Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମସ୍ତ କର୍ମଜୀବୀ ସାମ୍ବାଦିକଙ୍କ ପାଇଁ ବୀମା ସୁବିଧା ଉପଲବ୍ଧ ରହିବା ଉଚିତ

ସମ୍ବଲପୁର: ସମାଜରେ ସାମ୍ବାଦିକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଓ ସେହି ଅନୁସାରେ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ବୀମା ଓ ପେନସନ ଆଦି ସାମାଜିକ ସୁରକ୍ଷା ମିଳିପାରୁନାହିଁ। ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଦତ୍ତ ସୁବିଧାରେ ଅନେକ କଟକଣା ରହିଛି, ଯଦ୍ୱାରା ଅଧିକାଂଶ କର୍ମଜୀବୀ ସାମ୍ବାଦିକ ଏଥିରୁ ବଞ୍ଚିତ ରହୁଛନ୍ତି। ଏବିଷୟରେ ବିଷଦ ଆଲୋଚନା ପାଇଁ ସମ୍ବଲପୁରରେ ସକ୍ରିୟ ସାମ୍ବାଦିକ କଲ୍ୟାଣ ସଂଘ (ଜର୍ଣ୍ଣାଲିଷ୍ଟ ଓ୍ବେଲଫେୟର ଏସୋସିଏସନ) ପକ୍ଷରୁ ଆଜି ଏକ ଖୋଲା ମଞ୍ଚ ଆୟୋଜିତ କରାଯାଇଥିଲା । ସଂଘ ଅଧ୍ୟକ୍ଷ ଶିବ ପ୍ରସାଦ ମେହେରଙ୍କ ସଭାପତିତ୍ବରେ ଆୟୋଜିତ ଏହି ମଞ୍ଚରେ ସାମିଲ ହୋଇ ଅନେକ ସାମ୍ବାଦିକ ସେମାନଙ୍କ ସୁଚିନ୍ତିତ ମତାମତ ଦେଇଥିଲେ । ଏଥିରେ ଗୃହୀତ ନିର୍ଯ୍ୟାସ ଅନୁଯାୟୀ ଉକ୍ତ ପ୍ରସଙ୍ଗରେ ସର୍ବପ୍ରଥମେ ଜିଲ୍ଲା ପ୍ରଶାସନ ଜରିଆରେ ରାଜ୍ୟ ସରକାରଙ୍କୁ ଲିଖିତ ରୂପେ ଅବଗତ କରାଯିବ ଓ ଯଥାସମ୍ଭବ ଏଥିପାଇଁ କୌଣସି ବାଟ କାଢ଼ିବା ପାଇଁ ଚେଷ୍ଟା କରାଯିବ। ଏହା ବ୍ୟତୀତ ଏଥିପାଇଁ ଯଦି ଅନ୍ଯ କୌଣସି ବିକଳ୍ପ ବ୍ଯବସ୍ଥା କରାଯିବ, ଯଥା କୌଣସି ଘରୋଇ ବୀମା କମ୍ପାନୀର ସାହାଯ୍ୟ ନେବା ଦିଗରେ ମଧ୍ୟ ଚେଷ୍ଟା କରାଯିବ। ସଂଘ ପକ୍ଷରୁ ସମସ୍ତ ସକ୍ରିୟ ସାମ୍ବାଦିକମାନଙ୍କୁ ଏହି ବିଷୟରେ ଖୋଲା ମତାମତ ଦେବାପାଇଁ ଆହ୍ୱାନ କରା ଯାଇଛି। ଆଜି ଅନୁଷ୍ଠିତ ଏହି ସଭାରେ ସର୍ବ ପ୍ରଥମେ ନିକଟରେ ମୃତ୍ଯୁବରଣ କରିଥିବା ଦୁଇଜଣ ଦିବଙ୍ଗତ ବରିଷ୍ଠ ସାମ୍ବାଦିକ କୁମାର ହସନ ଓ ପ୍ରୋମୋଦ ପଟ୍ଟନାୟକଙ୍କ ଉଦ୍ଦେଶ୍ଯରେ ୨ ମିନିଟ ନିରବ ପ୍ରାର୍ଥନା ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରା ଯାଇଥିଲା। ଏଥିରେ ସଂଘର ମହାସଚିବ ରାଜେଶ ବିଭାର, ସଭାପତି ଚନ୍ଦ୍ରଚୁଡ଼ ସିଂ, ଉପ ସଭାପତି ଆତ୍ମାରାମ ସୂପକାର, ସମ୍ପାଦକ ହରି ଶଙ୍କର ମିଶ୍ର, ଅନୀଲ ଶ୍ରୀରାମକା, କୋଷାଧ୍ୟକ୍ଷ ରାଧେଶ୍ଯାମ ପଣ୍ଡା, କାର୍ଯ୍ଯକାରିଣୀ ସଦସ୍ଯ ପ୍ରମୋଦ ବହିଦାର, ଦେବେନ ପଟେଲ, ଯଶବୀର ସିଂ, ପ୍ରତାପ କରଙ୍କ ସମେତ ସଂଘର ବହୁ ବରିଷ୍ଠ ତଥା ଅନ୍ଯ ସଦସ୍ଯଗଣ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ