Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏସିଆ କପ୍ ୨୦୨୩ରେ ଚୟନ ପରେ ଆସିଲା ତିଳକ ବର୍ମାଙ୍କ ପ୍ରତିକ୍ରିୟା, କହିଲେ..

ନୂଆଦିଲ୍ଲୀ: ବାମହାତୀ ବ୍ୟାଟର ତିଳକ ବର୍ମା ଏ ପର୍ଯ୍ୟନ୍ତ ଦିନିକିଆ କ୍ରିକେଟରେ ପଦାର୍ପଣ କରି ନାହାନ୍ତି। ଗତ ମାସରେ ସେ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ପଦାର୍ପଣ କରିଛନ୍ତି। କିନ୍ତୁ ତାଙ୍କୁ ଏସିଆ କପ୍ ୨୦୨୩ ପାଇଁ ଦଳରେ ସ୍ଥାନ ମିଳିଛି। ଏହାକୁ ନେଇ ତିଳକ ବର୍ମାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।

ବିସିସିଆଇ ଦ୍ଵାରା ସେୟାର କରାଯାଇଥିବା ଭିଡିଓରେ ତିଳକ ବର୍ମା କହିଛନ୍ତି, ମୁଁ କେବେ ସ୍ଵପ୍ନରେ ଚିନ୍ତା କରି ନ ଥିଲି ଯେ, ମୋତେ ସିଧାସଳଖ ଏସିଆ କପରେ ସ୍ଥାନ ମିଳିବ। ମୁଁ ସର୍ବଦା ସ୍ଵପ୍ନ ଦେଖୁଥିଲି ଯେ, ମୁଁ ଦିନିକିଆରେ ଭାରତ ପକ୍ଷରୁ ପଦାର୍ପଣ କରିବି। ମାତ୍ର ଏହା ମୋ ପାଇଁ ବହୁତ ବଡ଼ କଥା। ଗୋଟିଏ ବର୍ଷରେ ମୋତେ ଟି-୨୦ରେ ପଦାର୍ପଣ କରିବାର ସୁଯୋଗ ମିଳିଲା। ଅଚାନକ ପରବର୍ତ୍ତୀ ମାସରେ ଦିନିକିଆରେ ପଦାର୍ପଣ କରିବାର ସୁଯୋଗ ମିଳିଛି।

ସେ କହିଛନ୍ତି, ଯେବେ ମୁଁ ଆଇପିଏଲରେ ଖେଳୁଥିଲି, ରୋହିତ ଶର୍ମା ସର୍ବଦା ମୋର ସମର୍ଥନ କରୁଥିଲେ। ଯେବେ ମୋତେ ଆଇପିଏଲରେ ଖେଳିବାକୁ ସୁଯୋଗ ମିଳିଲା ମୁଁ ଡରି ଯାଇଥିଲି। ରୋହିତ ନିଜେ ପାଖକୁ ଆସି ଖେଳ ବିଷୟରେ କଥା ହେଲେ ଏବଂ କହିଲେ ସର୍ବଦା ଖେଳର ଆନନ୍ଦ ଉଠାଅ। ତୁମେ ଯେତେବେଳେ ଚାହିଁବ ମୋ ପାଖକୁ ଆସି ପାରିବ ଓ ମେସେଜ କରି ପାରିବ।

ଏହି ମଧ୍ୟକ୍ରମ ବ୍ୟାଟର କହିଛନ୍ତି, ମୁଁ ବହୁତ ଖୁସି ଯେ ମୋତେ ଏସିଆ କପ୍ ପାଇଁ ଦଳରେ ସ୍ଥାନ ମିଳିଛି। ମୁଁ ଏବେ ଯାହା କରୁଛି ତାର ମଜା ଉଠାଉଛି। ଦିନିକିଆ କ୍ରିକେଟ୍ ଖେଳିବା ନେଇ ମୁଁ ବହୁତ ଆଶ୍ଵସ୍ତ ରହିଛି। ମୁଁ ଲିଷ୍ଟ ଏ କ୍ରିକେଟରେ ନିଜ ରାଜ୍ୟ ତରଫରୁ ଖେଳି ଭଲ ପ୍ରଦର୍ଶନ କରିଛି। ତେଣୁ ମୋତେ ବିଶ୍ଵାସ ଯେ ମୁଁ ଦିନିକିଆରେ ଭଲ ପ୍ରଦର୍ଶନ କରି ପାରିବି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ