Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସନ୍ଦେହ ଜନକ ଅବସ୍ଥାରେ ଯୁବକ ଙ୍କ ମୃତ ଦେହ ଜମିହୁଡ଼ା ରୁ ଉଦ୍ଧାର, କାରଣ ଅସ୍ପଷ୍ଟ,ପୋଲିସ ର ତଦନ୍ତ ଜାରି।

କୋକସରା:୧୮/୦୮ କଳାହାଣ୍ଡି ଜିଲ୍ଲା କୋକସରା ଥାନା ଟେମରା ଥାନା ଅନ୍ତର୍ଗତ ସିର୍ଲିଗୁଡା ନିକଟସ୍ଥ କେନାଲ ଦେଇ ଯାଇଥିବା ଜମିହୁଡ଼ା ରୁ ଶୁକ୍ରବାର ମଧ୍ୟାହ୍ନ ରେ ଜଣେ ଯୁବକ ଙ୍କ ଶବ ପଡି ରହିଥବା ନେଇ ସ୍ଥାନୀୟ କିଛି ଗ୍ରାମବାସୀ ଦେଖିବା ପରେ କୋକସରା ପୋଲିସ କୁ ଖବର ଦେଇଥିଲେ।।କୋକସରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଯୁବକ ର ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନା କୁ ପଠାଇଥିବା ବେଳେ ସନ୍ଧ୍ୟା ହେବାରୁ ଶନିବାର ଶବ ବ୍ୟବଚ୍ଛେଦ ହେବାନେଇପୋଲିସ ପକ୍ଷରୁ ସୂଚନା ମିଳିଛି। ମୃତ ଯୁବକ ସିର୍ଲିଗୁଡା ଗ୍ରାମର ଗିରିଧାରି ମାଝୀ ଙ୍କ ପୁଅ ଦୟାଳୁ ମାଝି (୨୮) ବୋଳି ଜଣାପଡିଛି। ତେବେ ଯୁବକ ଜଣକ ନିଜ ଶଶୁର ଘର ପିପଳପଡା କୁ ଯାଇଥିବା ବେଳେ ଶୁକ୍ରବାର ଯୁବକ ଙ୍କ ମୃତ ଦେହ ନିଜ ଚାଷଜମି ରୁ ଉଦ୍ଧାର ହୋଇଛି।ଯୁବକ ଙ୍କ ମୃତଦେହ ନିକଟରୁ କୀଟନାଶକ ଔଷଧ ପଡିଥିବା ଦେଖିବାକୁ ମିଳିଛି। ତେବେ ଏନେଇ କୋକସରା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିବା ସହ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ର କାରଣ ସ୍ପଷ୍ଟ ହେବାନେଇ ସୂଚନା ଦେଇଛନ୍ତି।