Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରଏନଗୁଡା ଗାଁ ରାସ୍ତା ସଫା କରାଇଲେ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ

କୋକସରା:୨୬/୦୮:କୋକସରା ବ୍ଲକ ବଡ଼ ପୋଡ଼ାଗୁଡା ପଞ୍ଚାୟତ ରଏନଗୁଡା ଗାଁ ରାସ୍ତା ଅଲ୍ପ ବର୍ଷା ରେ ମଇଳା ଆବର୍ଜନା ଜମା ହୋଇ କାଦୁଅ ହୋଇ ଗ୍ରାମବାସୀ ଙ୍କ ଯାତାୟାତ ପାଇଁ ସମସ୍ୟା ଦେଖା ଦେଇଥିବା ବେଳେ ଏନେଇ ଗତ କିଛିଦିନ ତଳେ ଗାଁ ର ଜଣେ ସମାଜସେବୀ ଯୁବକ ଗଣେଶ ଭାଟି ସୋସିଆଲ ମିଡ଼ିଆ ରେ ପୋଷ୍ଟ କରି ରାସ୍ତା ମରାମତି କରିବା ପାଇଁ କୋକସରା ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ଙ୍କୁ ଅନୁରୋଧ କରିଥିଲେ। ସମସ୍ୟା କୁ ଗୁରୁତ୍ୱ ଦେଇ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଜେସିବି ଗାଡି ଓ ଟ୍ରାକ୍ଟର ଲଗାଇ ନିଜେ ଉପସ୍ଥିତ ରହି ଗ୍ରାମବାସୀ ଙ୍କ ସହ ଆଲୋଚନା କରି ଗାଁ ରାସ୍ତା ର ମଇଳା ଆବର୍ଜନା ସଫାସୁତୁରା କରାଇଛନ୍ତି, ଫଳରେ ଗାଁ ରାସ୍ତା ରେ ଯାତାୟାତ ବର୍ତ୍ତମାନ ସ୍ୱାଭାବିକ ହୋଇଛି। ଉପାଧ୍ୟକ୍ଷ ଙ୍କ ଜନସେବା କୁ ନେଇ ରଏନଗୁଡା ଗ୍ରାମବାସୀ ମାନେ କୃତଜ୍ଞତା ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ