Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦାବ୍ରିଗୁଡା କୁ ସ୍ୱତନ୍ତ୍ର ରାଜସ୍ୱ ଗ୍ରାମ ର ମାନ୍ୟତା ଦାବି, ତହସିଲଦାର ଙ୍କୁ ଦାବିପତ୍ର ଦେଲେ ଗ୍ରାମବାସୀ।

କୋକସରା:୧୭/୦୮ କୋକସରା ବ୍ଲକ ବଡ଼ ପୋଡ଼ାଗୁଡା ମୌଜା ଅଧିନରେ ଥିବା ଦାବ୍ରିଗୁଡା ଗ୍ରାମ କୁ ସ୍ୱତନ୍ତ୍ର ରାଜସ୍ୱ ଗ୍ରାମ ର ମାନ୍ୟତା ପ୍ରଦାନ କରିବାକୁ ଗୁରୁବାର ଦାବ୍ରିଗୁଡା ଗ୍ରାମବାସୀ ମାନେ କୋକସରା ତହସିଲଦାର ଦେବବ୍ରତ କରାଟି ଙ୍କୁ ଭେଟି ଲିଖିତ ଦାବି କରିଛନ୍ତି। ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ପାଦଦେଶରେ ଥିବା ଦାବ୍ରିଗୁଡା ଗ୍ରାମ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ପ୍ରାୟ ୧୫୦୦ ଜନସଂଖ୍ୟା ରହିଥିବା ବେଳେ ୧୦୦୦ ଭୋଟର ରହିଛନ୍ତି। ଗ୍ରାମରେ ଅନାବାଦୀ ସରକାରୀ ଗୋଚର ଜମି, ଜଳଚର ରାଇତାନି ଜମି ବହୁତ ମାତ୍ର ରେ ରହିଥିବା ବେଳେ ଭୌଗଳିକ ସ୍ଥିତି ମଧ୍ୟ ରାଜସ୍ବ ଗ୍ରାମ ପାଇଁ ଉପଯୁକ୍ତ ରହିଛି।ତେବେ ପଡାଗ୍ରାମ ହୋଇଥିବାରୁ ଦାବ୍ରିଗୁଡା ଗ୍ରାମ କୁ ସରକାର ଙ୍କ ମୌଳିକ ଅଧିକାର ରୁ ବଞ୍ଚିତ ରହିଥିବା ଅଭିଯୋଗ କରିବା ସହ ବଡ଼ ପୋଡ଼ାଗୁଡା ଗ୍ରାମ ଉପରେ ସମସ୍ତ ସରକାରୀ କାଗଜପତ୍ର ଉପରେ ନିର୍ଭର କରୁଥିବା ଅଭିଯୋଗ କରିଛନ୍ତି। ଗୁରୁବାର ଦାବ୍ରିଗୁଡା ଗ୍ରାମବାସୀ ଙ୍କ ପକ୍ଷରୁ ସରପଞ୍ଚ ଯମୁନା ନାଏକ, ସମିତି ସଭ୍ୟ ଉମା ନାଏକ,ନାଏବ ସରପଞ୍ଚ ବିଡୁ ନାଏକ, ଧର୍ମାନନ୍ଦ ନାଏକ, ଚନ୍ଦ୍ରମଣି ବେଶ୍ରା,ନରେଶ ନାଏକ, ଦୁର୍ଜନ ବାଗ, ଉଦ୍ଧବ ନାଏକ, ହରିହର ବେଶ୍ରା ପ୍ରମୁଖ ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।