Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇତିହାସରେ ପ୍ରଥମ,ଘଣ୍ଟେଶ୍ୱରୀ ରେ ଓଢଣୀରେ ଝୁଲି ଯୁବକଙ୍କ ଆତ୍ମହତ୍ୟା,ମାଁଙ୍କ ନୀତିକାନ୍ତି ବାଧାପ୍ରାପ୍ତ

ଚିପିଲିମା,୧୯/୦୮ ସମ୍ବଲପୁର ବୁର୍ଲାଥାନା ଘଣ୍ଟେଶ୍ବରୀ ମନ୍ଦିର ପରିସରରେ ଶନିବାର ଭୋରରେ ଜଣେ ଯୁବକ ପାର୍କରେ ଥିବା ଝୁଲାରେ ଓଢଣି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି, ଯାହାକି ଘଣ୍ଟେଶ୍ବରୀ ଇତିହାସରେ ପ୍ରଥମ। ଶନିବାର ଭୋର ୪ଟାରେ ଘଣ୍ଟେଶ୍ବରୀ ପୂଜକ ମାଁଙ୍କ ନିତିକାନ୍ତି ପାଇଁ ଆସି ସଫାସୁତୁରା କରୁଥିବାବେଳେ,ଜଣେ ଯୁବକ ଶିଶୁ ଉଦ୍ୟାନ ଝୁଲାରେ ଓଢଣିି ଲଗାଇ ଝୁଲୁଥିବାର ଦେଖିଥିଲେ।ସଙ୍ଗେ ସଙ୍ଗେ ଚିପିଲିମା ଫାଣ୍ଡିକୁ ଖବର ଦେଇଥିଲେ।ଘଟଣା ସ୍ଥଳକୁ ଫାଣ୍ଡିବାବୁ ଯାଇ ଘଟଣାର ତଦନ୍ତ କରି ସିସିଟିଭି ଯାଞ୍ଚକରି ଯୁବକ ଜଣକ ଆତ୍ମହତ୍ୟା କରିଥିବା ଜଣାପଡିଥିଲା।ଆତ୍ମହତ୍ୟା କରିଥିବା ଯୁବକ ଜଣକ ବରଗଡ ଜିଲା ପଧାନପାଲି ଜମୁର୍ଡା ଗ୍ରାମର ବୈରାଗି ସାହୁଙ୍କ ପୁଅ ପପୁନା ସାହୁ (୩୦)ବୋଲି ଜଣାପଡିଛି। ଏନେଇ ବୁର୍ଲାଥାନାରେ କେସ ନଂ ୭୭୪/୨୦୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁହୋଇ ଶବ ବ୍ୟବଛ୍ଛେଦ ପରେ
ପରିବାର ଲୋକଙ୍କୁ ଶବ ହସ୍ତାନ୍ତର ହୋଇଥିଲା।ପ୍ରକାଶ ଥାଉକି ଏଭଳି ଘଟଣା ମାଁଙ୍କ ପରିସରରେ ପ୍ରଥମ ବୋଲି ଜଣାପଡିଛି।ମାଁଙ୍କ ନିତିକାନ୍ତି ବାଧାପ୍ରାପ୍ତ ହୋଇଥିବାବେଳେ,ଦିନ ୧ଟାରେ ନିତିକାନ୍ତି ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ