Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡିଶା ସରକାରୀ ଆଉଟ ସୋର୍ସିଙ୍ଗ କର୍ମଚାରୀ ମହାସଂଘ ତରଫରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମ

ସମ୍ବଲପୁର:ଓଡିଶା ସରକାରୀ ଆଉଟ ସୋର୍ସିଙ୍ଗ କର୍ମଚାରୀ ମହାସଂଘ,ଭୀମସାର ବୁର୍ଲା ତରଫରୁ ଆଜି ବୁର୍ଲା ରକ୍ତଭଣ୍ଡାର ଠାରେ ଏକ ଜୀବନବିନ୍ଦୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିରର ଅନୁଷ୍ଠିତ ହୋଇ ଯାଇଛି !ଏହି କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ କାଳିଆ କୃଷି କୃଷକ ସଶକ୍ତି କରଣ ବିଭାଗର ଉପଦେଷ୍ଟା,ବିଜେଡ଼ି ରାଜ୍ୟ ମୁଖପାତ୍ର ତଥା ମା ସମଲେଇ ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ଶ୍ରୀ ସଞ୍ଜୟ କୁମାର ବାବୁ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ରକ୍ତଦାତା ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ !ଅନ୍ୟ ମାନଙ୍କ ମଧ୍ୟରେ ଜୀବନବିନ୍ଦୁ ଜିଲ୍ଲା ସଂଯୋଜିକା କବିତା ପୁରୋହିତ, ଜିଲ୍ଲା ବିଜେଡି ମହିଳା କାର୍ଯକାରୀ ସଭାନେତ୍ରୀ ଉଷା ପ୍ରଧାନ, ଜିଲ୍ଲା ବିଜେଡି ସମ୍ପାଦକ ଆର ଏ ଶିବ କୁମାର,ଶାନ୍ତିଲତା କର, ବରିଷ୍ଠ ନେତା ସତ୍ୟେନ୍ଦ୍ର କୁମାର ଦାଶ, ଦୁଲାଲ ଚନ୍ଦ୍ର ରାୟ, ଉମା ଅଗ୍ରୱାଲ, ଦୀପକ ବେଦୀ ଉପସ୍ଥିତ ଥିଲେ !ଏହି କାର୍ଯ୍ୟକ୍ରମକୁ ସୁଦାମ ମେହେର,ସମୀର ନାୟକ, ଅନିଲ ଦୀପ, ଜୟପ୍ରକାଶ ବାରିକ, ରାଜୁ ଦୀପ, ସୁରେନ୍ଦ୍ର ସାମଲ, ମାନସରଞ୍ଜନ ପାତ୍ର, ଆରତୀ ପଣ୍ଡା, ଅହଲ୍ୟା ପାତ୍ର, ମମିତା ସାହୁ ପ୍ରମୁଖ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ