Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୋଗାଣ ସହାୟକ ସଂଘ ପକ୍ଷରୁ ୬ ଦଫା ଦାବିପତ୍ର ପ୍ରଦାନ। ଦାବି ପୁରଣ ନହେଲେ ୨୮ ରୁ ସମୁହ ଛୁଟି ।

କୋକସରା:୨୪/୦୮ ଗୁରୁବାର ଓଡ଼ିଶା ରାଜ୍ୟ ଯୋଗାଣ ସହାୟକ ସଂଘ ପକ୍ଷରୁ ପ୍ରତ୍ୟେକ ବ୍ଲକ ଠାରେ ୬ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଉଛି।ଦାବି ଗୁଡିକ ମଧ୍ୟରେ ଯୋଗାଣ ସହାୟକର ଚାକିରୀ ସ୍ଥାୟିତ୍ଵ ଓ ମାସିକ ଦରମା ୨୫ ହଜାର କୁ ବୃଦ୍ଧି କରିବା, ଯୋଗାଣ ସହାୟକ ନାମରେ ପିଡିଏସ ଲାଇସେନ୍ସ ପ୍ରଦାନ କରିବା, କାର୍ଯ୍ୟରତ ଯୋଗାଣ ସହାୟକଙ୍କୁ ମୃତ୍ୟୁ କାଳୀନ ସହାୟତା ରାଶି ପ୍ରଦାନ କରିବା ସହିତ ପରିବାର ବର୍ଗର ଜଣେ ସଦସ୍ୟ ଚାକିରି ଯୋଗାଇବା, ଯୋଗାଣ ସହାୟକଙ୍କୁ ପଞ୍ଚାୟତ ରାଜ ବିଭାଗ ରୁ ନିବୃତ କରି ଯୋଗାଣ ବିଭାଗରେ ଅନ୍ତର୍ଭୁକ୍ତ କରାଯାଇ ପଦବିକୁ ଏଏସଆଇ (ଆସିଷ୍ଟାଣ୍ଟ ସପ୍ଳାଇ ଇନ୍ସପେକ୍ଟର) ନାମିତ କରାଯିବା, ଇ-ପୋସ ଡିଭାଇସ୍ ପରିଚାଳନାର ପ୍ରୋତ୍ସାହନ ରାଶି ଯୋଗାଣଙ୍କୁ ପ୍ରଦାନ କରିବା, ମାସିକ ପିଡିଏସ ଆବଣ୍ଟନରେ ୨% ପ୍ରତିଶତ ନିଅଣ୍ଟକୁ ଭରଣ କରିବା ପ୍ରମୁଖ ଦାବି ପତ୍ରରେ ଉଲ୍ଲେଖ କରାଯାଇଛି। ଏହି ଦାବି ପୁରଣ ପାଇଁ ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ ନକଲେ ଆସନ୍ତା ୨୮ ରୁ ସମୁହ ଛୁଟି ରେ ରହି ଅସହଯୋଗ କରିଵାକୁ ଚେତାବନୀ ଦିଆଯାଇଛି।ଏହି କ୍ରମ ରେ କୋକସରା ବ୍ଲକ ଶାଖା ପକ୍ଷରୁ ବ୍ଲକ ସଭାପତି ଚନ୍ଦ୍ରମଣି ବେଶ୍ରା ଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କୋକସରା ବିଡିଓ ଙ୍କ ଅନୁପସ୍ଥିତି ଯୋଗୁଁ ମୁଖ୍ୟ କିରାଣି ଅଚ୍ୟୁତା ନନ୍ଦ ନାଗ ଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ଯୋଗାଣ ସହାୟକ ସଙ୍ଘ ର ସମ୍ପାଦକ ବିକ୍ରମ ସାହୁ,ଟିକେଶ୍ୱର ବାଗ, ଦୟାନିଧି ଶବର, ନରେନ୍ଦ୍ର ବିଶି, କେଶବ ଛାତ୍ରୀଆ,ଧର୍ମେନ୍ଦ୍ର ଦାସ, କୈଳାସ ସତନାମୀ,ହେଜମନ ନିଆଲ,ପରମାନନ୍ଦ ଧ.ମାଝୀ,ପ୍ରକାଶ ନାଗ,ଅଜିତ କୁମାର ଠାକୁର, ଦୁର୍ଯୋଧନ ଜାଲ, ପ୍ରକାଶ ନାଗ,ବନିତା ଛୁରା, ଗୀତାଞ୍ଜଳି ବେମାଲ, ମିଳି ନିଆଲ ପ୍ରମୁଖ ଯୋଗାଣ ସହାୟକ ଉପସ୍ଥିତ ଥିଲେ।