Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିବାହର ବର୍ଷେ ନ ପୁରୁଣୁ ନବବଧୂ ହତ୍ୟା ଅଭିଯୋଗ

ବିବାହର ବର୍ଷେ ନ ପୁରୁଣୁ ନବବଧୂ ହତ୍ୟା ଅଭିଯୋଗ। ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଯାଜପୁର ଜିଲା ଦଶରଥପୁର ଥାନା କେରୁଣା ଅଂଚଳରେ| କେରୁଣା ଗ୍ରାମର ଉପେନ୍ଦ୍ର ସେଠୀଙ୍କ ବୋହୁ ସାଗରିକା ସେଠୀକୁ ହତ୍ୟା କରାଯାଇଥିବା ଦଶରଥପୁର ଥାନାରେ ଅଭିଯୋଗ ହୋଇଛି| ଅଭିଯୋଗ ପରେ ଦଶରଥପୁର ଥାନା ପକ୍ଷରୁ ଆଇଆଇସି ବଦ୍ରିକାନାଥ ବେହେରାଙ୍କ ଉପସ୍ଥିତିରେ ସରଜମିନ ତଦନ୍ତ ଆରମ୍ଭ ହୋଇଛି| ସୂଚନା ମୁତାବକ ଗତ ବର୍ଷ କେନ୍ଦ୍ରାପଡ଼ା ଆଳି ଥାନା ପାଲିମି ଗ୍ରାମର ମେଘନାଥ ସେଠୀଙ୍କ ଝିଅ ସାଗରିକାଙ୍କୁ କେରୁଣା ଗ୍ରାମର ଉପେନ୍ଦ୍ର ସେଠୀଙ୍କ ପୁଅ ମନୋରଞ୍ଜନ ସେଠୀଙ୍କୁ ବୈଦିକରୀତିରେ ବିବାହ କରିଥିଲେ| ବିବାହର ଏକ ବର୍ଷ ପୂରଣ ହୋଇ ନଥିବା ବେଳେ ଝିଅର ମୃତ୍ୟୁ ଖବରକୁ ପରିବାର ଲୋକେ ଗ୍ରହଣ କରିପାରୁନାହାନ୍ତି| ତେବେ ମୃତ ଝିଅ କିଛି ଦିନ ହେବ ବାପ ଘର ଲୋକଙ୍କୁ ଫୋନରେ ଅତ୍ୟାଚାର ହେଉଥିବା କଥା କହିଥିଲା। ଆଜି ହଠାତ ବେକରେ ଲୁଗା ଲଗାଇ ଆତ୍ମହତ୍ୟା କରିଥିବା ଖବର ଆସିଥିଲା| ଶଶୁର ଘର ଲୋକେ ମିଳିମିଶି ତାଙ୍କ ଝିଅକୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଥିବା ବାପା ଉପେନ୍ଦ୍ର ଥାନାରେ ଅଭିଯୋଗ କରିଛନ୍ତି। ସେପଟେ ପୋଲିସ ମୃତ ଶରୀରକୁ ଜବତ କରି ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି।