Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ୍ ର ତୃତୀୟ ପ୍ରତିଷ୍ଠା ଦିବସ ପାଳିତ

କଳାହାଣ୍ଡି, ୨୮/୦୮-ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଅନୁସୂଚିତ ଜାତି ଉପରେ କେଉଁଠି ନା କେଉଁଠି ଅନ୍ୟାୟ, ଅତ୍ୟାଚାର ଓ ଶୋଷଣ ବଢି ଚାଲିଛି ! ରାଜ୍ୟର ଏହି ସଂଖ୍ୟାଗରିଷ୍ଠ ବର୍ଗ ଆଜି ବି ସାମ୍ବିଧାନିକ ନ୍ୟାୟ ଓ ଅଧିକାରରୁ ବଞ୍ଚିତ ହୋଇ ରହିଛନ୍ତି ! ରାଜ୍ୟରେ ଅବହେଳିତ ଓ ବଞ୍ଚିତ ହୋଇ ରହିଥିବା ଅନୁସୂଚିତ ଜାତି ସମୂହକୁ ଏକତ୍ରିତ କରିବା ସହିତ ଏହି ଜାତିର ହକ୍ ଓ ଅଧିକାରର ସୁରକ୍ଷା ପାଇଁ ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ବୈଚାରିକ ସଂଗଠନ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ ଦାୟିତ୍ବର ସହିତ କାର୍ଯ୍ୟ କରିବ ବୋଲି ଆଜି ଫେଡେରେସନର ତୃତୀୟ ପ୍ରତିଷ୍ଠା ଦିବସ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ! ଆଜିର ପ୍ରତିଷ୍ଠା ଦିବସକୁ ଭବ୍ୟ ସମାରୋହରେ ପରିଣତ କରିବାକୁ ଯାଇ ସ୍ଥାନୀୟ ନକଟିଗୁଡ଼ା ଛକରୁ ବାବାସାହେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଏକ ସଦଭାବନା ବାଇକ୍ ଶୋଭାଯାତ୍ରା ପୁରୁଣାପଡ଼ା, ବଡ଼ପଡ଼ା, ମାଣିକେଶ୍ବରୀ ମନ୍ଦିର, ଷ୍ଟେଚ୍ୟୁଛକ, କଲେଜ ଛକ ଦେଇ ରେଳଷ୍ଟେସନ ଛକଯାଏଁ ଯାଇଥିଲା । ସେଠାରେ ବାବାସାହେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଏଇ ବିଶାଳ ଶୋଭାଯାତ୍ରା ଦୟାନିଧି ଛକ, ଘୋଡ଼ାଛକ, କୋର୍ଟଛକ, ଜେଲଛକ ଦେଇ ନକଟିଗୁଡ଼ା ଆମ୍ବେଦକର ଭବନ ନିକଟରେ ସମାପନ ହୋଇଥିଲା । ଏଇ ଶୋଭାଯାତ୍ରାରେ ଜିଲ୍ଲାର ୧୩ଟି ବ୍ଲକ, ୩ଟି ଏନ୍ଏସି, ଗୋଟିଏ ମ୍ୟୁନିସିପାଲିଟି ଅଞ୍ଚଳରୁ ତିନିଶହରୁ ଉର୍ଦ୍ଧ୍ବ ବାଇକ୍ ସାମିଲ ହୋଇଥିଲା । ଏଇ ଅବସରରେ ଅନୁଷ୍ଠିତ ସଭାରେ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ସଭାପତି ଶ୍ରୀବତ୍ସ ତାଣ୍ଡି ସଭାପତିତ୍ବ କରିଥିବାବେଳେ ସାଧାରଣ ସଂପାଦକ ସୂର୍ଯ୍ୟନାରାୟଣ କୁମାର ପ୍ରତିଷ୍ଠା ଦିବସର ବିବରଣୀ ପଠନ କରିଥିଲେ । ଏଥିରେ ଅତିଥି ଭାବେ ଫେଡେରେସନର କାର୍ଯ୍ୟକାରୀ ସଭାପତି ଋଷିସୂଦନ ଛତ୍ରପାଲ, ଆଶିଷ ରଞ୍ଜନ ନାଏକ, ମହିଳା କର୍ମଚାରୀ ବିଭାଗ ମୁଖ୍ୟ ପୁଷ୍ପଲତା ବାଗ, ଉପମୁଖ୍ୟ ସରସ୍ବତୀ ନାଏକ, ଉପଦେଷ୍ଟା ଏସ୍ ସୁଜାତା, ଯୁବ ବିଭାଗ ମୁଖ୍ୟ ଚନ୍ଦନ ନାଏକ, କୋଷାଧ୍ୟକ୍ଷ ଦେବେନ୍ଦ୍ର ନାଏକ ପ୍ରମୁଖ ମଞ୍ଚାସୀନ ଥିଲେ । ଫେଡେରେସନର କର୍ମଚାରୀ ବିଭାଗ ମୁଖ୍ୟ ବୈକୁଣ୍ଠ ବେମାଲ ସଭା ପରିଚାଳନା କରିଥିଲେ । ଏଇ ଅବସରରେ ଫେଡେରେସନର ଉପଦେଷ୍ଟା ତ୍ରିନାଥ ନାଏକ, ଉପସଭାପତି ତଥା ମ. ରାମପୁର ବ୍ଲକ ପ୍ରଭାରୀ ଡୋଳେଶ୍ବର ନାଏକ, କର୍ଲାମୁଣ୍ଡା ବ୍ଲକ ସଭାପତି ବରୁଣ ସୁନା, ଉପସଭାପତି ତଥା କେସିଙ୍ଗା ବ୍ଲକ ସଭାପତି କ୍ଷେତ୍ରମଣି ସେନାପତି, ଜିଲ୍ଲା କାର୍ଯ୍ୟକାରୀ କମିଟି ସଦସ୍ୟ ସୁଶୀଲ କୁମାର ବାଗ, ମିଡିଆ ସଂଯୋଜକ ରଜନୀକାନ୍ତ ସମର୍ଲିଆ, କେସିଙ୍ଗା ବ୍ଲକ ସାଧାରଣ ସଂପାଦକ ଦୁଃଖୀରାମ କୁମାର, ଛାତ୍ର ବିଭାଗ ମୁଖ୍ୟ ନିରଞ୍ଜନ ନାଏକ, ଜିଲ୍ଲା ଯୁବ ସଂପାଦକ କୈଳାସ ସୁନା, ଯୁବ ବିଭାଗର ନବୀନ ସୁନା, ନର୍ଲା ବ୍ଲକ ଯୁବ ସଭାପତି ଦେବାଶିଷ କୁମାର, ଲାଞ୍ଜିଗଡ଼ ବ୍ଲକ କାର୍ଯ୍ୟକାରୀ କମିଟି ସଦସ୍ୟ ଘାସିରାମ ବାଗ, ବିକ୍ରମ ଛତ୍ରିଆ, ଜଳଧର ସାଗର ସମେତ ଜିଲ୍ଲାର ୧୩ ଗୋଟି ବ୍ଲକ, ୩ଟି ଏନଏସି, ଗୋଟିଏ ମ୍ୟୁନିସିପାଲିଟି ଅଞ୍ଚଳରୁ ଛଅଶହରୁ ଉର୍ଦ୍ଧ୍ବ ସଦସ୍ୟ, ସଦସ୍ୟା ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ