୍କ ପକ୍ଷରୁ ଦିଆଯାଇଥିଲା ତାହା ଏ ପର୍ଯ୍ୟନ୍ତ ପୂରଣ ହୋଇ ନାହିଁ। ବିଲଡର ଏବେ ମଧ୍ୟ ସର୍ବସାଧାରଣ ଅଞ୍ଚଳକୁ ନିବାସୀ କଲ୍ୟାଣ ସୋସାଇଟିକୁ ହସ୍ତାନ୍ତର କରି ନାହିଁ। ଓଲଟା ଏହାକୁ ନିଜ ଅକ୍ତିକାରରେ ରଖି ଲୋକଙ୍କ ସୁଖ ସୁବିଧା ଉପରେ ମନମୁଖୀ ଅଙ୍କୁଶ ଲଗାଇ ଚାଲିଛି। ତିନୋଟି ପର୍ଯ୍ୟାୟରେ ପାର୍କିଂ ସ୍ଥାନ, ସର୍ବ ସାଧାରଣ ଅଞ୍ଚଳ ଆଦି ହସ୍ତାନ୍ତର କରାଯିବାର ପ୍ରତିଶ୍ରୁତି ଦେଇ ଘର ଦେଇ ଦିଆଗଲା। ଏଥିରେ ଟ୍ରାଇଡେଣ୍ଟ ଗାଲାକ୍ସି କଲ୍ୟାଣ ସଂଘର କାର୍ଯ୍ୟାଳୟ, ସୁଇମିଂ ପୁଲ, ଜିମ୍ ପରି ମୌଳିକ ସୁବିଧା ସାମିଲ୍। କିନ୍ତୁ ଅଦ୍ୟାବଧି ସମ୍ପୂର୍ଣ ସୁବିଧା ଘରମାଲିକଙ୍କୁ ଦିଆଯାଇ ନାହିଁ। ଏପରିକି ନିଜ ଆପାର୍ଟମେଣ୍ଟରେ ସାମଗ୍ରୀ ପ୍ରବେଶ ପାଇଁ ମଧ୍ୟ ମଞ୍ଜୁରୀ ନେବାକୁ ପଡ଼ୁଛି। ଏବେ ମୁଖ୍ୟ ଗେଟରେ ଯିବା ଆସିବା ସବୁ ବିଲଡର ଗୋଷ୍ଠୀ ନିୟନ୍ତ୍ରଣ କରୁଛନ୍ତି। Trident Galaxy Phase 2 ର ଏସଟିୟୁ ବ୍ଲକକୁ ଏଯାଏଁ ରେରା ସ୍ଵୀକୃତି ମିଳି ନ ଥିବା ମଧ୍ୟ ଅଭିଯୋଗ ହେଉଅଛି। ଆପଣ ଘର କିଣିବେ କିନ୍ତୁ ବିକ୍ରି କରି ପାରିବେନି, କାରଣ ଫ୍ଲାଟ ର ଅକୂପେନସି ସାର୍ଟିଫିକେଟ ଆପଣଙ୍କୁ ମିଳିବନି ।

ଏଠାରେ ବିଲଡର ଗତ ପନ୍ଦର ବର୍ଷ ହେଲା ଗୋଟେ ପରେ ଗୋଟେ ପ୍ରୋଜେକ୍ଟ କରି ଚାଲିଛି ଓ ସୋସାଇଟି କୁ ହସ୍ତାନ୍ତର କରିବା ନା ନେଉନି । ଘର ମାଲିକ ମାନେ ସୋସାଇଟି ରେଜିଷ୍ଟାର କରି ହସ୍ତାନ୍ତର କରିବା ପାଇଁ ବିଲଡରକୁ ବାରମ୍ବାର ଆବେଦନ କରିବା ସତ୍ୱେ ବିଲଡର ନାଲି ଆଖି ଦେଖାଉଛି ।
ବିଲଡରଙ୍କ ସହ ବାରମ୍ବାର ଆଲୋଚନା କରିବା ପରେ ମଧ୍ୟ ଘରମାଲିକ ଏବଂ ନିବାସୀଙ୍କୁ କୌଣସି ଆଶ୍ଵସ୍ତି ମିଳିନାହିଁ। ଏବେ ମଧ୍ୟ ସେମାନେ ଆଶା ବାନ୍ଧି ବସିଛନ୍ତି ଯେ, ବିଲଡର ଗୋଷ୍ଠୀ ରେସିଡେଣ୍ଟ ଓ୍ଵେଲଫେୟାର ଆସୋସିଏସନକୁ ସମସ୍ତ ମୌଳିକ ଅଧିକାର ପ୍ରଦାନ କରିବ ଏବଂ ଟ୍ରାଇଡେଣ୍ଟ ଗାଲାକ୍ସିର ନିବାସୀଙ୍କୁ ସେମାନଙ୍କ ଦ୍ଵାରା ପୈଠ ଅର୍ଥ ରାଶି ମୁତାବକ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ