Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଦିବାସୀ ମିଳିତ ବିକାଶ ପରିଷଦ ବୈଠକ

କୋରାପୁଟ ଜିଲ୍ଲା ସେମିଲିଗୁଡା ବିଡା ଅଫିସ ନିକଟସ୍ଥ ହାନା ଗାର୍ଡେନରେ ଏକ ଗୁରୁତ୍ୱ ପୁର୍ଣ ସଭା ଆଦିବାସୀ ମିଳିତ ବିକାଶ ପରିଷଦ, ସେମିଲିଗୁଡା, ପଟ୍ଟାଙ୍ଗି ଓ ନନ୍ଦପୁର ବ୍ଲକ କୁ ନେଇ ଏକ ଆୟୋଜିତ କରା ଯାଇଥିଲା ଉକ୍ତ ବୈଠକରେ ୨୫୦ ଜଣ ଆଦିବାସୀ ସମାଜର ଆଗ ଧାଡିର କର୍ମ କର୍ତା ମାନେ ସଭାରେ ଯୋଗ ଦେଇଥିଲେ ଉକ୍ତ ବୈଠକ କରିବାର ମୁଖ୍ୟ ଉଦେଶ୍ୟ ଆଦିବାସୀ ମାନଙ୍କ ମୌଳିକ ଅଧିକାର ଯଥା ସାମାଜିକ ସମସ୍ୟା, ଶିକ୍ଷାର ସମସ୍ୟା ଏବଂ ସ୍ୱାସ୍ଥ୍ୟ ସମସ୍ୟା ଆଜି ପର୍ଯ୍ୟନ୍ତ ସମଧାନ ହୋଇ ପାରିନାହିଁ, ପ୍ରତି କ୍ଷେତ୍ରରେ ବିକାଶ ନାମରେ ଆଜି ପର୍ଯନ୍ତ ଶୋଷଣ ଚାଲିଛି l ଏହାର ସମାଧାନ ପାଇଁ ସଭାରେ ଅନେକ ବିଷୟ ପୁଙ୍ଖାନ ଫୁଙ୍କ ଭାବେ ଆଲୋଚନା କରି ନିଷ୍ପତି ନିୟଯାଇଥିଲା।ଆଜିର କାର୍ଯ୍ୟକାରୀ ସଭାପତି ଭାବରେ ପ୍ରେମ ଦୟା ଦିଶାରୀ ସଭା ପରିଚାଳନା କରିଥିଲେ ।ଆଜି ନିମ୍ନ ଲିଖିତ ସଭ୍ୟ ସଭ୍ୟା ମାନଙ୍କୁ ନୂତନ କର୍ମକର୍ତା ଭାବେ ଆଦିବାସୀ ମିଳିତ ବିକାଶ ପରିଷଦ ପରିଚାଳନା ସକାଶେ ଚୟନ କରାଯାଇଥିଲା। ଏହି ସଭାରେ ରାମ ଚନ୍ଦ୍ର ଖରା ସଭାପତି ପ୍ରଭାତ ଗୁରୁମାଇଁ,ଉପ ସଭାପତି ତ୍ରିଳଚନା ଖରା,ସମ୍ପାଦକ ରାଜୁ ଓୟାଲ ସହ ସମ୍ପାଦକ ଦାମ ମୁଣ୍ଡଗାଡ଼ିଆ
ବ୍ଲକ କଡ଼ିନେଟର ଦୈତାରୀ କାନ୍ଦୁଲ ଫୁଲ, ଦୀନେଶ ଖରା ପରାମର୍ଶ ଦାତା, ଭଗବାନ ପେଟିଆ, ଘେନୁ ଦେଉଳପାଡିଆ, ହନକ ତାଡିଙ୍ଗି, ରାଜୁ ନାୟକ ଶେଷରେ ନୂତନ ସଭାପତି ରାମଚନ୍ଦ୍ର ଖରା ଉପସ୍ଥିତ ଥିବା ସମସ୍ତ ସଭ୍ୟ ଓ ସଭ୍ୟା ମାନଙ୍କୁ ଧନ୍ୟବାଦ ଦେଇ ସଭାଟିକୁ ଆରମ୍ଭ କରିଥିଲେ। ପୂର୍ଣ୍ଣ ଜାନି, ରବି ସଡାପେଲି, ଗୋପୀନାଥ ଖରା ଆଦିବାସୀ ଯୁବ ନେତୃମଣ୍ଡଳୀ
ସୁନୀଲ ପେଦାକାପୁ, ସମ୍ପାଦକ,ଆଦିବାସୀ ପଟ୍ଟାଙ୍ଗି ବ୍ଲକ ଉପସ୍ଥିତ ରହି ସମସ୍ତ ସଭ୍ୟ ମାନଙ୍କୁ ପରାମର୍ଶ ଦେଇଥିଲେ।
କୋରାପୁଟ ରୁ ରାଜେନ୍ଦ୍ର ଧଡକା ଙ୍କ ରିପୋର୍ଟ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ