Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାଗିରଥି ସରକାରୀ ଉଚ୍ଚ ବିଦ୍ୟାଳୟରେ ବୃକ୍ଷ ରୋପଣ ଓ ସଚେତନତା କାର୍ଯ୍ୟକ୍ରମ

ଜମନକିରା : ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ସଦର ମହକୁମା ସ୍ଥିତ ଭାଗିରଥି ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଆଜି ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କୁମୁଦିନୀ କିଶାନଙ୍କ ସଭାପତିତ୍ବରେ ବୃକ୍ଷ ରୋପଣ ସହ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ପ୍ରକୃତି ବନ୍ଧୁ ସୁବାସ ଚନ୍ଦ୍ର ନାୟକ ମୁଖ୍ୟଅତିଥି ଓ ଅବସର ପ୍ରାପ୍ତ ରେଞ୍ଜର ବସନ୍ତ କୁମାର ଶତପଥୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଉଭୟେ ଅଞ୍ଚଳ ସହ ସମଗ୍ର ବିଶ୍ୱର ପରିବେଶ ସନ୍ତୁଳନ ରକ୍ଷା ପାଇଁ ବ୍ୟାପକ ବୃକ୍ଷ ରୋପଣର ଆବଶ୍ୟକତା ଉପରେ ବକ୍ତବ୍ୟ ପ୍ରଦାନ କରି।ଉତ୍ସବରେ ପ୍ରକୃତି ବନ୍ଧୁ ରବିନ୍ଦ୍ର ଦାସ, କବି ରେବତୀ ପଟେଲ, କବି ଶିବଶଙ୍କର ପଣ୍ଡା ଓ ଶ୍ରୀ ନାୟକ ସ୍ବରଚିତ ପରିବେଶ ଆଧାରିତ କବିତା ପାଠ କରି ଛାତ୍ରଛାତ୍ରୀ ମାନଙ୍କୁ ପ୍ରକୃତି ପ୍ରତି କିପରି ଭଲ ପାଇବା କୁ ହୁଏ, ସେ ନେଇ ବୁଝେଇ ଥିଲେ। ପ୍ରାରମ୍ଭରେ ଶିକ୍ଷକ ମନୋଜ କୁମାର ପ୍ରସାଦ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଭାପରେ ଶିକ୍ଷକ ଫୁଲମଣୀ କିଶାନ, ପଙ୍କଜିନି ସାହୁ, ସେଖ ସୁନା ବିବି, ସୁଜାତା ବେହେରା, ସୋହେବ ଆନସାରୀ, ପୀୟୂଷ ନାଏକ, ରୋହନ ଛତ୍ରିଆ, ସ୍ୱାଗତିକା ଚୌଧୁରୀ, ଫୁଲମତି କୁଜୁର, ବିଷ୍ଣୀ ବାର୍ଲା, ଅଞ୍ଜଳି କିଶାନ, ଜିପସା ଗୌଡ଼,ପୂର୍ଣ୍ଣମି ପ୍ରସାଦ, ଜ୍ୟୋତ୍ସ୍ନା ଗୌଡ଼, ରଜନୀ ମାଝୀ, କୋଷିକ ଡୁଙ୍ଗଡୁଙ୍ଗଙ୍କ ନେତୃତ୍ୱରେ ବିଭିନ୍ନ ପରିବେଶ ଆଧାରିତ ସ୍ଲୋଗାନ ଦେଇ ପରିକ୍ରମା କରିବା ପରେ ବୃକ୍ଷ ପୂଜା କରି ୩୮ ଟି ଚାରା ରୋପଣ କରିବା ସହ ଏହାକୁ ବଞ୍ଚାଇବା ସହ ସ୍କୁଲ ପରିସର କୁ ସବୁଜ ସୁନ୍ଦର କରିବାକୁ ଶପଥ ପାଠ କରିଥିଲେ। ଶେଷରେ ସାମାଜିକ କର୍ମୀ ପଦ୍ମିନୀ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।