Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଠେଳକୁଳି ରେ ଏନଏଲସି ର ଆଶ ଡାଇକ ନିର୍ମାଣ ପ୍ରକଳ୍ପ ପାଇଁ ଜନଶୁଣାଣୀ ଶିବିର। ସମ୍ପୂର୍ଣ୍ଣ ବିରୋଧ କଲେ ଠେଳକୁଳି ବାସୀ।

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ ଠେଳକୁଳି ଠାରେ ଏନଏଲସି କମ୍ପାନୀ ର ଆଶ ଡାଇକ ପ୍ରକଳ୍ପ ନିର୍ମାଣ ପାଇଁ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜନଶୁଣାଣୀ ଶିବିର ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟଳୟ ଠାରେ ଅନୁଷ୍ଠିତ ହୋଇଥିଲା। ଝାରସୁଗୁଡା ଜିଲ୍ଲାରେ ଏନଏଲସି କମ୍ପାନୀ ପାୱାର ପ୍ଲାଣ୍ଟ କରିବ ଏବଂ ସମ୍ବଲପୁର ଜିଲ୍ଲା ଠେଳକୁଳି ଠାରେ ମୋଟ 183 ଏକର ଜମି ତା ମଧ୍ୟରୁ 153 ଏକର ଜମିରେ ଆଶ ଡାଇକ ପ୍ରକଳ୍ପ କରିବା ପାଇଁ ଜନଶୁଣାଣୀ ଶିବିର ଆୟୋଜିତ ହୋଇଥିଲା। ଉକ୍ତ ଶିବିର ରେ ସମ୍ବଲପୁର ର ଏଡିଏମ ପ୍ରଦୀପ ସାହୁ, ଉପଜିଲ୍ଲାପାଳ ପ୍ରଭାସ ଡନସନା, ଏଲଏଓ ଆଦିତ୍ୟ ପଣ୍ଡା, ଇଡ଼କୋ ଲେଣ୍ଡ ଅଫିସର ହେମବତୀ ପାତ୍ର ପ୍ରମୁଖ ମଞ୍ଚ।ସିନ ରହି ଜନଶୁଣାଣୀ କରିଥିଲେ, ରେଙ୍ଗାଲି ତହସିଲଦାର ବେରିସସ ଡୁଙ୍ଗଡୁଙ୍ଗ, ବିଡ଼ିଓ କୃଷ୍ଣଚନ୍ଦ୍ର ଦଳପତି ମଧ୍ୟ ଉପସ୍ଥିତ ଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା କରିବାପାଇଁ ଏଡିସିନାଲ ଏସପି ଅଲବିନସ କେରକେଟା, ଏସ୍ଡିପିଓ ପ୍ରଦୀପ ସାହୁ, ଠେଳକୁଳି ଥାନା ଅଧିକାରୀ ସାବିତ୍ରୀ ବଳ, ରେଙ୍ଗାଲି ଥାନା ଅଧିକାରୀ ସୁଦର୍ଶନ ପଣ୍ଡା ଙ୍କ ସହ ବହୁ ପୋଲିସ ଅଧିକାରୀ ଏବଂ ପୋଲିସ ଫୋର୍ଷ ମୁତୟନ ଥିଲେ।
ଶୁକ୍ରବାର ଦିନ ସକାଳ 10ଟାରେ ଜନଶୁଣାଣୀ ଶିବିର ଆରମ୍ଭ ହେବା ପୂର୍ବରୁ ଠେଳକୁଳି ର ଶହ ଶହ ଗ୍ରାମବାସୀ ପଞ୍ଚାୟତ ରାସ୍ତା ମଝିରେ ବସି ଏନଏଲସି ଗୋ ବେକ ର ଫ୍ଲାଗ କାର୍ଡ ଧରିଥିଲେ ଓ ଆଶ ପଣ୍ଡ କରାଇ ଦେବୁ ନାହିଁ ବୋଲି ବିଭିନ୍ନ ଶ୍ଲୋଗାନ ମାନ ଦେଇଥିଲେ। ପ୍ରାୟ 1ଘଣ୍ଟା ପ୍ରଶାସନ ବୁଝାସୁଝା ପରେ କିଛି ଲୋକ ଶିବିର କୁ ଯାଇ ସ୍ୱର୍ତ୍ତମୂଳକ ସମର୍ଥନ ଦେଇଥିଲେ। ତାପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରତିବାଦ ଓ ବିରୋଧ ଭୁ ମାତ୍ରାରେ ବଢିଯାଇଥିଲା ଓ ଉତ୍ତେଜନା ଦେଖାଦେଇଥିଲା। ତାପରେ ବହୁ ଗ୍ରାମବାସୀ ଶିବିରକୁ ଯାଇ ଏନଏଲସି ଗୋ ବେକ ର ଫ୍ଲାଗ କାର୍ଡ ଧରି ବିରୋଧ ପ୍ରଦର୍ଶନ କରିଥିଲେ।
କୃଷ୍ଣ ବଲ୍ଲବ ତ୍ରିପାଠୀ, ନିଳାମ୍ବର ପଧାନ, ସନ୍ତୋଷ ପଧାନ, ଭାରତୀ ତ୍ରିପାଠୀ, ଯଶୋଦା ପଧାନ, ବିକଳ ବେହେରା, ପ୍ରମୁଖ ଆମକୁ ଏକର ପିଛା 2କୋଟି ଟଙ୍କା, ନିଯୁକ୍ତି, ଶିକ୍ଷା, ଡାକ୍ତରଖାନାର ଆଦି ସୁବିଧା ମାନ କଲାପରେ ଆମେ ଜମି ଦେବୁ ନ ହେଲେ ଆଶ ଡାଇକ କରାଇ ଦେବୁ ନାହିଁ କହିଥିବା ବେଳେ, ନିରାକାର ତ୍ରିପାଠୀ ସମସ୍ତ ଗ୍ରାମବାସୀଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ବିରୋଧ କରିଥିଲେ, ତାଙ୍କ ସହ ଶୁଶାନ୍ତ ତ୍ରିପାଠୀ, ସନ୍ତୋଷ ନାଥ, ଶୁଧୀର ନାଥ, ଉପାଶୀ ବେହେରା, ସୁମନ୍ତ ନାଥ, ଚିନ୍ମୟ ନାଥ, ମନୋଜ ନାଥ, ଅମିତ ନାଥ, କୈଳାସ ନାଥ, ସୁରଜ ଧର, ମିନା ମିର୍ଦ୍ଧା, ଜ୍ୟୋତ୍ସ୍ନା ରୋହିଦାସ ପ୍ରମୁଖ ଙ୍କ ସହ ବହୁ ଗ୍ରାମବାସୀ ସମ୍ପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ