Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମରୁଡି ଅଂଚଳ ପରିଦର୍ଶନ କଲେ କଂଗ୍ରେସ ପ୍ରତିନିଧି ଦଳ।

କଳାହାଣ୍ଡି:୧୫/୦୮ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଉପଖଣ୍ଡ ଦଣ୍ଡପାଟ ମରୁଡି ପ୍ରପୀଡିତ ଅଂଚଳ ର ବିଭିନ୍ନ ଗାଁ ଓ ଚାଷ ଜମି ସବୁକୁ କଂଗ୍ରେସ ଦଳ ରାଜ୍ୟ ସମ୍ପାଦକ ଦିଗାମ୍ବର ଦୁରିଆ, ଯୁବ ନେତା ଡାକେଶ୍ୱର ଲହଜଲ, ଓ ମାଧବ ଠାକୁର ପରିଦର୍ଶନ କରିଥିଲେ।ରାସ୍ତା ଘାଟରେ କ୍ଷତିଗ୍ରସ୍ତ ଚାଷ ଜମି ସବୁକୁ ଦେଖିବା ସହିତ ବିଭିନ୍ନ ଚାଷୀ ମାନଙ୍କୁ ଭେଟି ସେମାନଙ୍କ ଚାଷର କ୍ଷତି ସମ୍ବନ୍ଧରେ ବିଶେଷ ଆଲୋଚନା କରିଥିଲେ..ଉକ୍ତ ପ୍ରତିନିଧି ମଣ୍ଡଳୀ ଯଥାକ୍ରମେ ପର୍ଲା, ହାତୀପଖାନ, ବେହେରାଗୁଡା,, ପାଇକପଡା,ଧଁରପୁର,, ଭାଲୁଚୁଆଁ, ଆମ୍ବଗୁଡା, କନକପୁର, ଚୋରନିଦୁଆର, ଭୈସାଲପଡ଼ା, ଥୂଟିବର, ପଦ୍ମପୁର, ଛଞ୍ଚାନବାହାଲି ଆଦି ଗାଁ ସବୁ ବୁଲି ପ୍ରତ୍ୟକ୍ଷ ଅନୁଭୂତି ନେଇଥିଲେ।ତେଵେ ବାସ୍ତବ ରେ ଉକ୍ତ ଗାଁ ମାନଙ୍କ ଚାଷ ଜମିରେ ବର୍ଷାପାଣି ଅଭାବ ହେତୁ ଅଧିକାଂଶ ଚାଷ ଜମି ରେ ବେଉସା ହୋଇନାହିଁ କିମ୍ବା ତଳି ରୁଆ ହୋଇନାହିଁ।ମରୁଡି ସ୍ଥିତି ଗମ୍ଭୀର ହୋଇଛି. ଚାଷୀ ମାନେ ହତାଶ ହୋଇ ରହିଥିବା ବେଳେ କିଛି ଦିନ ମଧ୍ୟରେ ତାଙ୍କ ଭେଣ୍ଡିଆ ପୁଅ ମାନେ ଦାଦାନ ଖଟିବାକୁ ଅନ୍ୟ ରାଜ୍ୟ କୁ ଯିବାକୁ ବାଧ୍ୟ ହେବେ ବୋଲି ଚାଷି କହିଛନ୍ତି।ଏ ଅଂଚଳ ରେ ବାରମ୍ବାର ଦାବୀ ସତ୍ୱେ ସରକାର କୌଣସି ପ୍ରକାର ଜଳସେଚନ ବ୍ୟବସ୍ଥା କରୁନାହଁ. ବିଶେଷ କରି କ୍ଷମତା ସୀନ ବିଜେଡି ଓ ବିଜେପି ଦଳର ନେତା ମାନେ ବାରମ୍ବାର ମିଛ ପ୍ରତିଶୃତି ଦେଇ ଅଂଚଳ ବାସୀ ଙ୍କୁ ଠକୁଛନ୍ତି ବୋଲି ଚାଷୀମାନେ ମତବ୍ୟକ୍ତ କରିଥିଲେ।ବର୍ତମାନ ଆଗକୁ ବର୍ଷା ହେଲେବି ଆଉ ଧାନ ଚାଷ ହୋଇପାରିବ ନାହିଁ ବୋଲି ଚାଷୀମାନେ କ୍ଷୋଭ ର ସହିତ କହୁଥିଲେ।ଏ ତମାମ ଘଟଣା ଦେଖିବା ପରେ ଚାଷୀ ମାନଙ୍କୁ ତୁରନ୍ତ ଗଜା ମରୁଡି ସାହାଯ୍ୟ ଦେବା ସହିତ 50% କୃଷି ବୀମା ଲାଭଂଶ ଦେବାକୁ ପ୍ରତିନିଧି ମଣ୍ଡଳୀ ଦାବୀ କରିଛନ୍ତି. ଯଥା ଶୀଘ୍ର ଚାଷୀ ଙ୍କୁ ଆର୍ଥିକ ସାହାଯ୍ୟ ନ ଦେଲେ ଆଗାମୀ ଦିନରେ ବିରାଟ ଚାଷୀ ଆନ୍ଦୋଳନ କରି ଉପଜିଲ୍ଲାପାଳ ଙ୍କ ଅଫିସ କୁ ଘେରାଉ କରାଯିବ ବୋଲି ଶ୍ରୀ ଦୁରିଆ ଚେତାବନୀ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ