Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଜ୍ରାଘାତ ରେ ଗୋଟେ ପରିବାର ର ୫ ଆହତ, କୋକସରା ଡାକ୍ତରଖାନାରେ ଭର୍ତ୍ତି।

କୋକସରା:୨୫/୦୮ ବଜ୍ରାଘାତ ରେ ଗୋଟେ ପରିବାର ର ୫ ଆହତ ସୂଚନା।ସୂଚନା ମତେ ଗତକାଲି ରାତିରେ ଲଘୁଚାପ ଜନିତ ବର୍ଷା ,ଘଡଘଡି ସହ ବର୍ଷା ମଧ୍ୟ ଲାଗି ରହିଥିଲା।ସେହି ସମୟରେ ବଜ୍ରାଘାତ ହେବାରୁ କୋକସରା ବ୍ଲକ କାଉଡୋଳା ଗ୍ରାମର ଗୋଟେ ପରିବାର ର ପାଞ୍ଚ ଜଣ ଆହତ ହୋଇଥିବା ସୂଚନା ମିଳିଛି। ୪ ମହିଳା ଓ ଜଣେ ନାବଳିକା।ରହିଛନ୍ତି।କାଉଡୋଲା ଗାଁର ଡ଼ଙ୍ଗରିପଡ଼ା ପାଖରେ ରହୁଥିବା ସ୍ବର୍ଗତ କୁସ ସରାବୁ ଙ୍କ ପରିବାର ଘରେ ଥିବା ସମୟରେ ଏହି ଅଘଟଣ ଘଟିଛି। ଆଜି ସକାଳେ ୧୦୮ ଆମ୍ବୁଲାନ୍ସ ଯୋଗେ ଆହତ ଙ୍କୁ କୋକସରା ଡାକ୍ତର ଖାନାରେ ଭର୍ତି କରିଥିବା ଜଣାପଡିଛି। ଆହତ ମାନେ ହେଲେ କୁନି ସରାବୁ, ସବେଶା ସରାବୁ,କମଳା ସରାବୁ, ଲଳିତା ସରାବୁ, ରାଜା ସରାବୁ ବୋଳି ଜଣାପଡିଛି।