କୋକସରା:୧୫/୦୮ ଆଜି ଦେଶବାସୀ ସ୍ଵାଧୀନତା ର ୭୭ ବର୍ଷ ପୂର୍ତ୍ତି ଅବସର ରେ ମହା ଆଡମ୍ବରରେ ଦେଶ ର ଏତିହ୍ୟ, ସଂସ୍କୃତି, ପରମ୍ପରା ର ମହାନ ପର୍ଵ ସ୍ଵାଧୀନତା ଦିବସ ପାଳନ କରିଛନ୍ତି ।କୋକସରା ବ୍ଲକ ସ୍ତରୀୟ ସ୍ଵାଧୀନତା ଦିବସ ସଦର ଗୁଡ଼ହାଣ୍ଡି ମଞ୍ଚ ଠାରେ ସକାଳ ୯ ଘଣ୍ଟା ୧୫ ମିନିଟ ସମୟରେ କୋକସରା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରିତା ଅଗ୍ରୱାଲ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଜବାହାର ଉଚ୍ଚ ବିଦ୍ୟାଳୟ ର ଏନସିସି ଛାତ୍ରୀ ମାନେ ଜାତୀୟ ସଙ୍ଗୀତ ଗାନ କରିଥିଲେ। ଏହି ଅବସର ରେ ଉପସ୍ଥିତ ଥିବା ଜନ ସାଧାରଣ ଙ୍କୁ ବ୍ଲକ ଅଧ୍ୟକ୍ଷା କୋକସରା ବ୍ଲକ ର ବିକାଶ ଦିଗରେ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ। ପରେ ସମସ୍ତ ଶିକ୍ଷାନୁଷ୍ଠାନ ର ଏନସିସି,ସ୍କ୍ୱାଉଟ ଛାତ୍ରଛାତ୍ରୀ ମାନେ ପ୍ୟାରେଡ଼ ପ୍ରଦର୍ଶନ କରିଥିଲେ। ୭୭ ତମ ସ୍ଵାଧୀନତା ଦିବସ ପାଳନ ରେ କୋକସରା ବିଡ଼ିଓ ଉତ୍ତମ ବାଗ, ତହସିଲଦାର ଦେବବ୍ରତ କରାଟି, ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଉପସ୍ଥିତ ରହିଥିଲେ। ଡୁଡୁକାଠେଙ୍ଗା ପଞ୍ଚାୟତ ର ୨ ଜଣ ବୃଦ୍ଧା ବେଳମତି ମାଝୀ ପୂର୍ଣ୍ଣି ମୁଲକିଆ 5 ଟି ସ୍କୁଲ ନିର୍ମାଣ ପାଇଁ ଜାଗା ଦାନ ଦେଇଥିବା ବେଳେ ଦୁଇ ମହାୟଶୀ ମହିଳା ଙ୍କୁ ସମ୍ବର୍ଦ୍ଧନା କରାଯାଇଛି। ଚଳିତ ମାଟ୍ରିକ ପରୀକ୍ଷାରେ ୯୦ ପ୍ରତିଶତ ମାର୍କ ରଖିଥିବା ଆମପାଣି ବୁଢ଼ାରଜା ଉଚ୍ଚ ବିଦ୍ୟାଳୟ ର ଛାତ୍ର ରୋଶନ ଦାସ, ନିଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଲଡୁଗାଁ ର ଛାତ୍ର ରିତିକ କୁମାର ଅଗ୍ରୱାଲ,ଅକ୍ଷୟ ଫାଉଣ୍ଡେସନ ପକ୍ଷରୁ ବ୍ଲକ ର ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ଟପ୍ପର ହୋଇଥିବା ଛାତ୍ରଛାତ୍ରୀ ଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଛି।ଏହି ଅବସର ରେ ବିଭିନ୍ନ ଶିକ୍ଷାନୁଷ୍ଠାନ ରୁ ଆସିଥିବା ଛାତ୍ରଛାତ୍ରୀ ଙ୍କ ଦ୍ଵାରାଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକ ଙ୍କୁ ଦେଶ ର ବଳିଦାନ ଓ ତ୍ୟାଗ ଦେଇଥିବା ବିର ଯବାନ ଙ୍କ ସ୍ମୃତିକୁ ପୁଣିଥରେ ମନେ ପକାଇ ଦେଇଥିଲା।କାର୍ଯ୍ୟକ୍ରମ କୁ ସରସ୍ୱତୀ ଶିଶୁ ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ଦେବାନନ୍ଦ ରାଉତ ପରିଚାଳନା କରିଥିଲେ।
କୋକସରା ଗୁଡ଼ହାଣ୍ଡି ମଞ୍ଚ ରେ ୭୭ ତମ ସ୍ଵାଧୀନତା ଦିବସ, ପତାକା ଉତ୍ତୋଳନ କଲେ ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ।
