Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମିତି ସଭ୍ୟ /ସଭ୍ୟା ୧୨ ଦଫା ଧରି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ

ସମ୍ବଲପୁର: ଆସନ୍ତା ୨୮ ତାରିଖ ଦିନ ରାଜ୍ୟର ସମତ ପଞ୍ଚାୟତ ସମିତିର ସଭ୍ୟ/ସଭ୍ୟା ମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ୧୨ ଦଫା ଦାବି ପତ୍ର ଦେବାକୁ ସ୍ଥିର କରିଛନ୍ତି। ଏଥିନେଇ ଗତ କାଲି ସ୍ଥାନୀୟ ସାସ୍କୃତିକ ସମାଜ ଠାରେ ସମ୍ବଲପୁର ଜିଲ୍ଲା ସଂଘର ଏକ ବୈଠକ ପ୍ରଦୀପ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ୯ ଟି ବ୍ଲକ୍ ର ଅଧ୍ୟକ୍ଷ/ଅଧ୍ଯକ୍ଷା ମାନଙ୍କ ସହିତ ବହୁ ସମିତି ସଭ୍ୟ ଓ ସଭ୍ୟା ଯୋଗ ଦେଇ ଏକ କମିଟି ଗଠନ କରିଥିଲେ।
ତେବେ ୨୮ ତାରିଖ ଦେବାକୁ ଥିବା ଦାବି ପତ୍ରରେ ସମିତିସଭ୍ୟ ପାଣ୍ଠି ବାର୍ଷିକ ୨୦ଲକ୍ଷ କୁ ବୃଦ୍ଧି କରିବା,ପ୍ରତି ପଞ୍ଚାୟତରେ ସମିତିସଭ୍ୟ/ସଭ୍ୟା ମାନଙ୍କ ପାଇଁ ଏକ ଅଫିସ ଗୃହ ଓ ନାମ ଫଳକ ତାଲିକାର ବ୍ୟବସ୍ଥା ,ଗ୍ରାମ ପଂଚାୟତ ର ସମସ୍ତ ବୈଠକରେ ସମିତି ସଦସ୍ୟ/ସଦସ୍ୟା ଙ୍କର ଯୁଗ୍ମ ସ୍ବାକ୍ଷର ରହିବାର ବ୍ୟବସ୍ଥା,ଏନଆରଇଜିଏସ କାର୍ଯ୍ୟ ରେ ସ୍ଵଛତା ଆଣିବା ପାଇଁ ସମିତିସଭ୍ୟ/ସଭ୍ୟା ମାନଙ୍କର କାଉଣ୍ଟର ସାଇନ ରଖିବା,ସରକାରଙ୍କ ଯେକୌଣସି ଉନ୍ନୟନ ମୂଳକ କାର୍ଯ୍ୟ ହେଉଛି ତାର ଚିଠିର ନକଲ ସମିତି ସଭ୍ୟଙ୍କୁ ଦେବା,ସମିତି ବୈଠକରେ ସମିତିସଭ୍ୟ ମାନେ ହିଁ କେବଳ ସ୍ଥାୟୀ ସଦସ୍ୟ ରହିବା ଦରକାର ଓ ଅନାସ୍ଥା ଭୋଟରେ କେବଳ ସମିତିସଭ୍ୟ ମାନେ ଭୋଟ ଦେବାର ଅଧିକାର ରହିବ।,ସରପଞ୍ଚଙ୍କ ଭଳି ସମସ୍ତ ପ୍ରମାଣ ପତ୍ରରେ ସମିତିସଭ୍ୟଙ୍କ ସ୍ବାକ୍ଷର ରହିବାର ବ୍ୟବସ୍ଥା କରାଯାଉ ଯଥା ଆଧାର,ବାସସ୍ଥାନ ପ୍ରମାଣପତ୍ର ଓ ଅନ୍ୟାନ୍ୟ କ୍ଷେତ୍ରରେ ସମିତିକୁ ମଧ୍ୟ ପ୍ରାଧାନ୍ୟ ଦେବା,ଗ୍ରାମ ପଞ୍ଚାୟତ ଓ ପଞ୍ଚାୟତ ସମିତି ରେ ହେଉଥିବା ସମସ୍ତ ବୈଠକକୁ ସମିତିସଭ୍ୟ/ସଭ୍ୟା ମାନଙ୍କୁ ବାଧ୍ୟତାମୂଳକ ଭାବେ ଡାକିବା,ସମିତିସଭ୍ୟ/ସଭ୍ୟା ମାନଙ୍କୁ ମାସିକ ୨୦୦୦୦ଟଙ୍କା ପାରିତୋଷିକ ଓ ୫ବର୍ଷ କାର୍ଯ୍ୟକାଳ ଶେଷ ପରେ ୧୦୦୦୦ଟଙ୍କା ଅବସରକାଳୀନ ଭତ୍ତା ବ୍ୟବସ୍ଥା କରିବ ।ସମିତିସଭ୍ୟ/ସଭ୍ୟା ମାନଙ୍କ ପାଇଁ ୧୦ଲକ୍ଷ ଟଙ୍କାର ଜୀବନ ବୀମା ସହିତ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ରଖିବା,ପଞ୍ଚାୟତିରାଜ ବିଭାଗରୁ ପଞ୍ଚାୟତ ସମିତିକୁ ଆସୁଥିବା ଉନ୍ନତିମୂଳକ କାର୍ଯ୍ୟ ସମିତି ମେମ୍ବରମାନଙ୍କ ଦ୍ୱାରା କରାଯିବା,ସମିତି ସଦସ୍ୟ/ସଦସ୍ୟା ଭାବେ ବିଜୟୀ ପରେ ଏକ ବିଜୟୀ ପ୍ରମାଣପତ୍ର ଜିଲ୍ଲାପାଳଙ୍କ ଦ୍ୱାରା ଦେବାକୁ ଦାବି ନେଇ ସମିତିମାନେ ଏକାଠି ହେଉଥିବା ଖବର ମିଳିଛି
ଏହି ପ୍ରସ୍ତାବ ଗୁଡିକ ବିଧାନସଭାରେ ଉପସ୍ଥାପନ କରାଯାଇ ପଞ୍ଚାୟତିରାଜ ବ୍ୟବସ୍ଥା ରେ ପରିବର୍ତ୍ତନ ଆଣି ଏହାକୁ ବିଧିବଦ୍ଧ ଭାବେ ରାଜପତ୍ର ଅଧିସୂଚନାରେ ପ୍ରକାଶ କରାଯାଇ ଲାଗୁ କରାଗଲେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାର ଭାଗୀଦାରିତା ସୁଦୃଢ ଓ ସଶକ୍ତ ହୋଇପାରିବ ବୋଲି ସେମାନେ ଯୁକ୍ତି ବାଢିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ