Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଶ୍ଚିମାଞ୍ଚଳ ଏକତା ମଂଚ ନାରୀଶକ୍ତି ର ବୈଠକ

ସମ୍ବଲପୁର:ଅଗ୍ରଣୀ ସାମାଜିକ ଏବଂ ସାଂସ୍କୃତିକ ସଂଗଠନ ପଶ୍ଚିମାଞ୍ଚଳ ଏକତା ମଂଚ ନାରୀଶକ୍ତି ପକ୍ଷରୁ ଗୁରୁ ସତ୍ଯ ନାରାୟଣ ସମ୍ବଲପୁରୀ ଉଦ୍ୟାନ ଠାରେ ପଙ୍କଜିନୀ ମେହେରଙ୍କ ସଂଯୋଜନାରେ ଏବଂ ପଶ୍ଚିମାଞ୍ଚଲ ଏକତା ମଞ୍ଚର ଆବାହକ ଭବାନୀଶ ଭୋଇ ଓ ମୂଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସିଙ୍କ ତତ୍ତ୍ୱାବଧାନରେ ମହିଳା ମାନଙ୍କ ବିକାଶ ପାଇଁ ଆଲୋଚନା କରାଯାଇ ଥିଲା।ବୈଠକରେ ପଶ୍ଚିମାଞ୍ଚଲ ଏକତା ମଞ୍ଚର କେନ୍ଦ୍ରୀୟ ସହ ସଂଯୋଜିକା ଭାବେ ଝୁନୁ ତ୍ରିପାଠୀ, ପଶ୍ଚିମାଞ୍ଚଲ ଏକତା ମଞ୍ଚର ସମ୍ବଲପୁର ଜିଲ୍ଲା ମହିଳା ସଂଯୋଜିକା ଭାବେ ସ୍ୱସ୍ତିକା ନାୟକ ସହ ସଂଯୋଜିକା ପଙ୍କଜିନୀ ବୈଠାରୁ , କାର୍ଯ୍ୟକ୍ରମ ସଂଯୋଜିକା ଭାବେ ତୃପ୍ତି ପଣ୍ଡା,ସମ୍ବଲପୁର ଶାଖା ସଂଯୋଜିକା ସୁଷମା ପ୍ରଧାନ , ସହ ସଂଯୋଜିକା ସୁଜାତା ଗୁରୁ । ପଶ୍ଚିମାଞ୍ଚଲ ଏକତା ମଞ୍ଚ, ରେଙ୍ଗାଲି ଶାଖା ମହିଳା ସଂଯୋଜିକା ପଙ୍କଜିନୀ ରାଉତ ଏବଂ କାର୍ଯ୍ୟକ୍ରମ ସଂଯୋଜିକା ଭାବେ ମିତା ମେହେର,ହୀରାକୁଦ ଶାଖା ମହିଳା ସଂଯୋଜିକା ସଂଯୁକ୍ତା ଆଚାର୍ଯ୍ୟ ଏବଂ କାର୍ଯ୍ୟକ୍ରମ ସଂଯୋଜିକା ମଂଜୁଲତା ପଣ୍ଡା , ପଶ୍ଚିମାଞ୍ଚଲ ଏକତା ମଞ୍ଚର ରେଢାଖୋଲ ଶାଖା ମହିଳା ସଂଯୋଜିକା ଭାବେ ଜନନୀ ମିଶ୍ର , ପଶ୍ଚିମାଞ୍ଚଲ ଏକତା ମଞ୍ଚ ର ଗୋଶାଲା ମହିଲା ଶାଖା ସଂଯୋଜିକା ଭାବେ ସଂଯୁକ୍ତା ପ୍ରଧାନ ପଶ୍ଚିମାଞ୍ଚଲ ଏକତା ମଞ୍ଚ ର ଅତାବିରା ଶାଖା ସଂଯୋଜିକା ଅଂଜଲି ଦୀପ ଙ୍କୁ ଦାୟିତ୍ୱ ଅର୍ପଣ କରାଗଲା । ଏହି ବୈଠକରେ ପଶ୍ଚିମାଞ୍ଚଲ ଏକତା ମଞ୍ଚର ମହିଳା ସଂଯୋଜିକା କାନ୍ତି ମେହେର ଉପସ୍ଥିତ ଥିଲେ । ଆଗକୁ ପଶ୍ଚିମାଞ୍ଚଲ ଏକତା ମଞ୍ଚ ନାରୀଶକ୍ତୀ ଦ୍ୱାରା ଗଙ୍ଗାଧର ମେହେର ଜୟନ୍ତୀ ପାଳନ ଅବସରରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ ସହ ମହିଲା ମାନଙ୍କ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟକ୍ରମ ହାତକୁ ନେବାକୁ ସଭାରେ ନିଷ୍ପତ୍ତି ନିଆଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ