Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୦୪୭ ସୁଦ୍ଧା ଭାରତକୁ ବିକଶିତ ଓ ଆତ୍ମ ନିର୍ଭରଶୀଳ କରାନ୍ତୁ: ସୀତାରମଣ

ପୁରୀ: ସଦାଶିବ ସଂସ୍କୃତ ବିଶ୍ଵବିଦ୍ୟାଳୟରେ ଶିକ୍ଷାର୍ଥୀଙ୍କୁ ସୀତାରମଣଙ୍କ ପରାମର୍ଶ। ପେଣ୍ଠକଟା ନିକଟ ଏହି ବିଶ୍ୱବିଦ୍ୟାଳୟର କ୍ୟାମ୍ପସରେ ଆୟୋଜିତ ‘ମୋ ମାଟି ମୋ ଦେଶ’ କାର‌୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଞ୍ଚପ୍ରାଣ ମନ୍ତ୍ରକୁ ନେଇ ଶପଥ କରାଇଲେ। ୨୦୪୭ ସୁଦ୍ଧା ଭାରତକୁ ବିକଶିତ ଓ ଆତ୍ମ ନିର୍ଭରଶୀଳ କରାନ୍ତୁ। ଔପନିବେଶବାଦ ମାନସିକତାରୁ ମୁକୁଳି ଆସନ୍ତୁ। ଆମର ଐତିହ୍ୟ, ପରମ୍ପରାକୁ ନେଇ ଉତ୍ସବ ମନାନ୍ତୁ। ଦେଶର ସୁରକ୍ଷା ପାଇଁ ଏକତାକୁ ମଜବୁତ କରନ୍ତୁ। ଜଣେ ସଚ୍ଚା ନାଗରିକତାର କର୍ତ୍ତବ୍ୟ ପାଳନ କରନ୍ତୁ।

ଏହା ପରେ ପୁରୀ ବୀରହରେକୃଷ୍ଣପୁର ଗାଁ ତଥା ସ୍ଵାଧୀନତା ସଂଗ୍ରାମୀ ଜୟୀ ରାଜଗୁରୁଙ୍କ ଜନ୍ମମାଟି ପରିଦର୍ଶନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମରେ ଜୟୀ ରାଜଗୁରୁଙ୍କ ଜନ୍ମମାଟିରୁ ଅମୃତ କଳସରେ ମାଟି ସଂଗ୍ରହ କରିଛନ୍ତି ସୀତାରମଣ। ଏହି ଅବସରରେ ଜୟୀ ରାଜଗୁରୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି।

ଏହା ପୂର୍ବରୁ ପୁରୀ ବ୍ଲୁ ଫ୍ଲାଗ ବେଳାଭୂମି ଯାଇ ସେଠାରେ ସେ ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ‘ମୋ ମାଟି ମୋ ଦେଶ’ ବିଷୟବସ୍ତୁ ଉପରେ ନିର୍ମିତ ବାଲୁକା କଳାକୃତି ପରିଦର୍ଶନ କରିଥିଲେ ଥିଲେ କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ।। କିଛି ସମୟ ରହିବା ପରେ ଫଟୋ ଉଠାଇଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ