Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋଟିପତି କୁବେର ଡିଏଫଓ ଗିରଫ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରିଥିଲା ଭିଜିଲାନ୍ସ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ସ୍କାନରକୁ ଆସିଥିବା ରାୟଗଡା ଊୠଙ ବିଜୟ ପରିଡା ଗିରଫ। କୋଟିପତି ଜଙ୍ଗଲି ବାବୁକୁ ଆଜି ଭିଜିଲାନ୍ସ କୋର୍ଟରେ ହାଜର କରାଯିବ। ଏହା ପରେ ଜେଲ୍ ଯିବେ ଡିଏଫଓ ବିଜୟ ପରିଡ଼ା। ଗତକାଲି ଭିଜିଲାନ୍ସ ବିଜୟଙ୍କ ଅନେକ ଠିକଣାରେ ଚଢାଉ କରି ଅମାପ ସମ୍ପତ୍ତି ଠାବ କରିଥିଲା। ଏହି ସମୟରେ କୁବେର ଡିଏଫଓଙ୍କ ସନ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ଓ କର୍ମଚାରୀଙ୍କ ଆଖି ଜଳକା ହୋଇ ଯାଇଥିଲା। ଅନେକ ସ୍ଥାବର ଅସ୍ଥାବର ସମ୍ପତ୍ତି ଜବତ କରିଥିଲା ଭିଜିଲାନ୍ସ । ଆକଳନ ଅନୁଯାୟୀ, ଜବତ ସମ୍ପତ୍ତିର ମୂଲ୍ୟ ୬ କୋଟି ଟପିପାରେ । କୋଟି କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ ବିଭାଗ ।

ଗତକାଲି ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସ୍ଵତନ୍ତ୍ର ଭିଜିଲାନ୍ସ ଟିମ୍ ରାୟଗଡ଼ା ବନଖଣ୍ଡ ଅଧିକାରୀ(ଡିଏଫଓ) ବିଜୟ କୁମାର ପରିଡ଼ାଙ୍କ ସରକାରୀ ବାସଭବନ ସମେତ ରାଜ୍ୟର ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ ଚଢ଼ାଉ କରିଥିଲା କଟକ ଶ୍ରୀକୋରୁଅଁଠାରେ ୯୫୦୦ ବର୍ଗଫୁଟ୍‌ର ୪ ମହଲା ଅଟ୍ଟାଳିକା ଠାବ କରାଯାଇଥିଲା। ଏହି ବିରାଟ ଅଟ୍ଟାଳିକାର ମୂଲ୍ୟ ୧ କୋଟି ୮୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ସେହିପରି ଭୁବନେଶ୍ବର ପଳାସୁଣିରେ ୫୧୦୦ ବର୍ଗଫୁଟରେ ତିନି ମହଲା କୋଠା, କଳାରାହଙ୍ଗରେ ଆଶୀର୍ବାଦ ପ୍ଲାଜାରେ ଏକ ଫ୍ଲାଟ୍(ନଂ-୩୦୪), ଭୁବନେଶ୍ବର, କଟକ, ପୁରୀ ଓ ଯାଜପୁରରେ ୧୬ ମୂଲ୍ୟବାନ ଜମି, କାର୍ ଠାବ କରାଯାଇଛି। ଏହାସହ ନଗଦ ୧ ଲକ୍ଷ ୨୪ ହଜାର ଟଙ୍କା ଜବତ କରାଯାଇଛି। ଜବତ କରାଯାଇଥିବା ବ୍ୟାଙ୍କ ଆକାଉଣ୍ଟରେ ଥିବା ଟଙ୍କା ଓ ଜୀବନ ବୀମା ଜମା ରାଶିର ହିସାବ କରାଯାଉଛି। ଏ ନେଇ ସମ୍ପୃକ୍ତ ବ୍ୟାଙ୍କକୁ ଚିଠି ଲେଖାଯାଇ ତଥ୍ୟ ମଗାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ