Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏନଏଚ ୨୬ ରୁ ଡେଙ୍ଗାଗୁଡା ମହିମା ରାସ୍ତା ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ।

କୋକସରା:୧୯/୦୮ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଜାତୀୟ ରାଜପଥ ୨୬ ବୋବରିଆ ଛକ ରୁ ଡେଙ୍ଗାଗୁଡା ମହିମା ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ ଶନିବାର ଧର୍ମଗଡ଼ ବିଧାୟକ ମୋୖଷଧି ବାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିର୍ମାଣ କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏହି ରାସ୍ତା କାର୍ଯ୍ୟ ନିର୍ମାଣ ସମ୍ପାଦନ ହେଉଥିବା ବେଳେ ୬ କିଲୋମିଟର ୧୭୦ ମିଟର ରାସ୍ତା ନିର୍ମାଣ ପାଇଁ ଅଟକଲ ମୁଲ୍ୟ ୫ କୋଟି ୫୮ ଲକ୍ଷ ୧୯ ହଜାର ରହିଛି। ସମ୍ମାନିତ ଅତିଥି ଭାବେ ବିଜେଡି ଧର୍ମଗଡ଼ ବ୍ଲକ ସଭାପତି ମାନସ ରଞ୍ଜନ ବାଗ,ବିଜେଡି ବ୍ଲକ ସଭାପତି ସୁଶାନ୍ତ କୁମାର ବେହେରା ,କନିଷ୍ଠ ଯନ୍ତ୍ରୀ ସୁରେଶ ବାରିହା,ସମାଜସେବୀ ଶିବରାମ ପାତ୍ର।ଯୋଗଦେଇ ଏହି ରାସ୍ତା ନିର୍ମାଣ ଫଳରେ ଏନ ଏଚ ୨୬ ରୁ ବିଜୁ ଏକ୍ସପ୍ରେସ ୱେ କୁ ରାସ୍ତା ସଂଯୋଗ ହେବାସହ ବୋବରିଆ, ଡେଙ୍ଗାଗୁଡା ଦରଲୀପଡା,ବିଜମରା ଓ କଳାହାଣ୍ଡି ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ଗୁଡହାଣ୍ଡି ଡୋକାରିଚଞ୍ଚରା ମଧ୍ୟରେ ଯାତାୟାତ ରେ ଲୋକେ ସୁବିଧା ପାଇବେ ବୋଳି ମତ ପ୍ରକାଶ କରିଥିଲେ।ପୂର୍ବରୁ ଏହି ରାସ୍ତା ଅବସ୍ଥା ଅତି ଶୋଚନୀୟ ଅବସ୍ଥାରେ ଦୀର୍ଘ ବର୍ଷ ପଡି ରହିଥିବା ବେଳେ ଅଞ୍ଚଳବାସୀ ଯାତାୟାତ ରେ ଅନେକ ଅସୁବିଧା ର ସମ୍ମୁଖୀନ ହେଉଥିଲେ।ଏନେଇ ଗଣମାଧ୍ୟମ ରେ ଅନେକ ସମୟରେ ଖବର ପ୍ରକାଶିତ ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ ପାଇଁ ତତ୍ପରତା ପ୍ରକାଶ ପାଇଥିଲା। ଶନିବାର ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ଉଦଘାଟନ ବିଧାୟକ ଙ୍କ ଦ୍ୱାରା କରାଯାଇଛି।ଫଳରେ ଏହି ଅଞ୍ଚଳବାସୀ ଙ୍କ ମଧ୍ୟରେ ରାସ୍ତା ପାଇଁ ରହିଥିବା ସମସ୍ୟା ର ସମାଧାନ ହୋଇଛି। ଭିତ୍ତିପ୍ରସ୍ତର ସ୍ଥାପନ ଅବସର ରେ ଅଖିଳ ମାଝୀ, ଜଗନ୍ନାଥ ପାଣିଗ୍ରାହୀ, ତ୍ରିଭୁବନ ରାଉତ, ଭଜମାନ ଳଦୁଆ, ମହେନ୍ଦ୍ର ମାଝୀ, କ୍ଷିତ ରାଉତ, ହେମରାଜ ବେଶ୍ରା, ରୋହିତ ମାଝୀ, ରମେଶ ମାଝୀ, ରସିକ ପୁଝାରି ପ୍ରମୁଖ ଅଞ୍ଚଳବାସୀ ଉପସ୍ଥିତ ଥିଲେ।ରାସ୍ତା ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିଥିବାରୁ ଅଞ୍ଚଳବାସୀ ମାନେ ବିଧାୟକ ଙ୍କୁ ଧନ୍ୟବାଦ ଜଣାଇଛନ୍ତି