Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମୁଖ୍ୟ ରାସ୍ତା କଡରେ ଅଛି ବିପଦପୂର୍ଣ୍ଣ ଭାବେ ଶୁଖିଲା ଗଛ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଲୁତୁରପଙ୍କ ପଞ୍ଚାୟତର ମେଣ୍ଡିଲିପାଲି ଛକ ନିକଟରେ ଥିବା ପୋଖରୀ ପାଖରେ ରାସ୍ତାକୁ ଲାଗି ରହିଛି ଏକ ବଡ ଶୁଖିଲା ଗଛ । ଏବେ ଉକ୍ତ ଗଛଟି ବିପଦପୂର୍ଣ୍ଣ ଭାବେ ରହିଛି। କେତେବେଳେ ବି ଗଛଟି ଭାଙ୍ଗି ପଡି ଯିବାର ସମ୍ଭାବନା ରହିଛି । ବୀରମହାରାଜପୁର – ଅମରପାଲି ପୂର୍ତ୍ତ ବିଭାଗର ମୁଖ୍ୟ ରାସ୍ତା କୁ ଲାଗି କରି ଥିବା ଉକ୍ତ ଗଛଟି ଦୀର୍ଘଦିନ ହେଲା ଶୁଖି ଗଲାଣି । କେବଳ ଥୁଣ୍ଟା ଗଛଟି ରହିଛି। ଉକ୍ତ ରାସ୍ତା ଦେଇ ଦୁର୍ଜନତୈଲା , ବହଳପଦର , ଲୁତୁରପଙ୍କ ପଞ୍ଚାୟତର ପ୍ରାୟ ୩୦ ରୁ ଉର୍ଦ୍ଧ୍ବ ଗ୍ରାମର ଲୋକ ଙ୍କ ସହିତ ରେଢାଖୋଲ ବ୍ଲକର ରେଙ୍ଗାଲି , ବଡମାଳ , ଭାଲିଆକଟା , ଗରଗଡବାହାଲ ପଞ୍ଚାୟତର ଲୋକେ ମଧ୍ୟ ଉକ୍ତ ରାସ୍ତା ଦେଇ ଯିବା ଆସିବା କରିଥାନ୍ତି । ଏପରିକି ଭୁତିଆପାଲି କଲେଜ , ବୀରମହାରାଜପୁର କଲେଜ ଏବଂ ଲୁତୁରପଙ୍କ ହାଇସ୍କୁଲ କୁ ଏହି ରାସ୍ତା ଦେଇ ଛାତ୍ର ଛାତ୍ରୀ ମାନେ ପ୍ରତ୍ୟହ ଯିବା ଆସିବା କରନ୍ତି । ତେଣୁ କୌଣସି ସମୟରେ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି । ଏଣୁ ପ୍ରଶାସନ ଉକ୍ତ ଘଟଣା କୁ ଗୁରୁତର ସହିତ ନେଇ ତୁରନ୍ତ ଉକ୍ତ ଶୁଖିଲା ଗଛ କୁ ହଟାଇବାକୁ ସାଧାରଣରେ ଦାବୀ ହେଉଛି।