Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନବ ଦାସ ହତ୍ୟା ମାମଲା: ଘୁଞ୍ଚିଲା ଗୋପାଳର ଡିସଚାର୍ଜ ପିଟିସନ ଶୁଣାଣି

ଝାରସୁଗୁଡ଼ା: ଘୁଞ୍ଚିଲା ଗୋପାଳର ଡିସଚାର୍ଜ ପିଟିସନ ଶୁଣାଣି। ଆସନ୍ତା ମାସ ୨ ତାରିଖରେ ଶୁଣାଣି ନେଇ ଦିନ ଧାର୍ଯ୍ୟ ହୋଇଛି। ଆଜି ଝାରସୁଗୁଡ଼ା ଏଡିଜେ କୋର୍ଟରେ ହୋଇଥାନ୍ତା ଶୁଣାଣି। ଗୋପାଳଙ୍କ ଓକିଲ ଡିସଚାର୍ଜ ପିଟିସନ ଆବେଦନ କରିଥିଲେ।

ନବଦାସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ ନାଁରେ ଆଜି ଝାରସୁଗୁଡ଼ା ଅତିରିକ୍ତ ଦୌରାଜଜଜ୍ କେର୍ଟରେ ଶୁଣାଣି ଥିଲା। ଭିଡିଓ କନଫେରେନସିଂ ମାଧ୍ୟମରେ ଅଭିଯୁକ୍ତ ଗୋପାଳ ଦାସକୁ ହାଜର କରାଯିବାର ଥିଲା । କାରଣ ବର୍ତ୍ତମାନ ଗୋପାଳ ଚୌଦ୍ୱାର ଜେଲରେ ରହିଛି ।

ଉଲ୍ଲେଖନୀୟ ପୂର୍ବରୁ ଅଭିଯୁକ୍ତ ଗୋପାଳ ଦାସ ଓକିଲ ନ ଦେଉଥିବାରୁ ଷ୍ଟେଟ ଡିଫେନ୍ସ କାଉନସିଲରୁ ଓକିଲ ନରେଶ ନାୟକ ମାମଲା ପରିଚାଳନା କରୁଥିଲେ କ୍ଷ ଗତ ଶୁଣାଣିରେ ଅଭିଯୁକ୍ତ ଗୋପାଳ ଦାସ ପକ୍ଷରୁ ମାମଲାର ପରିଚାଳନା ପାଇଁ ଓକିଲ ମହେଶ ଜେନା ନିଯୁକ୍ତ ହେବା ପରେ ତାଙ୍କ ପକ୍ଷରୁ ଡିସଚାର୍ଜ ପିଟିସନ ଦାଖଲ କରାଯାଇଥିଲା। ଯାହାର ଶୁଣାଣି ଆଜି ଥିଲା। ଆସନ୍ତା ମାସ ୨ ତାରିଖରେ ଶୁଣାଣି ନେଇ ଦିନ ଧାର‌୍ୟ୍ୟ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ