Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏସିଆ କପ୍ ପାଇଁ ଆଜି ହେବ ଦଳ ଘୋଷଣା, ବୁମରାଙ୍କୁ ମିଳିପାରେ ବଡ଼ ଦାୟିତ୍ଵ

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ଦ୍ରୁତ ବୋଲର ଯଶପ୍ରୀତ ବୁମରା ପ୍ରାୟ ଏକ ବର୍ଷ ପରେ ଅନ୍ତର୍ଜାତୀୟ କ୍ରିକେଟକୁ ପଦାର୍ପଣ କରିଛନ୍ତି। ସେ ବର୍ତ୍ତମାନ ଆୟରଲାଣ୍ଡ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଖେଳୁଛନ୍ତି ଏବଂ ସିରିଜରେ ଦଳର ଅଧିନାୟକ ଦାୟିତ୍ଵ ତୁଲାଉଛନ୍ତି। ଏହା ମଧ୍ୟରେ ବଡ଼ ଖବର ଆସିଛି ଯେ, ବୁମରାଙ୍କୁ ଏସିଆ କପ୍ ୨୦୨୩ରେ ବଡ଼ ଦାୟିତ୍ଵ ମିଳିପାରେ। ଆଜି ଏସିଆ କପ ପାଇଁ ଦଳ ଘୋଷଣା କରାଯିବ। ଆଉ ଏଥିରେ ଯଶପ୍ରୀତ ବୁମରାଙ୍କୁ ଉପ ଅଧିନାୟକ ଦାୟିତ୍ଵ ମିଳିପାରେ।

ଅକ୍ଟୋବର ୫ରୁ ଆରମ୍ଭ ହେଉଥିବା ଆଗାମୀ ବିଶ୍ଵକପ ଏବଂ ଚଳିତ ମାସ ଶେଷରେ ଆରମ୍ଭ ହେଉଥିବା ଏସିଆ କପ୍ ପାଇଁ ଦ୍ରୁତ ବୋଲର ଯଶପ୍ରୀତ ବୁମରା ଓ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦଳର ଉପ ଅଧିନାୟକ ହେବା ପାଇଁ ପ୍ରବଳ ଦାବିଦାର। ପାଣ୍ଡ୍ୟାଙ୍କୁ ବର୍ତ୍ତମାନ ଟି-୨୦ ଦଳର ଅଧିନାୟକତ୍ଵ ମିଳିଥିବା ବେଳେ ଏହା ପୂର୍ବରୁ ବୁମରା ଦଳର ଉପ ଅଧିନାୟକ ଥିଲେ।

ବିସିସିଆଇ ସୂତ୍ର ଅନୁଯାୟୀ, ନେତୃତ୍ଵର ବରିଷ୍ଠତା ଦୃଷ୍ଟିରୁ ବୁମରା ହାର୍ଦ୍ଦିକ ପାଣ୍ଡ୍ୟାଙ୍କଠୁ ଆଗରେ ଅଛନ୍ତି। କାରଣ ସେ ୨୦୨୨ରେ ଟେଷ୍ଟ ଦଳର ଅଧିନାୟକ ଦାୟିତ୍ଵ ସମ୍ଭାଳିଥିଲେ। ସେ ଦକ୍ଷିଣ ଆଫ୍ରିକା ଗସ୍ତରେ ଦିନିକିଆ ସିରିଜରେ ଦଳର ଉପ ଅଧିନାୟକ ରହି ସାରିଛନ୍ତି। ତେଣୁ ଏସିଆ କପ୍ ଓ ବିଶ୍ଵକପ୍ ପାଇଁ ବୁମରାଙ୍କୁ ଦଳର ଉପଅଧିନାୟକ ନିଯୁକ୍ତ କରାଗଲେ ସେଥିରେ ଆଶ୍ଚର୍ଯ୍ୟ ହେବାର କୌଣସି କଥା ନାହିଁ। ଏହି କାରଣରୁ ଆୟରଲାଣ୍ଡ ଗସ୍ତରେ ଋତୁରାଜ ଗାଏକଓ୍ଵାଡ଼ଙ୍କ ସ୍ଥାନରେ ତାଙ୍କୁ ଅଧିନାୟକ କରାଯାଇଛି।