Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉତ୍କଟ ମରୁଡି ସ୍ଥିତି, ନିରାଶ ହୋଇ ଚାଷଜମି ରେ ଗାଈଗୋରୁ ଛାଡିଲେ ଚାଷି।

କୋକସରା:୩୦/୦୮ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେ ନିଆଣ୍ଟିଆ ବର୍ଷା ଯୋଗୁ ଅନେକ ପଞ୍ଚାୟତ ରେ ସମ୍ଭାବ୍ୟ ମରୁଡି ସ୍ଥିତି ଉତ୍କଟ ହୋଇଥିବା ବେଳେ ନିଆଣ୍ଟିଆ ବର୍ଷା ଯୋଗୁଁ ବୁଣା,ରୁଆ ହୋଇଥିବା ଚାଷଜମି ଶୁଖିଲା ପଡିଛି। ମାଟି ଫାଟି ଆଁ କରିଥିବା ବେଳେ ନିଜର ସୁନା ର ଫସଲ ଆଖି ଆଗରେ ଉଜୁଡିବା ଦେଖି ଚାଷି ମାନେ ନିରାଶ ହୋଇ ଚାଷଜମି ରେ ଗାଈଗୋରୁ ଛାଡିଥିବା ଦେଖିବାକୁ ମିଳିଛି। ଏମିତି ନିରାଶା ଜନକ ଚିତ୍ର ଦେଖିବାକୁ ମିଳିଛି କୋକସରା ବ୍ଲକ କାଉଡୋଳା ପଂଚାୟତ ର କୁସୁମଖୁଣ୍ଟି ଠାରେ, ଗାଁ ର ଅନେକ ଚାଷୀମାନେ ଚାଷ ହେବା ଆଶା ଛାଡି ନିରାଶ ହୋଇ ବୁଧବାର ଚାଷଜମି ରେ ଗାଈଗୋରୁ ଛେଲିମେଣ୍ଡା ପଲ ଛାଡି ଦେଇଛନ୍ତି। ଚଳିତ ବର୍ଷ ଅନାବୃଷ୍ଟି କାରଣ ରୁ ବ୍ଲକ ର ଅନେକ ପଞ୍ଚାୟତ ରେ ଉତ୍କଟ ମରୁଡି ପରିସ୍ଥିତି ଦେଖାଦେଇଛି। ଏହି ଅଞ୍ଚଳ ରେ ଚାଷ ପାଇଁ ଜଳସେଚନ ର କୌଣସି ସୁବିଧା ନାହିଁ, କେବଳ ବର୍ଷା କୁ ଭରସା କରି ଚାଷୀମାନେ ଚାଷ କାର୍ଯ୍ୟ ଉପରେ ନିର୍ଭର କରୁଥିବା ବେଳେ ଚାଷିମାନେ ଚାଷକାର୍ଯ୍ୟ ପାଇଁ ବିଭିନ୍ନ ବ୍ୟାଙ୍କ, ଫାଇନାନ୍ସ,ମହାଜନି ଋଣ ଆଣି ଚାଷ କରିଥିଲେ,ହେଲେ ନିଆଣ୍ଟିଆ ବର୍ଷା ଚାଷି ଙ୍କ ସବୁ ଆଶା କୁ ନିରାଶା ରେ ବଦଳେଇ ଦେଇଛି। ଆଗକୁ ଆଉ ବର୍ଷା ହେଲେ ମଧ୍ୟ ଚାଷ ହେବା ନେଇ ଆଶା ଛାଡି କୁସୁମଖୁଣ୍ଟି ଗାଁ ର ଅନେକ ଚାଷି ନିଜ ଚାଷଜମି ରେ ଗାଈଗୋରୁ ଛେଲିମେଣ୍ଡା ପଲ କୁ ଛାଡି ଦେଇଛନ୍ତି। ଆଗକୁ ସରକାର ଚାଷି ଙ୍କୁ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ନଦେଲେ ଦାଦନ ଯିବା ହିଁ ଏକମାତ୍ର ରାସ୍ତା ବୋଳି କ୍ଷତିଗ୍ରସ୍ତ ଚାଷି ମାନେ କହିଛନ୍ତି। କାଉଡୋଳା ଓ କୁସୁମଖୁଣ୍ଟି ଗ୍ରାମର ଚାଷି ନୀଳମାଧବ ସାହୁ ,ତରୁଣ ଧ.ମାଝୀ, ଦିନେଶ କୁମାର ଧ. ମାଝୀ, ବିନୋଦ ଧ. ମାଝୀ, ଯୁଗେଶ୍ୱର ନାଗ, ମାନସିଂ ପାଣିଗ୍ରାହୀ, ଗୁପ୍ତେଶ୍ଵର ଧ. ମାଝୀ ଓ ଅନ୍ୟ ଚାଷି ଙ୍କ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ନେଇ ଅଭିଯୋଗ କରିଛନ୍ତି।