Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଡ଼ ପୋଡ଼ାଗୁଡା ପଂଚାୟତ କୁ ମରୁଡି ଘୋଷଣା କର, ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ରେ ତହସିଲଦାର ଙ୍କୁ ୭ ଦଫା ଦାବିପତ୍ର ଦେଲେ ଚାଷି।

କୋକସରା:୨୮/୦୮ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେ ଚଳିତ ବର୍ଷ ସ୍ଵଳ୍ପ ବୃଷ୍ଟିପାତ କାରଣରୁ ସମ୍ଭାବ୍ୟ ମରୁଡି ପରିସ୍ଥିତି ଦେଖାଦେଇଛି। ବ୍ଲକ ର ଅନେକ ପଞ୍ଚାୟତ ରେ ମରୁଡି ସ୍ଥିତି ଜଟିଳ ରୂପ ଧାରଣ କରିଥିବା ବେଳେ ବ୍ଲକ ର ବଡ଼ ପୋଡ଼ାଗୁଡା ପଞ୍ଚାୟତ ରେ ମରୁଡି ସ୍ଥିତି ସଙ୍ଗିନ ରହିଛି। ସୋମବାର ଏହି ପଞ୍ଚାୟତ ର ଶତାଧିକ ଚାଷୀମାନେ ଏକତ୍ରିତ ହୋଇ ପଞ୍ଚାୟତ କୁ ସମ୍ପୁର୍ଣ୍ଣ ମରୁଡି ଘୋଷଣା କରିବା ସହ ୭ ଦଫା ଦାବିପତ୍ର କୋକସରା ଅତିରିକ୍ତ ତହସିଲଦାର ଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି.। ବଡ଼ ପୋଡ଼ାଗୁଡା ପଞ୍ଚାୟତ ଚିର ମରୁଡି ପ୍ରପୀଡ଼ିତ ଅଞ୍ଚଳ ହୋଇଥିବା ବେଳେ ଜଳସେଚନ ର କୌଣସି ସୁବିଧା ନାହିଁ, ପଞ୍ଚାୟତ ର ୯୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଥିବା ବେଳେ ଅନାବୃଷ୍ଟି ଚାଷି ଙ୍କ ଅଣ୍ଟା ଭାଙ୍ଗି ଦେଇଛି। ଚାଷ ହେବା ନେଇ ଆଗକୁ ଆଉ କିଛି ଆଶା ଭରସା ନାହିଁ । ମରୁଡି ଘୋଷଣା ବ୍ୟତୀତ ପଞ୍ଚାୟତ କୁ ମରୁଡି କବଲ ରୁ ସ୍ଥାୟୀ ସମାଧାନ କରିବା ପାଇଁ ଜତାଖଳିଆ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ରୁ ଜଳସେଚନ ପାଇଁ ନିକଟରେ ଥିବା ଚନ୍ଦନ ଘାଟି ହୁଡା କୁ ଭାଙ୍ଗି କ୍ରସବନ୍ଧ ନିର୍ମାଣ କରି କେନାଲ ମାଧ୍ୟମରେ ଜଳସେଚନ କରାଯାଉ, ଛୋଟଚାଷୀ ଙ୍କୁ ଗଭୀର ନଳକୂପ ଦିଆଯାଉ, ପଞ୍ଚାୟତ ର ଜମି ବନ୍ଦୋବସ୍ତ ସହ ଅନ ଲାଇନ ଆର ଓ ଆର ସହ ମ୍ୟୁଟେସନ ପ୍ରକ୍ରିୟା ତ୍ୱରାନ୍ୱିତ କରିବା, ସର୍ଗିଗୁଡ଼ା, ରଏନଗୁଡା, ବାବେକୋହରା, ତଲାଗାଁ,ଭାଳିଆଯୋର, ତେଲିଗୁଡା, ଦାବ୍ରି ଗୁଡା କୁ ରାଜସ୍ୱ ଗ୍ରାମ ର ମାନ୍ୟତା ପ୍ରଦାନ କରାଯାଉ, ବଡ଼ ପୋଡ଼ାଗୁଡା ଠାରେ ଆର.ଆଇ କାର୍ଯ୍ୟାଳୟ ଓ ପଶୁ ଚିକିତ୍ସାଳୟ ନିର୍ମାଣ କରିବା, ପୁରଣା ଏଲ ଆଇ ପଏଣ୍ଟ ଗୁଡିକ ମରାମତି କରି ନୂତନ ଏଲ ଆ ପଏଣ୍ଟ ସ୍ଥାପନ ଚାଷୀ ଙ୍କ ବିଦ୍ୟୁତ ଶୁଳ୍କ ଛାଡ଼ କରାଯାଉ, ପୋଡ଼ାଗୁଡା ଗ୍ରାମ କୁ ମୋଡେଲ ଗ୍ରାମ ଘୋଷଣା କାରାଯାଉ ବୋଳି ଦାବି କରାଯାଇଛି। ଚାଷି ମାନେ ଏକ ଶୋଭାଯାତ୍ରାରେ ଆସି କୋକସରା ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନା ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ର ପ୍ରଦାନ ସମୟରେ କୃଷକ ମଞ୍ଚ ର ସଭାପତି ତଂକଧର ପୁଝାରି ,ସମ୍ପାଦକ ହରିଶ୍ଚନ୍ଦ୍ର ନାଏକ, ସରପଞ୍ଚ ପ୍ରତିନିଧି ଧର୍ମାନନ୍ଦ ନାଏକ,ମନୋଜ କୁମାର ଦାସ ଗୋବର୍ଦ୍ଧନ ନାଏକ, ନାଏବ ସରପଞ୍ଚ ବିଡୁ ନାଏକ,ଧନବଲ ମାଝୀ, ପରକ୍ଷିତ ବେଶ୍ରା, ଧନୁ ଦୁର୍ଗା,ବିମଲ ଦାସ, କୃଷ୍ଣଚନ୍ଦ୍ର ନାଏକ ଓ ଶତାଧିକ ଚାଷୀ ଉପସ୍ଥିତ ରହିଥିଲେ। ରାଜ୍ୟ ସରକାର ଚାଷୀ ଙ୍କ ହିତ କୁ ଦୃଷ୍ଟି ରେ ରଖି ସମସ୍ତ ଦାବି ପୂରଣ କରନ୍ତୁ ନହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ଚାଷୀମାନେ ଚେତାବନୀ ଦେଇଛନ୍ତି।