Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚନ୍ଦ୍ରରେ ବହୁତ ଧିରେ ଚାଲୁଛି ପ୍ରଜ୍ଞା, ୧୦ ଦିନରେ ପୂରା କରିବାକୁ ପଡ଼ିବ ଏତିକି ଦୂରତା

ନୂଆଦିଲ୍ଲୀ: ଚନ୍ଦ୍ରର ଦକ୍ଷିଣ ମେରୁରେ ବିକ୍ରମ ଲ୍ୟାଣ୍ଡରର ସଫଳ ଅବତରଣ ପରେ ରୋଭର ପ୍ରଜ୍ଞା ନିଜର କାମରେ ଲାଗି ପଡ଼ିଛି। ତେବେ ପ୍ରଜ୍ଞା ପୂର୍ବ ନିର୍ଦ୍ଧାରିତ ୩୦ ମିଟର ଦୂରତା ମଧ୍ୟ ଗତି କରି ନାହିଁ। ଆଉ ୧୦ ଦିନର ସମୟ ବାକି ରହିଛି। ଏହି ସମୟରେ ଇସ୍ରୋ ପ୍ରଜ୍ଞା ଅଧିକରୁ ଅଧିକ ବାଟ ଗତି କରିବ କେମିତି ତାହା ଉପରେ ଗୁରୁତ୍ଵ ଦେଉଛନ୍ତି।

ଇସ୍ରୋର ସ୍ପେସ ଆପ୍ଲିକେସନ ସେଣ୍ଟର(ଏସଏସି)ର ନିର୍ଦ୍ଦେଶକ ନିଲେଶ ଏମ ଦେଶାଇ କହିଛନ୍ତି, ଚନ୍ଦ୍ର ମିଶନରେ ୩ଟି ସବୁଠୁ ବଡ଼ ମିଶନ ହେଉଛି ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ, ପ୍ରଜ୍ଞା ରୋଭରର ଗତିବିଧି ଓ ଲ୍ୟାଣ୍ଡର ଏବଂ ରୋଭରରେ ଲାଗିଥିବ ପେଲୋଡ ଜରିଆରେ ତଥ୍ୟ ହାସଲ କରିବା। ଆମର ଦୁଇଟି ଉଦ୍ଦେଶ୍ୟ ପୂରା ହୋଇ ସାରିଛି, ମାତ୍ର ତୃତୀୟ ଉଦ୍ଦେଶ୍ୟ ଏବେ ମଧ୍ୟ ଜାରି ରହିଛି।

ସେ କହିଛନ୍ତି, ଆମର ଧ୍ୟାନ ଚନ୍ଦ୍ର ପୃଷ୍ଠରେ କେମିତି ପ୍ରଜ୍ଞା ଅଧିକରୁ ଅଧିକ ଗତି କରିବ ତାହା ଉପରେ ରହିଛି। ଯଦ୍ଵାରା ଅଧିକରୁ ଅଧିକ ପ୍ରୟୋଗ କରାଯିବା ସହ ତଥ୍ୟ ହାସଲ ହୋଇ ପାରିବ। ଦେଶାଇ କହିଛନ୍ତି ଆମ ନିକଟରେ କେବଳ ୧୪ ଦିନର ସମୟ ଥିଲା, ଯାହା ଚନ୍ଦ୍ରର ଗୋଟିଏ ଦିନ ସହ ସମାନ। ସେଥିରୁ ୪ ଦିନ ପୂରା ହୋଇ ସାରିଛି। ଆମ ନିକଟରେ ଯେଉଁ ୧୦ ଦିନ ରହିଛି ସେଥିରେ କେତେ ପ୍ରୟୋଗ କରିବୁ ତାହା ଗୁରୁତ୍ଵପୂର୍ଣ୍ଣ କଥା। ଏହି ସମୟରେ ଆମକୁ ଅଧିକରୁ ଅଧିକ କାମ କରିବାର ଅଛି। ରୋଭର ଚନ୍ଦ୍ର ପୃଷ୍ଠରେ ମାତ୍ର ୧୨ ମିଟର ଦୂରତା ଗତି କରିଛି। କିନ୍ତୁ ପ୍ରତିଦିନ ୩୦ ମିଟର ଦୂରତା ସ୍ଥିର କରାଯାଇଥିଲା।

ତେଣୁ ଅବଶିଷ୍ଟ ଦିନରେ ୩୦୦-୪୦୦ ମିଟର ଦୂର ଗତି କରିବାକୁ ପ୍ରୟାସ କରାଯାଉଛି। କିଛି ସେବା ଉପଲବ୍ଧ ନ ଥିବା କାରଣରୁ ରୋଭରର ଗତିବିଧିକୁ ନେଇ କିଛି ସମସ୍ୟା ଉପୁଜୁଛି। ବୈଜ୍ଞାନିକ ସୂଚନା ଦେଇଛନ୍ତି ଯେ, ଲ୍ୟାଣ୍ଡର ବିକ୍ରମରେ ଥିବା ୪ ପେଲୋଡ ନିଜର କାମ କରୁଛି ଏବଂ ପ୍ରାରମ୍ଭିକ ଅପରେସନ ପୂରା ହୋଇ ସାରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ