Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଦ୍ୟୁତ ଅଧିକାରୀ ଙ୍କ ସହ ଧର୍ମଗଡ଼ ବିଧାୟକଙ୍କ ସମୀକ୍ଷା ବୈଠକ

କୋକସରା:୧୯/୦୮ କୋକସରା ବ୍ଲକ କୁସୁମଖୁଣ୍ଟି ଡାକ ବଙ୍ଗଳା ଠାରେ ଧର୍ମଗଡ଼ ବିଦ୍ୟୁତ ସବଡ଼ିଭିଜନ ବିଦ୍ୟୁତ ବିଭାଗ ଓ ଧର୍ମଗଡ଼ ବିଧାୟକ ମୌଷଧୀ ବାଗ ଙ୍କମଧ୍ୟରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ୪ ଗୋଟି ସେକ୍ସନ ଯଥା କୋକସରା, ଚାରବାହଲ, ବଡ଼କୁଟରୁ ଓ ଜୟପାଟଣାର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ବିଦ୍ୟୁତ ସମସ୍ୟା ସମାଧାନ ଦିଗରେ ଆଲୋଚନା କରିଥିଲେ। କୋକସରା ବ୍ଲକ ର ଉପାନ୍ତ ଅଞ୍ଚଳ ଆମପାଣି ପଞ୍ଚାୟତର ଟିର୍ଲିଆମ,କୁଟ୍ରୁ, ଆନ୍ଧିଝରଣ,ଗାଇବନ୍ଧା, ସର୍ଗିପାନୀ ଭଳି ଅଞ୍ଚଳରେ ସୌଭାଗ୍ୟ ଯୋଜନାରେ ଲୋକେ କିପରି ବିଦ୍ୟୁତ୍ ସେବା ପାଇ ପାରିବେ,ଚାଷ କାର୍ଯ୍ୟ ପାଇଁ ଲାଗିଥିବା ଲିଫ୍ଟ ପଏଣ୍ଟ ପାଇଁ ବିଦ୍ୟୁତ ସେବା ସଠିକ୍ ଭାବରେ ଆବଣ୍ଟନ କରିବା, ଅପଗ୍ରେଡେସନ ମାଧ୍ୟମରେ ନୂତନ ଟ୍ରାନ୍ସଫର୍ମର ଯୋଗେଇ ଉପଭୋକ୍ତା ଙ୍କୁ ସୁଚାରୁରୂପେ ବିଦ୍ୟୁତ୍ ପ୍ରଦାନ ଆଦି ଦିଗରେ ଆଲୋଚନା ହୋଇଥିଲାl ସମୀକ୍ଷା ବୈଠକରେ ନିର୍ବାହୀ ଯନ୍ତ୍ରୀ ଲୋକନାଥ ଦାସ, ଅଧିକ୍ଷଣ ଯନ୍ତ୍ରୀ ଦେବଦତ୍ତ ମିଶ୍ର, ଟାଟା ସିଇଓ ସୁମିତ ଯୋଶୀ, ଏସଡ଼ିଓ ଦୀପକ ସାହୁ, ଗୁପ୍ତ ତ୍ରିପାଠୀ, କନିଷ୍ଟ ଯନ୍ତ୍ରୀ ସୁଶାନ୍ତ ଶେଖର ବାରିକ, ରାଜୀବ ଦଣ୍ଡସେନା, ସଂଯୋଗ ଦଣ୍ଡସେନା, ହିସାବରକ୍ଷକ ଦେବବ୍ରତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ଉପଖଣ୍ଡ ବିଦ୍ୟୁତ କାର୍ଯ୍ୟାଳୟ କୁସୁମଖୁଣ୍ଟିର ସ୍ଥାୟୀ କାର୍ଯ୍ୟାଳୟ ପାଇଁ କିଛି ସଚେତନ ନାଗରିକ ଦାବୀ ଉପସ୍ଥାପନା କରିଥିଲେ। ସ୍ଥାନ ନିର୍ଣ୍ଣୟ ହେଲେ ଆଗାମୀ ଦିନରେ ସ୍ଥାୟୀ କାର୍ଯ୍ୟାଳୟ ପାଇଁ ସମସ୍ତ ପ୍ରକାର ସୁବିଧା କରାଯିବ ବୋଲି ବିଧାୟକ ଶ୍ରୀବାଗ କହିଥିବା ଜଣାପଡିଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ