Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଝୀଗୁଡା ଠାରେ ଶ୍ରୀ ସତ୍ୟସାଇ ଦିବ୍ୟ ପାଦୁକା ରଥ କୁ ସ୍ୱାଗତ ସମ୍ବର୍ଦ୍ଧନା।

କୋକସରା/୨୭/୦୮ କୋକସରା ବ୍ଲକ ମାଝୀଗୁଡା ଠାରେ ରବିବାର ଶ୍ରୀ ସତ୍ୟସାଇ ଙ୍କ ଦିବ୍ୟ ପାଦୁକା ଯାତ୍ରା ଅଵସର ରେ ଦିବ୍ୟ ରଥ ପହଞ୍ଚି ଥିବା ବେଳେ ମାଝୀଗୁଡା ସତ୍ୟସାଇ ଭଜନ ମଣ୍ଡଳୀ ର ଆବାହକ ତାପସ ରଞ୍ଜନ ବାଗ ଙ୍କ ତତ୍ୱାବଧାନ ରେ ଶତାଧିକ ସତ୍ୟସାଇ ଙ୍କ ଭକ୍ତ ଙ୍କ ଗହଣ ରେ ନଗର ସଂକୀର୍ତ୍ତନ ସହ ନଗର ପରିକ୍ରମା କରି ଶ୍ରଦ୍ଧାଳୁ ମାନେ ଦର୍ଶନ କରିଛନ୍ତି।ଏହି ରଥ ପରିକ୍ରମା କାର୍ଯ୍ୟକ୍ରମ ପୂଜ୍ୟ ରାଜ୍ୟ ସଭାପତି ସତ୍ୟ ସ୍ବରୂପ ପଟ୍ଟନାୟକ, ରାଜ୍ୟ ଉପ ସଭାପତି ପ୍ରତାପ ଚନ୍ଦ୍ର ମହାନ୍ତି, ସତ୍ୟସାଇ ଙ୍କ ଅନୁଗାମୀ ତଥା ଧର୍ମଗଡ଼ ବିଧାୟକ ମୋୖଷଧି ବାଗ, ଜିଲ୍ଲା ସଭାପତି ବେଣୁଧର କୁମାର, ସୂର୍ଯ୍ୟ ନାରାୟଣ ସେନାପତି,ମୁକୁନ୍ଦ ହଂସ, ଧର୍ମରାଜ ସାହୁ, ଲକ୍ଷ୍ମୀ କାନ୍ତ ପୁଞ୍ଜି, ଶଶୀ ଭୂଷଣ ବାଗ, ପ୍ରତାପ ଚନ୍ଦ୍ର ମହାପାତ୍ର,ଦୟା ସାଗର ପୋଢ଼ ତଥା ମାଝୀଗୁଡା ସତ୍ୟ ସାଇ ଭଜନ ମଣ୍ଡଳୀ ର କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ।