Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ସାଧାରଣ ଜ୍ଞାନ ପ୍ରତିଯୋଗିତା

ସମ୍ବଲପୁର:ବରଗଡ଼ ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ଓ କୋଶଳ ଡିଫେନ୍ସ ଏକାଡେମି ମିଲିତ ଆନୁକୁଲ୍ୟରେ ଏକ ସାଧାରଣ ଞାନ ପ୍ରତିଯୋଗୀତା ଅନୁଷ୍ଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରେ ମୁଖ୍ୟ ଅତିଥି ଭାବେ ବରଗଡ଼ର ଚକ୍ଷୁ ବିଶେଷଜ୍ଞ ଡା.ସୁବଳ କର, ସମ୍ମାନିତ ଅତିଥିଭାବେ ଭାବେ ଓଡିଶା ଅଭିଭାବକ ମହାସଂଘର ରାଜ୍ୟ ସଭାପତି ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ବିମଲ ଦାଶ, ମୁଖ୍ୟ ବକ୍ତା ଓ ଯୁବ ସାମ୍ବାଦିକ ତଥା କନକ ଟିଭି ର ଜିଲ୍ଲା ପ୍ରତିନିଧି ଶ୍ରୀ ବିକି ମଶାରୀ ଓ କୋଶଳ ଡିଫେନ୍ସ ଏକାଡେମିର ଅଧ୍ୟକ୍ଷା ଶ୍ରୀମତୀ ମାମୀ ମିଶ୍ର ଯୋଗଦାନ କରି କୃତି ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରିଥିଲେ। ଏହି ଅବସରରେ ଏକ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କାଯ୍ୟକ୍ରମ ରେ ଜନ କଲ୍ୟାଣ ସେବା ଟ୍ରଷ୍ଟର ସମ୍ବଲପୁର ଜିଲ୍ଲା ମୁଖ୍ୟ ଶ୍ରୀ ବିରେନ୍ଦ୍ର ପ୍ରତାପ ସାହୁ, ମୁଖ୍ୟ ଉପଦେଷ୍ଟା ଶ୍ରୀ ପରେଶ କୁମାର ମେହେର, ଉପଦେଷ୍ଟା ତଥା ସମାଜସେବୀ ଶ୍ରୀ ଶିବାନନ୍ଦ ମଟାରୀ ଓ ସଦସ୍ୟ ଲଲିତ ମୋହନ ମେହେର, ସାରଥୀ ମେହେର, କାଯ୍ୟକ୍ରମରେ ଯୋଗଦାନ କରି ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ପ୍ରତିଷ୍ଠାତା ତଥା ସଭାପତି ଶ୍ରୀ ମୁକୁନ୍ଦ ଦାଶ କାର୍ଯକ୍ରମ କୁ ପରିଚାଳନା କରିଥିଲେ।ଶେଷରେ ଲଲିତ ମେହେର ସଭା ସମାପ୍ତ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ