Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ଉଦଘାଟନ ହେବ ୨୧ଟି ବ୍ଲକରେ ‘ଆମ ବସଷ୍ଟାଣ୍ଡ’

ଭୁବନେଶ୍ଵର: ରାଜ୍ୟର ଗ୍ରାମାଞ୍ଚଳରେ ପରିବହନ ସେବାକୁ ସୁଦୃଢ଼ କରିବା ପାଇଁ ସବୁ ବ୍ଲକରେ ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ମାଣ କରାଯାଉଛି। ଏହି କ୍ରମରେ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୧୩ଟି ଜିଲ୍ଲାର ୨୧ଟି ବ୍ଲକରେ ‘ଆମ ବସଷ୍ଟାଣ୍ଡ’କୁ ଭର୍ଚୁଆଲ ମୋଡ଼ରେ ଉଦ୍‌ଘାଟନ କରିବେ। ଏହାସହ ୨୬ଟି ଜିଲ୍ଲାରେ ନିର୍ମାଣ ହେବାକୁ ଥିବା ୧୨୪ଟି ବସ୍‌ଷ୍ଟାଣ୍ଡ ପାଇଁ ଶିଳାନ୍ୟାସ କରିବେ।

ଓଏସ୍‌ଆରଟିସିରୁ ଅନୁଯାୟୀ, ରାଜ୍ୟର ସବୁ ବ୍ଲକରେ ‘ଆମ ବସଷ୍ଟାଣ୍ଡ’ ନିର୍ମାଣ କରାଯାଉଛି। କିଛି ଦିନ ତଳେ ଧର୍ମଗଡ଼ ଓ ଜୁନାଗଡ଼ ବସଷ୍ଟାଣ୍ଡର ଉଦ୍‌ଘାଟନ ହୋଇଥିବାବେଳେ ଏବେ ବଲାଙ୍ଗୀର ଜିଲ୍ଲାର ବଙ୍ଗମୁଣ୍ଡା, ଲୋଇସିଂହା, ବୌଦ୍ଧର କଣ୍ଟାମାଳ, ଗଜପତିର ଆର୍‌.ଉଦୟଗିରି ଓ ଗୁମ୍ମା, ଝାରସୁଗୁଡ଼ାର କୋଲାବିରା, କନ୍ଧମାଳର ଟିକାବାଲି, କେନ୍ଦ୍ରାପଡ଼ାର ମାର୍ଶାଘାଇ, ଆଳି ଓ ଗରଦପୁର, କେନ୍ଦୁଝରରେ ଘଷିପୁରା, ଘଟଗାଁ, ତେଲକୋଇ, କୋରାପୁଟରେ କୋଟପାଡ଼, ମୟୂରଭଞ୍ଜରେ ବେତନଟୀ, ନବରଙ୍ଗପୁରରେ କୋସାଗୁମୁଡ଼ା,ଡାବୁଗାଁ, ନୟାଗଡ଼ରେ ଗଣିଆଁ, ପୁରୀରେ କାକଟପୁର, ସୁବର୍ଣ୍ଣପୁରରେ ବିନିକା ଓ ଉଲୁଣ୍ଡା ବ୍ଲକରେ ନିର୍ମାଣ ହୋଇଥିବା ବସଷ୍ଟାଣ୍ଡକୁ ଉଦ୍‌ଘାଟନ କରାଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ