Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଉଡୋଳା ଗ୍ରାମର ସରକାରୀ ଜମି ଚିଂହ୍ନଟ ପାଇଁ ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ।

କୋକସରା:୧୯/୦୮ କୋକସରା ବ୍ଲକ କାଉଡୋଳା ପଞ୍ଚାୟତ କାଉଡୋଳା ଗ୍ରାମରେ ରହିଥିବା ସରକାରୀ ଜମି ଚିଂହ୍ନଟ ପାଇଁ ଶନିବାର କାଉଡୋଳା ସରପଞ୍ଚ ଙ୍କ ନେତୃତ୍ୱରେ ସ୍ଥାନୀୟ କୋକସରା ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। କାଉଡୋଳା ଗ୍ରାମରେ ବିଗତ ବର୍ଷ ରେ ଜନସଂଖ୍ୟା ବୃଦ୍ଧି ଅନୁପାତରେ ଶିକ୍ଷକ ବେରୋଜଗାରୀ ଯୁବକ ଯୁବତୀ ଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଗ୍ରାମରେ କୌଣସି କର୍ମ ନିଯୁକ୍ତି ପାଇଁ ସାଧନ ନଥିବା କାରଣରୁ ଶିକ୍ଷତ ଯୁବଗୋଷ୍ଟି ମାନେ ସ୍ୱାବଲମୀ ହେବାରେ ବାଧକ ସାଜିଛି। କାଉଡୋଳା ଗ୍ରାମରେ ସରକାରୀ ଜମି ରହିଥିବା ବେଳେ ଜବର ଦଖଲ କରି ଅନେକ ଲୋକ ନିଜ ଅକ୍ତିଆର ରେ ରଖିଥିବା ନେଇ ଅଭିଯୋଗ ହୋଇଛି। ଏଣୁ ଜବର ଦଖଲ ଥିବା ସରକାରୀ ଜମି କୁ ଚିଂହ୍ନଟ କରିବାକୁ କାଉଡୋଳା ସରପଞ୍ଚ ଦେବିସିଂ ତାଣ୍ଡି, ବସନ୍ତ ସରାବୁ, ତ୍ରିଲୋକ୍ୟ ବେଶ୍ରା ପ୍ରମୁଖ ଶନିବାର।କୋକସରା ତହସିଲଦାର ଙ୍କୁ ଏକ ଦାବିପତ୍ର ପ୍ରଦାନ କରି ସରକାରୀ ଜମି ଚିଂହ୍ନଟ କରିବାକୁ ଦାବି ଜଣାଇଛନ୍ତି।