Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୌମ୍ୟଙ୍କୁ ବିଜେଡ଼ି ନେତାଙ୍କ ତୀବ୍ର ସମାଲୋଚନା

ଭୁବନେଶ୍ୱର: ଦୈନିକ ସମ୍ବାଦପତ୍ର ଆମ ଘରର ହାଲଚାଲରେ ‘ଜନ୍ମଦିନର ଅନୁଚିନ୍ତା’ ଆଲେଖ୍ୟ ରାଜ୍ୟ ରାଜନୀତିରେ ଚହଳ ପକାଇଛି। ଏହି ଲେଖା ମାଧ୍ୟମରେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ସିଧାସଳଖ ଫାଇଭ-ଟି ସଚିବଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ତାଙ୍କ ଆଲେଖ୍ୟକୁ ନେଇ ରାଜନୀତି ଉଠୁଛି ପଡ଼ୁଛି। ସୌମ୍ୟଙ୍କୁ ଦଳଭେଦି ବିଭୀଷଣ ମଧ୍ୟ କୁହାଯାଉଛି। ଏହି ପ୍ରସଙ୍ଗରେ ଜଣେ ପରେ ଜଣେ ନେତା ସୌମ୍ୟଙ୍କୁ ଟାର୍ଗେଟ୍ କରି ସମାଲୋଚନା କରୁଥିବା ବେଳେ କଂଗ୍ରେସର ବିଧାୟକ ଦଳ ନେତା ନରସିଂହ ମିଶ୍ର ତାଙ୍କର ପ୍ରଶଂସା କରିଛନ୍ତି।

ସୌମ୍ୟଙ୍କ ଲେଖାକୁ ନେଇ ନୟାଗଡ଼ ଜିଲ୍ଲାର ଦଶପଲ୍ଲା ବିଧାୟକ ରମେଶ ବେହେରା କହିଛନ୍ତି ଯେ, ସୌମ୍ୟଙ୍କ ଲେଖା ପଛରେ କିଛି ଅଭିସନ୍ଧି ଥାଇପାରେ। ପ୍ରଶାସନ ଯେମିତି ଚାଲିଛି ଓ ଲୋକାଭିମୁଖୀ ହୋଇଛି, ସେଥିରେ ଲୋକେ ଖୁସି। ତାଙ୍କ କହିବା ପଛରେ କିଛି ଅଭିସନ୍ଧି ଥାଇପାରେ, ସେଥିପାଇଁ କହୁଛନ୍ତି। କିଏ କଣ କହିଲା ବଡ଼ କଥା ନୁହେଁ ବୋଲି ବିଧାୟକ ରମେଶ ବେହେରା କହିଛନ୍ତି।

ସେହିପରି ବିଧାୟକ ଅରବିନ୍ଦ ଢାଲି କହିଛନ୍ତି, ଦଲାଲମାନେ ନୁହନ୍ତି ରାଜନୈତିକ ଲୋକ ହିଁ ରାଜନୀତି କରୁଛନ୍ତି। କେଉଁ ଟିମ୍ ଓଡ଼ିଶାକୁ ଚଲାଉ ନାହାନ୍ତି, ଓଡ଼ିଶା ଠିକଠାକ୍ ଚାଲିଛି। ସୌମ୍ୟଙ୍କ ମନ୍ତବ୍ୟ ଦଳ ପାଇଁ ଅଡ଼ୁଆ ହେବାର ପ୍ରଶ୍ନ ଉଠୁନି।

ସୌମ୍ୟଙ୍କ ଆଲେଖ୍ୟ ଉପରେ ଭୁବନେଶ୍ଵରର ପୂର୍ବତନ ସାଂସଦ ତଥା ବରିଷ୍ଠ ବିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀ କହିଛନ୍ତି, ରାଜନୈତିକ ଦଲାଲ କେବେ ନ ଥିଲେ କି। ରାଜନୈତିକ ଦଲାଲ କେବେ ନ ଥିଲେ ଯେ ଏବେ ନୂଆ ହୋଇଗଲେ। ଯିଏ ଲେଖିଛନ୍ତି ସେ ଜାଣିଥିବେ କାହାପାଇଁ ସେ କହୁଛନ୍ତି।

ସେପଟେ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ସୌମ୍ୟଙ୍କୁ ତାଙ୍କ ଲେଖା ନେଇ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ସୌମ୍ୟଙ୍କ ସତସାହାସ ଅଛି ବୋଲି ସେ କହୁଛନ୍ତି। ସମସ୍ତେ ଜାଣନ୍ତି ଓଡ଼ିଶାରେ ମାଫିଆ ରାଜ୍ ଚାଲିଛି, ଏହା କାହାକୁ ଅଛପା ନୁହେଁ। ମିଛଟାରେ ଜିରୋ ଟଲେରାନ୍ସ କୁହାଯାଛି। ବାସ୍ତବରେ ସବୁ କ୍ଷେତ୍ରରେ ଦୁର୍ନୀତି ଚାଲିଛି। ଦୁର୍ନୀତିଗ୍ରସ୍ତକୁ କେବଳ ବରଦାସ୍ତ କରାଯାଉନି ବରଂ ସୁରକ୍ଷା ମଧ୍ୟ ଦିଆଯାଉଛି। ସୌମ୍ୟ ସରକାରୀ ଦଳର ହେଲେ ବି ତାଙ୍କର ସତସାହାସ ଥିବାରୁ ସେ କହି ପାରୁଛନ୍ତି।