Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏସିଆ କପର ପ୍ରଥମ ୨ଟି ମ୍ୟାଚ୍ ଖେଳିବେ ନାହିଁ କେଏଲ ରାହୁଲ, ଆକାଶ ଚୋପ୍ରା ପଚାରିଲେ ୫ ପ୍ରଶ୍ନ

ନୂଆଦିଲ୍ଲୀ: ଏସିଆ କପର ପ୍ରଥମ ଦୁଇଟି ମ୍ୟାଚ୍ ଖେଳିବେ ନାହିଁ କେଏଲ ରାହୁଲ। ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ମଙ୍ଗଳବାର ଅଗଷ୍ଟ ୨୯ ତାରିଖରେ ଏହାର ସୂଚନା ଦେଇଛନ୍ତି। ରାହୁଲ ସେପ୍ଟେମ୍ବର ୨ରେ ପାକିସ୍ତାନ ଏବଂ ସେପ୍ଟେମ୍ବର ୪ରେ ନେପାଳ ବିପକ୍ଷ ମୁକାବିଲା ଖେଳିବେ ନାହିଁ। ଏହାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠୁଛି ଯେ ଇଶାନ କିଷନଙ୍କୁ କେମିତି ଚୂଡାନ୍ତ ଏକାଦଶରେ ସାମିଲ୍ କରାଯିବ। ଏହାକୁ ନେଇ ପୂର୍ବତନ ଖେଳାଳି ଆକାଶ ଚୋପ୍ରା ଦଳ ପ୍ରବନ୍ଧକଙ୍କୁ ପ୍ରଶ୍ନ କରିଛନ୍ତି।

ଆକାଶ ଚୋପ୍ରା ନିଜର ଏକ୍ସ ହ୍ୟାଣ୍ଡେଲରେ ଏକ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ପ୍ରଶ୍ନ କରିଛନ୍ତି ଯେ, କେଏଲ ରାହୁଲ ଉପଲବ୍ଧ ନାହିଁ, ତେଣୁ ଇଶାନଙ୍କୁ କେଉଁ ସ୍ଥାନରେ ଖେଳାଯିବ ? କଣ ଇଶାନ କିଷନ ଓପନ କରିବେ ? କଣ ରୋହିତ-ଗିଲ୍-ଇଶାନ ଟପ୍ ୩ରେ ବ୍ୟାଟିଂ କରିବେ ଏବଂ ବିରାଟ କୋହଲି ନମ୍ବର ୪ରେ ଖେଳିବେ ? କଣ ଗିଲଙ୍କୁ ବାହାରେ ବସିବାକୁ ପଡ଼ିବ ? ତିଳକ ବର୍ମା କିମ୍ବା ସୂର୍ଯ୍ୟକୁମାର ଯାଦବଙ୍କୁ ନମ୍ବର ୫ରେ ଖେଳାଯିବ ? ଏ ହେଉଛି ସେହି ପ୍ରଶ୍ନ, ଯାହା ଆକାଶ ଚୋପ୍ରା ନୁହେଁଧ ବରଂ ଭାରତର ସମସ୍ତ କ୍ରିକେଟ୍ ପ୍ରେମୀଙ୍କ ମୁହଁରେ ରହିଛି। କାରଣ ସେପ୍ଟେମ୍ବର ୨ ତାରିଖରେ ବହୁତ ବଡ଼ ମ୍ୟାଚ୍ ଖେଳାଯିବ।

ଭାରତ ନିକଟରେ ଚୂଡାନ୍ତ ୧୭ ଜଣିଆ ଦଳରେ ରାହୁଲଙ୍କ ବ୍ୟତୀତ ଇଶାନ କିଷନ ଏକମାତ୍ର ପେଶାଦାର ଓ୍ଵିକେଟ୍ କିପର। ଇଶାନ ଓପନିଂ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଆସିଛନ୍ତି। ତାଙ୍କୁ ମଧ୍ୟକ୍ରମରେ ବ୍ୟାଟିଂ ପାଇଁ ସୁଯୋଗ ମିଳିଛି, ମାତ୍ର ସେ ସେଥିରେ ସଫଳ ହୋଇ ନାହାନ୍ତି। ଏମିତିରେ ମଧ୍ୟକ୍ରମରେ କିଏ ବ୍ୟାଟିଂ କରିବ ? ଏହା ସବୁଠୁ ବଡ଼ ପ୍ରଶ୍ନ। ସଞ୍ଜୁ ସାମସନ ଦଳ ସହିତ ଅଛନ୍ତି, ମାତ୍ର ସେ ଚୟନ ପାଇଁ ଉପଲବ୍ଧ ହେବେ ନାହିଁ। ସେ ତେବେ ଯାଇ ଦଳକୁ ଆସିବେ, ଯେବେ ଆନୁଷ୍ଠାନିକ ଭାବେ କେଏଲ ରାହୁଲ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବେ।